Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ନାକ ଓ ପାଟିକୁ ଆୟୋଡିନରେ ସଫା କଲେ ୧୫ ସେକେଣ୍ଡରେ ଦୂର ହୋଇପାରେ କରୋନା ଭାଇରସ, ବୈଜ୍ଞାନିକଙ୍କ ଦାବି

20/09/2020 at 11:09 AM

ନୂଆଦିଲ୍ଲୀ ୨୦/୦୯: କରୋନା ଭାକସିନ ଦିଗରେ ବିଭିନ୍ନ ବୈଜ୍ଞାନିକ କାମ ଚଳାଇଛନ୍ତି। ଏହି କ୍ରମରେ ଆମେରିକୀୟ ବୈଜ୍ଞାନିକମାନେ ଆୟୋଡିନରେ କରୋନା ଭାଇରସକୁ ୧୫ ସେକେଣ୍ଡରେ ଦୂର କରିବା ଦାବି କରିଛନ୍ତି। ଏହି ଗବେଷଣା jama otolaryngology-head and neck surgeryରେ ପ୍ରକାଶ ପାଇଛି। ଗବେଷଣାରେ ଦାବି କରାଯାଇଛି ଯେ ନାକ ଓ ପାଟିକୁ ଆୟୋଡିନରେ ସଫା କରାଗଲେ କରୋନା ରୋକି ହେବ। ଏମିତି କରିବା ଦ୍ବାରା ଏହା ଫୁସଫୁସକୁ କ୍ଷତି ପହଞ୍ଚାଇବ ନାହିଁ।

ବୈଜ୍ଞାନିକମାନେ ଗବେଷଣାରେ କହିଛନ୍ତି କରୋନା ଭାଇରସକୁ ଯେତେବେଳେ ୦.୫ ପ୍ରତିଶତ କନଷ୍ଟେ୍ରସନ ଯୁକ୍ତ ଆୟୋଡିନ୍ ସଲ୍ୟୁସନରେ ରଖାଗଲା ତାହା ୧୫ ସେକେଣ୍ଡ ମଧ୍ୟରେ ନଷ୍ଟ ହୋଇଗଲା। ଏହାକୁ ଆହୁରି ସ୍ପଷ୍ଟ ରୂପେ ବୁଝାଇବାକୁ ଯାଇ କହିଛନ୍ତି ଯେ ଆୟୋଡିନର ତିନିଟି ଆଣ୍ଟିସେପଟିକ୍ ସଲ୍ୟୁସନ ତିଆରି କରାଗଲା। ଯେଉଁଥିରେ ଆୟୋଡିନ୍ ମାତ୍ରା ୦.୫ ପ୍ରତିଶତ, ୧.୨୫ ପ୍ରତିଶତ ଓ ୧.୫ ପ୍ରତିଶତ ରଖାଗଲା। ଯେତେବେଳେ ବୈଜ୍ଞାନିକମାନେ ତିନିଟି ଆଣ୍ଟିସେପ୍ଟିକ ସଲ୍ୟୁସନ ଆୟୋଡିନରେ କରୋନା ଭାଇରସକୁ ରଖିଲେ ଦେଖାଗଲା ୦.୫ ପ୍ରତିଶତରେ କରୋନା ନଷ୍ଟ ହୋଇଛି।

ସେମାନେ ଏ ପରୀକ୍ଷା ଇଥାନଲ ଆଲକୋହଲ ସହ ବି କରିଛନ୍ତି ଯାହାର ଫଳ ସକାରାତ୍ମକ ବୋଲି କହିଛନ୍ତି। ପରୀକ୍ଷାରେ ଇଥାନଲ କରୋନାକୁ ପୂରା ନଷ୍ଟ କରିବାରେ ସଫଳ ପ୍ରମାଣିତ ହୋଇଛି। ସେମାନଙ୍କ ମତରେ ଆୟୋଡିନରେ ନାକ ଓ ପାଟିକୁ ସଫା କରି ଭାଇରସକୁ ରୋକି ହେବ। ଏହା ଦ୍ବାରା ଶରୀରର ଅନ୍ୟ ଅଂଶକୁ ଭାଇରସ ପ୍ରବେଶ କରିପାରିବ ନାହିଁ। ଏହା ସହ ଭାଇରସ ଫୁସଫୁସ ପର୍ଯ୍ୟନ୍ତ ମଧ୍ୟ ପହଞ୍ଚିପାରିବ ନାହିଁ। ଏହା ଦ୍ବାରା ରୋଗୀଙ୍କ ଅବସ୍ଥା ସ୍ଥିର ହେବା ସହ ମୃତ୍ୟୁ ଆଶଙ୍କା କମିବ।

ଅଧିକାଂଶ ମାମଲାରେ ଦେଖାଯାଇଛି ଯେ ଭାଇରସ୍ ନାକ ଦ୍ବାରା ପ୍ରବେଶ କରୁଛି। ନାକରେ ସବୁଠୁ ଅଧିକ ACE2 ରିସେପର୍ସ ଥାଏ ଯାହା କରୋନା ସଂକ୍ରମଣ ବ୍ୟାପିବାରେ ସାହାଯ୍ୟ କରେ। ଏହା ବ୍ୟତୀତ ପାଟିରେ ଭାଇରସର ଏଣ୍ଟ୍ରି ହୋଇଥାଏ ସେଥିପାଇଁ କ୍ଲିନିକାଲ ଟ୍ରାଏଲରେ ନାକ ଓ ପାଟି ପରିଷ୍କାର ଉପରେ ଧ୍ୟାନ ଦିଆଯାଏ।

ଗବେଷକମାନେ କହିଛନ୍ତି ଡାକ୍ତର ରୋଗୀଙ୍କୁ ଆୟୋଡିନ ସଲ୍ୟୁସନରେ ନାକକୁ ସଫା କରିବାର ଠିକ ତରିକା କହିପାରିବେ। ତେବେ ଏହା କେବଳ ମେଡିକାଲ ଟିମ୍ ତତ୍ବାବଧାନରେ ହେବା ଦରକାର। ଏମିତି କରାଯିବା ଦ୍ବାରା ପାଟି ତଥା ନାକରୁ ବାହାରୁଥିବା କରୋନାର ଡ୍ରପଲେଟ ଜରିଆରେ ସଂକ୍ରମଣକୁ କିଛି ମାତ୍ରାରେ ରୋକାଯାଇପାରିବ।

   Related Posts