ପେଟ୍ରୋଲ ଓ CNGର ହୋମ ଡେଲିଭରି କରିବାକୁ ଚାହାନ୍ତି ସରକାର, ନୂଆ ରିଟେଲିଂ ମଡେଲର ସୂଚନା ଦେଲେ ଧର୍ମେନ୍ଦ୍ର
29/05/2020 at 5:43 PM

ନୂଆଦିଲ୍ଲୀ ୨୯।୫: କେନ୍ଦ୍ର ତୈଳମନ୍ତ୍ରାଳୟ ଡିଜେଲ ପରେ ଏବେ ପେଟ୍ରୋଲ ଓ ସିଏନଜିର ହୋମ ଡେଲିଭରି ଲାଗି ବିଚାର କରୁଥିବା ଜଣାପଡିଛି। ଗ୍ରାହକଙ୍କ ସୁବିଧା ଲାଗି ସରକାର ଏପରି ବ୍ୟବସ୍ଥା କରିବାକୁ ଚାହୁଁଥିବା କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର କହିଛନ୍ତି। ଏଥିରେ ନୂଆ ରିଟେଲିଂ ମଡେଲ ଆଣିବା ଲାଗି ମଧ୍ୟ ମନ୍ତ୍ରାଳୟ ବିଚାର କରୁଥିବା ଧର୍ମେନ୍ଦ୍ର ସୂଚନା ଦେଇଛନ୍ତି।

ନୂଆ ରିଟେଲିଂ ମଡେଲରେ ମନ୍ତ୍ରାଳୟ ଗୋଟିଏ ସ୍ଥାନରେ ପେଟ୍ରୋଲ, ଡିଜେଲ, ସିଏନଜି, ଏଲଏନଜି ଓ ଏଲପି ଗ୍ୟାସ୍ ଉପଲବ୍ଧ କରାଇବାକୁ ବିଚାର କରୁଛି। ଯଦି ଏପରି ପଦକ୍ଷେପ ନିଆଯାଏ ତେବେ ସମସ୍ତ ପ୍ରକାରର ଇନ୍ଧନ ଏବେ ଗୋଟିଏ ସ୍ଥାନରେ ମିଳିପାରିବ। ଦେଶର ସର୍ବ ବୃହତ୍ତ ତୈଳ କମ୍ପାନୀ ଇଣ୍ଡିଆନ ଅଏଲ କର୍ପୋରେସନ ୨୦୧୮ ମସିହାରେ ପ୍ରଥମ ଥର ଦେଶରେ ମୋବାଇଲ ଡିସ୍ପେନସର ମାଧ୍ୟମରେ ଡିଜେଲର ହୋମ ଡେଲିଭରୀ ଆରମ୍ଭ କରିଥିଲେ। ଏହାର ସୁଫଳ ଏବେ ମନ୍ତ୍ରାଳୟଙ୍କୁ ନୂଆ ରିଟେଲିଂ ମଡେଲ ଲାଗି ପ୍ରୋତ୍ସାହିତ କରିଛି।