ଜୁଲାଇ ୨୫ରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ହେବ IOCL

Published By : Prameya-News7 Bureau | July 18, 2020 IST

ପାରାଦୀପ ୧୮।୦୭: ପାରାଦୀପସ୍ଥିତ ଆଇଓସିଏଲ୍‌ ର ମେଣ୍ଟେନାନ୍ସ କାମ ପାଇଁ ଆସନ୍ତା ଜୁଲାଇ ୨୫ ତାରିଖରୁ ସଟ୍‌ଡାଉନ୍‌ ହେବାକୁ ଯାଉଛି । ଆଗାମୀ ଅଗଷ୍ଟ ୧୫ ପର୍ଯ୍ୟନ୍ତ ପ୍ଲାଣ୍ଟ ପରିସରରେ ବିଭିନ୍ନ ମରାମତି କାର୍ଯ୍ୟ ଚାଲୁ ରହିବା ନେଇ ସୂଚନା ରହିଛି । ଶେଷଥର ପାଇଁ ଏହି ମେଣ୍ଟେନାନ୍ସ କାମ ୨୦୧୮ ମାର୍ଚ୍ଚରେ ହୋଇଥିଲା । ପ୍ଲାଣ୍ଟ୍‌ ପରିସରରେ ପର୍ଯ୍ୟାପ୍ତ ପରିମାଣରେ ବିସ୍ଫୋରକ ଗଚ୍ଛିତ ରହୁଥିବାରୁ ପ୍ରତ୍ୟେକ ବର୍ଷ ଏହାର ମେଣ୍ଟେନାନ୍ସ କାର୍ଯ୍ୟ କରାଯାଇଥାଏ । ଏପରିକି ୨୦୧୯ରେ ମଧ୍ୟ ବିଭିନ୍ନ ଅସୁବିଧା ଯୋଗୁଁ ଏହା ହୋଇନଥିଲା ।

ଚଳିତ ବର୍ଷ ମାର୍ଚ୍ଚରେ ମେଣ୍ଟେନାନ୍ସ କରିବାକୁ ଲକ୍ଷ୍ୟ ରଖଯାଇଥିଲେ ସୁଦ୍ଧା କୋଭିଡ୍‌ ପାଇଁ ବିଳମ୍ବ ହୋଇଥିଲା । ତେଣୁ ଚଳିତ ବର୍ଷ ଜୁଲାଇ ୨୫ରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ପ୍ଲାଣ୍ଟ୍‌ର ବିଭିନ୍ନ ବିଭାଗର ମେଣ୍ଟେନାନ୍ସ କାମ ଚାଲୁ ରହିବ ଓ ଏଥିପାଇଁ ସମ୍ପୂର୍ଣ୍ଣ ପ୍ଲାଣ୍ଟକୁ ସଟ୍‌ଡାଉନ୍‌ କରାଯିବ ବୋଲି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.