ଅଷ୍ଟ୍ରେଲିଆ ବ୍ରିସବେନ୍‌ରେ ହେବ ୨୦୩୨ ଅଲିମ୍ପିକ୍, ଘୋଷଣା କଲେ IOC

Published By : Prameya-News7 Bureau | July 21, 2021 IST

ଇଣ୍ଟରନ୍ୟାସନାଲ ଅଲିମ୍ପିକ କମିଟି (ଓଆଇସି) ୨୦୩୨ ଅଲିମ୍ପିକ ଆୟୋଜନ ନେଇ ବୁଧବାର ଅଧିକାରିକ ଘୋଷଣା କରିଛନ୍ତି। ଅଷ୍ଟ୍ରେଲିଅ ସହର ବ୍ରିସବେନ୍‌ରେ ଆଗାମୀ ଅଲିମ୍ପିକ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଅଷ୍ଟ୍ରେଲିଆ ଦୁଇଥର ଅଲିମ୍ପିକ୍‌ର ଆୟୋଜକ ହୋଇସାରିଛି। ୧୯୫୬ ମେଲବର୍ଣ୍ଣ ଓ ଗତ ୨୦୦୦ ମସିହାରେ ସିଡନୀ ଅଲମ୍ପିକର ଆୟୋଜନ କରିଥିଲା ଅଷ୍ଟ୍ରେଲିଆ। ୨୦୩୨ ଗ୍ରୀଷ୍ମ ଅଲିମ୍ପିକ ଆୟୋଜନ ନିମନ୍ତେ ଆଇଓସିଙ୍କ୧୩୮ତମ ଅଧିବେଶନରେ ଅଷ୍ଟ୍ରିଲିଆ ଚୂଡ଼ାନ୍ତ ହୋଇଛି। 

{"id":483750,"sizeSlug":"large","linkDestination":"none"}

ଏହା ପୂର୍ବରୁ ଆଇଓସି ପ୍ୟାରିସ୍‌କୁ ୨୦୨୪ ଓ ଲସଏଞ୍ଜେଲସକୁ ୨୦୨୮ ଅଲିମ୍ପିକ ଆୟୋଜନ ଲାଗି ୨୦୧୭ ମସିହାରେ ମନୋନୀତ କରିଥିଲେ। ଗତ ଫେବୃଆରୀ ମାସରେ ୨୦୩୨ ଅଲିମ୍ପିକ ଆୟୋଜନ ଲାଗି ବ୍ରିସବେନ୍‌ ହିଁ ପସନ୍ଦର ସହର ବୋଲି କହିଥିଲେ। ତେବେ କତାର ଏଥିପାଇଁ ଆଗ୍ରହ ପ୍ରକାଶ କରିଥିଲା। ହେଲେ ଗତ ଜୁନ ୧୦ ତାରିଖରେ ଆଇଓସିଙ୍କ ଏକଜ୍ୟୁକୁଟିଭ ବୋର୍ଡ ବ୍ରିସବେନକୁ ମଞ୍ଜୁର କରିଥିଲେ। ଯାହାର ଏବେ ଆନୁଷ୍ଠାନିକ ଘୋଷଣା ହୋଇଛି।

wp:embed {"url":"https://twitter.com/iocmedia/status/1417771563303116801","type":"rich","providerNameSlug":"twitter","responsive":true,"className":""}
https://twitter.com/iocmedia/status/1417771563303116801
/wp:embed

ତେବେ କୋଭିଡ-୧୯ ଯୋଗୁ ଅଟକି ରହିଥିବା ଟୋକିଓ ଅଲିମ୍ପିକ୍‌ ଉଦଘାଟନ ଜୁଲାଇ ୨୩ ତାରିଖରେ ହେବ। ଅଗଷ୍ଟ ୮ତାରିଖରେ କ୍ରିଡାର ମହାକୁମ୍ଭ ଉଦଯାପିତ ହେବ। ଚଳିତ ଅଲିମ୍ପିକରେ ଭାରତ ପକ୍ଷରୁ ୧୨୭ଜଣ ଖେଳାଳି ଭାଗ ନେଉଛନ୍ତି। ଏଥିରୁ ଭାରତ ଲାଗି ଅଧିକ ପଦକ ଆଶା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.