କୁମ୍ଭମେଳାରେ ଅଦୃଶ୍ୟ ଶକ୍ତି ପ୍ରଭାବରେ ୧୫ କୋଟି ଲୋକେ ଯୋଗଦେଇଥାନ୍ତି ବୋଲି କହିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ

Published By : Prameya-News7 Bureau | January 06, 2019 IST

ପ୍ରୟାଗରାଜ ୬/୧ : ଉତ୍ତର ପ୍ରଦେଶ ପ୍ରୟୋଗରାଜ ଠାରେ ଆରମ୍ଭ ହୋଇଛି ପ୍ରସିଦ୍ଧ କୁମ୍ଭମେଳା | ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ ଶନିବାର କହିଥିଲେ ଯେ, କୁମ୍ଭମେଳାରେ ଉଭୟ ଦୃଶ୍ୟମାନ ଏବଂ ଅଦୃଶ୍ୟ ଶକ୍ତି ଉପସ୍ଥିତ ରହିଥାଏ | ଅଦୃଶ୍ୟ ଶକ୍ତି ଦେଖାଯାଇନଥାଏ କିନ୍ତୁ ଏହି ଅଦୃଶ୍ୟ ଶକ୍ତିର ପ୍ରଭାବରେ ପ୍ରତିବର୍ଷ ୧୨ ରୁ ୧୫ କୋଟି ଲୋକ ଟାଣି ହୋଇ ଆସିଥାନ୍ତି ବୋଲି ଅଦିତ୍ୟନାଥ କହିଛନ୍ତି | କୁମ୍ଭମେଳା କ୍ଷେତ୍ରରେ ଆଖଡ଼ାଙ୍କ ଶିବିରରେ ବ୍ୟବସ୍ଥା ଏବଂ ଶ୍ରଦ୍ଧାଳୁଙ୍କ ପାଇଁ କରାଯାଇଥିବା ସୁବିଧା ସୁଯୋଗର ଯାଞ୍ଚ ପରେ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନିଜର ବିଚାର ବ୍ୟକ୍ତ କରିଥିଲେ |

{"id":70943}


ମୁଖ୍ୟମନ୍ତ୍ରୀ ଅଦିତ୍ୟନାଥ ସାମ୍ବାଦିକମାନଙ୍କୁ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଗଙ୍ଗା ପୂଜା କରି ଏହି ଶୁଭ କୁମ୍ଭମେଳାର ଶୁଭାରମ୍ଭ କରିଥିଲେ | ଆସନ୍ତା ଜାନୁଆରୀ ୧୭ ତାରିଖରେ ରାଷ୍ଟ୍ରପତି ମଧ୍ୟ ଆସିବାର ସମ୍ଭାବନା ରହିଛି ବୋଲି ସେ କହିଥିଲେ | ମେଳା ସମୟରେ ଉପ-ରାଷ୍ଟ୍ରପତି ମଧ୍ୟ ଯୋଗ ଦେବେ ବୋଲି ସେ କହିଥିଲେ |

{"id":70942}


ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ବାରଣାସୀରେ ପ୍ରବାସୀ ଭାରତୀୟ ଦିବସ ପାଳନ ହେବାକୁ ଯାଉଛି | ଚଳିତ ମାସରେ ୫୦୦୦ ପ୍ରବାସୀ କୁମ୍ଭମେଳାରେ ମଧ୍ୟ ଯୋଗଦେବେ ବୋଲି ସେ କହିଥିଲେ | ତେବେ ମେଳାରେ ଉପସ୍ଥିତ କୌଣସି ଶ୍ରଦ୍ଧାଳୁଙ୍କୁ ଯେଭଳି କୌଣସି ଅସୁବିଧା ନହୁଏ ସେଥିପାଇଁ ମୁଖ୍ୟମନ୍ତ୍ରୀ ବୁଲି ବୁଲି ସବୁ ଦେଖୁଛନ୍ତି |

{"id":70944}


ପ୍ରୟାଗରାଜ ଭାରତ ସରକାର ଅନେକ ଉନ୍ନତିମୂଳକ କାର୍ଯ୍ୟ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି | ଗତ ଦେଢ଼ବର୍ଷ ମଧ୍ୟରେ ୧୦ରୁ ଅଧିକ ଫ୍ଲାଏଓଭର, ୬ଟି ଅଣ୍ଡରପାସ, ୨୬୪ ରୁ ଅଧିକ ରାସ୍ତା ନିର୍ମାଣ ଏବଂ ରାସ୍ତା ପ୍ରଶସ୍ତିକରଣ, ୬୪ରୁ ଅଧିକ ଛକର ସୌନ୍ଦର୍ଯ୍ୟକରଣ, ଅକ୍ଷୟ ବଟ ଏବଂ ସରସ୍ବତୀ କୂଅର ଦର୍ଶନ ସୁବିଧା ଉପଲବ୍ଧ କରାଇବା, କୁମ୍ଭମେଳା ପଡିଆର ବିସ୍ତାର ଇତ୍ୟାଦି କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ | ମୁଖ୍ୟମନ୍ତ୍ରୀଙ୍କ ସହ ନଗର ବିକାଶମନ୍ତ୍ରୀ ସୁରେଶ ଖାନ୍ନା, ସ୍ୱାସ୍ଥ୍ୟମନ୍ତ୍ରୀ ସିଦ୍ଧାର୍ଥ ନାଥ ସିଂ, କୁମ୍ଭମେଳା ଅଧିକାରୀ ବିଜୟ କିରଣ ଆନନ୍ଦ ଏବଂ ପ୍ରଶାସନର ପ୍ରମୁଖ ଅଧିକାରୀ ସାମିଲ ଥିଲେ |

{"id":70945}
159487491_001


ଅପରପକ୍ଷରେ କୁମ୍ଭମେଳା ବେଳେ ଗଙ୍ଗା ନଦୀକୁ ସଫା ରଖିବା ନିମନ୍ତେ ପ୍ରଶାସନ ଉତ୍ତରପ୍ରଦେଶର ଗାଜିଆବାଦର ୨୪ ଟି ବଡ ବଡ ଉଦ୍ୟୋଗୀକ ସଂସ୍ଥା ବା କାରଖାନା ସବୁକୁ ବନ୍ଦ କରିବା ପାଇଁ ଆଦେଶ ଦେଇଥିଲେ | ଗାଜିଆବାଦର ଜିଲ୍ଲା ଅଧିକାରୀ ଋତୁ ମାହେଶ୍ୱରୀ କହିଛନ୍ତି ଯେ, ପେପର ମିଲ, ଲୁଗା ମିଲ, ଆଦି ବନ୍ଦ ରଖାଯାଇଛି | ଏହି ନିୟମ ରବିବାର ଠାରୁ ଲାଗୁ ହେବ ଏବଂ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ଚାଲିବ | ଜଳସମ୍ପଦ ଅଧିକାରୀ କହିଛନ୍ତି ଯେ, ଏହି ସବୁ କାରଖାନା ଚାଲିବ ଦ୍ୱାରା କାରଖାନାର ମୈଲା ପାଣି ସିଧାସଳଖ ଗଙ୍ଗା ନଦୀରେ ମିଶିଥାଏ |

{"id":70946}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.