ଚିଦାମ୍ବରମଙ୍କୁ ଆଶ୍ୱସ୍ତି ; ଅଗଷ୍ଟ ପହିଲା ଯାଏଁ ଚିଦାମ୍ବରମଙ୍କୁ ଗିରଫଦାରି ଉପରେ ରୋକ୍ ଲଗାଇଛନ୍ତି ଦିଲ୍ଲୀ ହାଇକୋର୍ଟ

Published By : Prameya-News7 Bureau | July 03, 2018 IST

ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ଆଶ୍ୱସ୍ତି । ଅଗଷ୍ଟ ପହିଲା ଯାଏଁ ଚିଦାମ୍ବରମଙ୍କୁ ଗିରଫଦାରି ଉପରେ ରୋକ୍ ଲଗାଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଆଇଏନଏକ୍ସ ମିଡିଆ ମାମଲାରେ ପି. ଚିଦାମ୍ବରମଙ୍କୁ ଅନ୍ତରୀଣ ସୁରକ୍ଷା ଅବଧିକୁ ବୃଦ୍ଧି କରି ଦିଲ୍ଲୀ ହାଇକୋର୍ଟ ଏହି ନିର୍ଦ୍ଦେଶ ରଖିଛନ୍ତି ।ଏହି ମାମଲାରେ ଗତ ମାସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପି. ଚିଦାମ୍ବରମ୍ ଏବଂ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କୁ ଜେରା କରିଥିଲେ । ତେବେ ଗିରଫ ଏଡାଇବାକୁ ହାଇକୋର୍ଟ ଯାଇଥିଲେ ଚିଦାମ୍ବରମ୍ । ଆଇଏନଏକ୍ସ ମିଡିଆକୁ ଏଫଆଇପିବିର ୩୦୫ କୋଟି ଟଙ୍କା ମଞ୍ଜୁରି ପ୍ରସଙ୍ଗରେ ବୂମିକା ନେଇ ଇଡି ଏବଂ ସିବିଆର ଯାଞ୍ଚ ପରିସରକୁ ଆସିଥିଲେ ପି. ଚିଦାମ୍ବରମ୍ । ୨୦୦୭ରେ ୩୦୫ କୋଟି ଟଙ୍କା ବିଦେଶି ପୁଞ୍ଜି ନିବେଶ ଲାଗି ଆଇଏନଏକ୍ସ ମିଡିଆକୁ ଏଫଆଇପିବି ମଞ୍ଜୁରି ରେ ଲାଞ୍ଚ କାରବାରରେ କାର୍ତ୍ତି ଚିଦାମ୍ବରମ୍ ସଂପୃକ୍ତି ଅଭିଯୋଗ ହୋଇଥିଲା ।ସେତେବେଳେ କାର୍ତ୍ତିଙ୍କ ବାପା ପି . ଚିଦାମ୍ବରମ୍ ଅର୍ଥମନ୍ତ୍ରୀ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.