Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

କରୋନା କାଳରେ ୧୦ ଗୁଣା ବଢ଼ିଛି IOCର ଲାଭ, ରେଗ୍ୟୁଲେଟରି ଫାଇଲିଂରେ ଦେଇଛି ସୂଚନା

30/10/2020 at 4:24 PM

ନୂଆଦିଲ୍ଲୀ ୩୦।୧୦: ଦେଶର ସର୍ବ ବୃହତ୍ତ ତୈଳ କମ୍ପାନୀ ଇଣ୍ଡିଆନ ଅଏଲ କର୍ପୋରେସନ (ଆଇଓସି)ର ଲାଭ ସେପ୍ଟେମ୍ବରରେ ଶେଷ ହୋଇଥିବା ତ୍ରୈମାସିକରେ ୧୦ଗୁଣା ବଢିଛି। କମ୍ପାନୀ ଜୁଲାଇରୁ ସେପ୍ଟେମ୍ବର ମାସରେ ୬,୨୨୭.୩୧ କୋଟି ଅର୍ଥାତ ପ୍ରତି ସେୟାର ୬.୭୮ଟଙ୍କାର ନିଟ୍‌ ଲାଭ ଅର୍ଜନ କରିଛି। ଗତବର୍ଷ ଏହି ସମୟରେ କମ୍ପାନୀର ମୋଟ ଲାଭ ୫୬୩.୪୨କୋଟି ଟଙ୍କା ଥିଲା। କମ୍ପାନୀ ନିକଟରେ କରିଥିବା ରେଗ୍ୟୁଲେଟରି ଫାଇଲିଂରେ ଏହି ସୂଚନା ଦେଇଛି।

କେବଳ ସପ୍ଟେମ୍ବର ତ୍ରୈମାସିକରେ କମ୍ପାନୀ ୧.୭୭ କୋଟି ଟନ ତୈଳ ବିକ୍ରୟ କରିଛି। ଯାହା ପୂର୍ବ ତ୍ରୈମାସିକ ବିକ୍ରିର ୧୬ଗୁଣାରୁ ବି ଅଧିକ। ତେବେ ଗତବର୍ଷର ଏହି ତ୍ରୈମାସିକ ତୁଳନାରେ ବିକ୍ରି ପ୍ରାୟ ୧୨ ପ୍ରତିଶତ କମିଥିବା ଜଣାପଡିଛି।   ଗତବର୍ଷ ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକରେ କମ୍ପାନୀ ୨.୦୧୭ କୋଟି ଟନ୍‌ ତୈଳ ବିକ୍ରି କରିଥିଲା।

ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ଆଇଓସି ରିଫାଇନାରୀମାନେ ୧.୪କୋଟି ଟନ ଅଶୋଧିତ ତୈଳ ଶୋଧନ କରିଥିଲେ। ଏପ୍ରିଲ-ଜୁନ ତ୍ରୈମାସିକରେ ଉତ୍ପାଦିତ ୧.୩ କୋଟି ଟନ ତୈଳ ବିକ୍ରି ହୋଇଛି। ତେବେ ଗତବର୍ଷ ଏହି ସମୟରେ ୧.୭୫କୋଟି ଟନ୍‌ ଥିଲା। ତେବେ ଏହି ସମୟରେ କମ୍ପାନୀର ପରିଚାଳନା ରାଜସ୍ୱ ୧.୧୫ ଲକ୍ଷ କୋଟି ଟଙ୍କାକୁ ହ୍ରାସ ହୋଇଥିବା କମ୍ପାନୀ ସୂଚୀତ କରିଛି। ଗତବର୍ଷ ଏହି ସମୟରେ ଏହି ବାବଦ ଖର୍ଚ୍ଚ ୧.୩୨ ଲକ୍ଷ କୋଟି ଟଙ୍କା ଥିଲା।  

   Related Posts