IOA ମହାସଚିବଙ୍କ ଚିଠି: ଟୋକିଓ ଅଲମ୍ପିକ୍ରେ ଦାଦା ହେବେ ଭାରତୀୟ ଦଳର ବ୍ରାଣ୍ଡଆମ୍ବସାଡର
3/02/2020 at 12:10 PM

ମୁମ୍ବାଇ ୦୩।୦୨: ସୌରଭ ଗାଙ୍ଗୁଲି ହେବେ ଟୋକିଓ ଅଲମ୍ପିକ୍ରେ ଭାରତୀୟ ଦଳର ବ୍ରାଣ୍ଡ ଆମ୍ବାସାଡାର । ୨୦୨୦ରେ ହେବାକୁ ଥିବା ଟୋକିଓ ଅଲମ୍ପିକ୍ ପାଇଁ ସୌରଭ ଗାଙ୍ଗୁଲିଙ୍କ ଏପରି ପ୍ରସ୍ତାବ ଦେଇଛି ଭାରତୀୟ ଅଲମ୍ପିକ ସଂଘ । ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବର୍ତ୍ତମାନ ବିସିସିଆଇର ଅଧ୍ୟକ୍ଷ ଭାବେ କାର୍ଯ୍ୟ ଭାର ସମ୍ଭାଳୁଛନ୍ତି । ଚଳିତ ବର୍ଷ ଜୁଲାଇ ୨୪ରୁ ଅଗଷ୍ଟ ୯ ପର୍ଯ୍ୟନ୍ତ ଚାଲିବ ଟୋକିଓ ଅଲମ୍ପିକ୍ । ଅଲମ୍ପିକରେ ଭାରତର ପାଖାପାଖି ୨୦୦ଖେଳାଳି ଭାଗ ନେବେ ।

ଭାରତୀୟ ଅଲମ୍ପିକ ସଂଘ ଟୋକିଓ ଅଲମ୍ପିକ୍ ପାଇଁ ଭାରତୀୟ ଦଳର ଗୁଡବିଲ୍ ଆମ୍ବାସାଡାର ପାଇଁ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ଅନୁରୋଧ କରିଛି । ଭାରତୀୟ ଅଲମ୍ପିକ ସଂଘ ମହାସଚିବ ରାଜୀବ ମେହେତା ଏନେଇ ସୌରଭ ଗାଙ୍ଗୁଲିଙ୍କୁ ଏକ ଚିଠି ଲେଖିଛନ୍ତି ।

ରାଜୀବ ମେହେତା ଚିଠିରେ ଲେଖିଛନ୍ତି ଯେ, ଟୋକିଓ ଅଲମ୍ପିକରେ ୧୪ରୁ ୧୬ ପ୍ରକାର ଖେଳରେ ୨୦୦ରୁ ଅଧିକ ଭାରତୀୟ ଖେଳାଳି ଭାଗ ନେବେ । ସିନିୟର ଆଥ୍ଲେଟିକଙ୍କ ସହ ଯୁବ ଖେଳାଳି ମଧ୍ୟ ସାମିଲ ହେବେ । ଦେଶର ଯୁବବର୍ଗଙ୍କ ପାଇଁ ଗାଙ୍ଗୁଲି ଆଦର୍ଶ । ଆପଣ ବ୍ରାଣ୍ଡଆରମ୍ବାସାଡ ଦ୍ବାରା ଭାରତୀୟ ଖେଳାଳିଙ୍କ ଉତ୍ସାହ ବଢାଇବା ସହ ଦେଶରେ ଅଲମ୍ପିକ୍ ଖେଳକୁ ଆହୁରି ଅଧିକ ପ୍ରାଧାନ୍ୟ ମିଳିବ ।

ଆପଣ ଠିକଣା ଭାବରେ ଏହି ଦାୟିତ୍ବ ବହନ କରିପାରିବେ । ଦେଶର ଯୁବ ଖେଳାଳି ସୌରଭ ଗାଙ୍ଗୁଲିଙ୍କୁ ସବୁବେଳେ ଆଦର୍ଶ ଓ ରୋଲ ମଡେଲ ବୋଲି ଭାବିଥାନ୍ତି । ଖେଳ ପ୍ରସାସକ ରୂପରେ ଗାଙ୍ଗୁଲି ସବୁବେଳେ ଯୁବ ଖେଳାଳିଙ୍କୁ ଅଗ୍ରାଧିକାର ଦେଇଛନ୍ତି । ଯଦି ଗାଙ୍ଗୁଲି ଭାରତୀୟ ଦଳ ସହିତ ଯୋଡି ହେଉଛନ୍ତି, ତେବେ ଖେଳାଳିଙ୍କ ଉତ୍ସାହ ବଢିବ । ଦେଶରେ ଅଲମ୍ପିକ୍ ଖେଳ ପ୍ରତି ଯୁବବର୍ଗଙ୍କ ଉତ୍ସାହ ଆହୁରି ବଢିବ । ଚଳିତ ବର୍ଷ ହେବାକୁ ଥିବା ଅଲମ୍ପିକ୍ ଖେଳରେ ଭାରତର ଭାଗୀଦାରୀକୁ ୧୦୦ବର୍ଷ ପୂରିବ । ଗାଙ୍ଗୁଲିଙ୍କ ସମର୍ଥନରେ ଭାରତୀୟ ଯୁବ ଖେଳାଳିଙ୍କ ଉତ୍ସାହ ବଢିବ ବୋଲି ରାଜୀବ ମେହେତା ଚିଠିରେ ଲେଖିଛନ୍ତି।

କେବଳ ସୌରଭ ଗାଙ୍ଗୁଲି ନୁହେଁ , ଏହାପୂର୍ବରୁ ମାନେ ୪ବର୍ଷ ତଳେ ରିଓ ଅଲମ୍ପିକରେ ସଚ୍ଚିନ ତେନ୍ଦୁଲକର, ସୁଟର ଅଭିନବ ବିନ୍ଦ୍ରା, ଫିଲ୍ମ ଅଭିନେତା ସଲମାନ ଖାନ ଓ ସଙ୍ଗୀତଜ୍ଞ ଏ.ଆର. ରେହମାନ ଭାରତୀୟ ଦଳ ପାଇଁ ଗୁଡଓ୍ବିଲ ଆମ୍ବାସାଡିର ରହିସାରିଛନ୍ତି ।