୨୧ ବର୍ଷ ପରେ ଖୁଲାସା କଲେ ପାକିସ୍ତାନର ପୂର୍ବତନ ଅଧିନାୟକ ଇଞ୍ଜାମାମ-ଉଲ୍-ହକ୍, ଭୁଲ ନିଷ୍ପତ୍ତି ଯୋଗୁଁ ମ୍ୟାଚ୍ ହାରିଥିଲା ଭାରତ

Published By : Prameya-News7 Bureau | November 21, 2020 IST

ନୂଆଦିଲ୍ଲୀ ୨୧/୧୧ : ପାକିସ୍ତାନର ପୂର୍ବତନ ଅଧିନାୟକ ଇଞ୍ଜାମାମ୍-ଉଲ-ହକ୍ ୨୧ ବର୍ଷ ପରେ ଗୋଟିଏ ବଡ ଖୁଲାସା କରିଛନ୍ତି । ୧୯୯୯ ମସିହାରେ ଚେନ୍ନାଇରେ ଖେଳାଯାଇଥିବା ଏକ ଟେଷ୍ଟ ମ୍ୟାଚରେ ବ୍ୟାଟିଂ କରୁଥିବା ବେଳେ ସୌରଭ ଗାଙ୍ଗୁଲିଙ୍କ ଏକ କ୍ୟାଚ୍ ସନ୍ଦେହଜନକ ଥିଲା । ସେହି କ୍ୟାଚକୁ ନେଇ ଏବେ ଖୁଲାସା କରିଛନ୍ତି ପାକିସ୍ତାନର ପୂର୍ବତନ ଅଧିନାୟକ ଇଞ୍ଜାମାମ୍-ଉଲ-ହକ୍ ।

{"id":365317,"sizeSlug":"large"}

୧୯୯୯ରେ ଖେଳାଯାଇଥିବା ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ୍ ସିରିଜର ପ୍ରଥମ ମ୍ୟାଚକୁ ୧୨ ରନରେ ଜିତିନେଇଥିଲା ପାକିସ୍ତାନ । ଏହି ମ୍ୟାଚର ୨ୟ ଇଂନିସରେ ଗାଙ୍ଗୁଲିଙ୍କ କ୍ୟାଚ୍ ବିବାଦୀୟ ଥିଲା । ଇଞ୍ଜାମାମ୍ ଭାରତର ଷ୍ଟାର ବୋଲର ରବିଚନ୍ଦ୍ରନ ଅଶ୍ବିନଙ୍କ ସହ ଏକ ୟୁଟ୍ୟୁବରେ ଏକ କାର୍ଯ୍ୟକ୍ରମରେ ସେହି ମ୍ୟାଚର ମୂହୁର୍ତ୍ତକୁ ତାଜା କରିଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଅଶ୍ବିନ, ଇଞ୍ଜାମାମଙ୍କୁ ସେହି ମ୍ୟାଚର ବିବାଦୀୟ କ୍ୟାଚକୁ ନେଇ ପ୍ରଶ୍ନ କରିଥିଲେ । ଗାଙ୍ଗୁଲି ସିଲି ପଏଣ୍ଟ​ରେ ଏକ ସଟ୍ ଖେଳିଥିଲେ ଏବଂ ସେଠାରେ ମୋଇନ୍ ଖାନ କ୍ୟାଚଟିକୁ ଧରିଥିଲେ । କିନ୍ତୁ ଆଜି ଯାଏଁ ସେହି କ୍ୟାଚର ସତ୍ୟାସତ୍ୟ ବିଷୟରେ ଜଣାପଡିଲା ନାହିଁ ବୋଲି ଇଞ୍ଜାମାମଙ୍କୁ ପ୍ରଶ୍ନ କରିଥିଲେ ଅଶ୍ବିନ ।

{"id":365318,"sizeSlug":"large"}

ତେବେ ଇଞ୍ଜାମାମ ସ୍ବୀକାର କରିଥିଲେ ଯେ ଏହି କ୍ୟାଚ୍ ସନ୍ଦେହପୂର୍ଣ୍ଣ ଥିଲା । ସେତେବେଳେ ସେ ପଡିଆ ବାହାରେ ଥିଲେ ଏବଂ କ୍ୟାମେରାରେ ଦେଖିବା ପରେ ଏହି ଗାଙ୍ଗୁଲିଙ୍କର ଏହି କ୍ୟାଚଟି ସନ୍ଦେହଜନକ ଥିଲା ବୋଲି ସ୍ବୀକାର କରିଥିଲେ । ଏହା ପ​‌ରେ ସେହି କାର୍ଯ୍ୟକ୍ରମରେ ଅଶ୍ବିନ ଜୋରରେ ହସିଥିଲେ ଏବଂ ଇଞ୍ଜାମାମଙ୍କୁ କହିଥିଲେ ଯେ, ଇଞ୍ଜୁ ଭାଇ, ଆପଣଙ୍କୁ ସାଲ୍ୟୁଟ କରୁଛି, କାହିଁକି ନାଁ ଆପଣ ସ୍ବୀକାର କରିଛନ୍ତି ଗାଙ୍ଗୁଲିଙ୍କର ଉକ୍ତ କ୍ୟାଚ ସନ୍ଦେହଜନକ ଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.