ପରିବେଶକୁ ପରବା ନକଲେ ପ୍ରକୃତି ହୋଇପାରେ ଭୟଙ୍କର : ପଶୁ-ପକ୍ଷୀଙ୍କ ଦେହରୁ ବ୍ୟାପିଥାଏ ୬୦ ପ୍ରତିଶତ ସଂକ୍ରାମକ ରୋଗ

Published By : Prameya-News7 Bureau | June 05, 2020 IST

ଜାତୀୟ ପର୍ଯାବରଣ ରିପୋର୍ଟ ଅନୁସାରେ,ମନୁଷ୍ୟକୁ ହେଉଥିବା ୬୦ପ୍ରତିଶତ ସଂକ୍ରାମକ ରୋଗ ପଶୁ ଜନିତ ହୋଇଥାଏ। ଇବୋଲା,ଏଚଆଇଭି,ଏଭିୟନ୍ ଇନଫ୍ଲୁଏଞ୍ଜା,ଫ୍ଲୁ,ଜିକା,ସାର୍ସ ଭଳି ରୋଗ ସହିତ ଏଗୁଡ଼ିକର ସଂଖ୍ୟା ୭୫ପ୍ରତିଶତ ହୋଇଗଲାଣି। ପଶୁରୁ ମନୁଷ୍ୟଙ୍କୁ ହେଉଥିବା ରୋଗକୁ ଜୁନୋସିସ୍ କୁହାଯାଏ। ଜଳାତଙ୍କ,ଟ୍ୟୁବରକ୍ୟୁଲୋସିସ,ମ୍ୟାଲେରିଆ,ଟୋକ୍ସୋପ୍ଲାସମୋସିସ ଭଳି ରୋଗ ପଶୁଙ୍କଠୁ ମନୁଷ୍ୟଙ୍କୁ ହୋଇଥାଏ। କୋଭିଡ-୧୯ ଭଳି ମହାମାରୀ ମନୁଷ୍ୟ ଗତିବିଧି ଯୋଗୁଁ ଉତ୍ପନ୍ନ ହୋଇଥାଏ।

କୋଭିଡ-୧୯ ବାଦୁଡ଼ି କିମ୍ବା ପାଙ୍ଗୋଲିନ୍ ଯୋଗୁଁ ବ୍ୟାପିଥାଏ ଏବିଷୟରେ ଏଯାଏଁ ସ୍ପଷ୍ଟ ହୋଇନାହିଁ। କିନ୍ତୁ ଏହା ସ୍ପଷ୍ଟ ଯେ ଏହି ରୋଗ ପଶୁଙ୍କଠୁ ଉତ୍ପତ୍ତି ହୋଇଛି। ପରିବେଶରେ ପରିବର୍ତ୍ତନ ଯୋଗୁଁ ଜୁନୋସିସ ରୋଗ ବ୍ୟାପିଥାଏ। ଗତ ୫୦ବର୍ଷ ମଧ୍ୟରେ ପ୍ରକୃତିରେ ପରିବର୍ତ୍ତନର ଦର ସବୁଠୁ ଅଧିକ ହୋଇଛି। ଜନସଂଖ୍ୟା ବଢ଼ିବା ସହ ଅତ୍ୟଧିକ ମାତ୍ରାରେ ପ୍ରାକୃତିକ ସମ୍ପଦକୁ ଧ୍ବଂସ କରିବା,ଜଙ୍ଗଲ ନଷ୍ଟ କରିବା ଆଦି ଯୋଗୁଁ ପରିବେଶ ପରିବର୍ତ୍ତନ ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.