କରାଚୀ ବିମାନ ଦୁର୍ଘଟଣା : କ୍ଷତିଗ୍ରସ୍ତ ବିମାନ ତଳୁ ଜବତ ହୋଇଛି ୩ କୋଟି ଟଙ୍କା, ଷଡଯନ୍ତ୍ର ଆଶଙ୍କା

Published By : Prameya-News7 Bureau | May 29, 2020 IST

କରାଚୀ ୨୯/୦୫ : କିଛି ଦିନ ପୂର୍ବରୁ ପାକିସ୍ତାନରେ ଅନ୍ତରାଷ୍ଟ୍ରୀୟ ଏୟାରପ୍ଲେନ (PIA) ଦୁର୍ଘଟଣାଗ୍ରସ୍ତ ହୋଇଥିଲା | ଦୁର୍ଘଟଣଗ୍ରସ୍ତ ବିମାନର କକପିଟ ଭଏସ ରେକର୍ଡର ମିଳିଛି | କିନ୍ତୁ ଏହା ତଳୁ ନଗଦ ୩ କୋଟି ଟଙ୍କା ଜବତ ହୋଇଛି | ନଗଦ ଟଙ୍କା ଜବତ ହେବାପରେ ସମସ୍ତଙ୍କ ହୋସ ଉଡିଯାଇଛି | ଏତେ ଟଙ୍କା କାହାର ଏବଂ ସୁରକ୍ଷା ଯାଞ୍ଚ ପରେ ବିମାନକୁ କିପରି ଆସିଲା ତାକୁ ନେଇ ବର୍ତ୍ତମାନ ପ୍ରଶ୍ନ ଉଠିଛି | କରାଚୀ ବିମାନ ଦୁର୍ଘଟଣା ପୂର୍ବରୁ ପାଇଲଟ କ୍ୟାପଟେନ ସଜ୍ଜାଦ ଗୁଲଙ୍କ ଉପରେ ଗମ୍ଭୀର ପ୍ରଶ୍ନ ଉଠିବା ସହ ତାଙ୍କୁ ନେଇ ସନ୍ଦେହ ବୃଦ୍ଧି ପାଇଛି |

ଏହି ବିମାନରେ ୯୯ଜଣ ଯାତ୍ରୀ ଥିଲେ | ଯାତ୍ରୀମାନଙ୍କ ମଧ୍ୟରେ ୯ ଶିଶୁ ମଧ୍ୟ ଥିଲେ | ୯ ଶିଶୁଙ୍କ ସମେତ ୯୭ ଜଣଙ୍କର ମୃତ୍ୟୁ ହୋଇଥିଲା | ଗୁରୁବାର ଦିନ ଅଧିକାରୀ କହିଛନ୍ତି ଯେ, ଦୁର୍ଘଟଣାଗ୍ରସ୍ତ ବିମାନ ତଳୁ ତଦନ୍ତକାରୀ ଏବଂ ସୁରକ୍ଷା ଅଧିକାରୀ ବିଭିନ୍ନ ଦେଶର ମୁଦ୍ରା ଜବତ କରିଛନ୍ତି ଯାହାର ମୂଲ୍ୟ ପାଖାପାଖି ୩ କୋଟି ଟଙ୍କା |

{"id":277783,"sizeSlug":"large"}

ଅଧିକାରୀ କହିଛନ୍ତି ଯେ, ଏ ସମ୍ପର୍କରେ ଯାଞ୍ଚ ଆଦେଶ ଦିଆଯାଇଛି | ଏତେ ମାତ୍ରାରେ ନଗଦ ବିମାନବନ୍ଦରର ସୁରକ୍ଷା ଓ ଲଗେଜ ଯାଞ୍ଚ ମେସିନରେ କିଭଳି ପାସ ହେଲା | ସେ କହିଛନ୍ତି ଏହି ଟଙ୍କା ଦୁଇଟି ବ୍ୟାଗରେ ପଡିଥିବା ଅବସ୍ଥାରେ ଉଦ୍ଧାର ହୋଇଥିଲା | ପାକିସ୍ତାନ ଏଭିଏସନ ମନ୍ତ୍ରାଳୟ ଏ ସମ୍ବନ୍ଧରେ ବୟାନ ଜାରି କରି କହିଛନ୍ତି ଯେ ଆଇନ ଅନୁଯାୟୀ ଉଦ୍ଧାର ହୋଇଥିବା ଏହି ଟଙ୍କା କାହାର ହୋଇଥିବା ସେନେଇ ଯାଞ୍ଚ ଜାରି ରହିଛି | କାରଣ ଏତେ ଟଙ୍କା ନେଇ ଯିବାକୁ କାହାକୁ ଅନୁମତି ମିଳିନଥିଲା |

ସୂଚନାଯୋଗ୍ୟ ଯେ, ବିମାନ ଦୁର୍ଘଟଣାର ପ୍ରାଥମିକ ଯାଞ୍ଚରେ ପାଇଲଟଙ୍କୁ ନେଇ ଗମ୍ଭୀର ପ୍ରଶ୍ନ ଉଠିଛି | ଯାଞ୍ଚ କରୁଥିବା ଟିମ ଜାଣିବାକୁ ପାଇଛି ଯେ ପାଇଲଟ ଏୟାର ଟ୍ରାଫିକ କଣ୍ଟ୍ରୋଲଙ୍କ କଥା ଶୁଣିନଥିଲେ | ଚେତାବନୀ ଦେବା ପରେ ମଧ୍ୟ ପାଇଲଟ ବିମାନକୁ ଘଣ୍ଟା ପ୍ରତି ୩୨୭ କିଲୋମିଟର ବେଗରେ ଲ୍ୟାଣ୍ଡ କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ | ଯାହାଫଳରେ ବିମାନର ତେଲ ଟାଙ୍କି କ୍ଷତିଗ୍ରସ୍ତ ହୋଇଥିଲା | ଯାଞ୍ଚ ଅନୁଯାୟୀ, ଆବଶ୍ୟକତା ଠାରୁ ଅଧିକ ଉଚ୍ଚରୁ ଲ୍ୟାଣ୍ଡ କରାଇବା ଉଦ୍ୟମ ଓ ବିମାନର ଗତି ସାମାନ୍ୟରୁ ଅଧିକ ଥିବାରୁ ବିମାନର ତଳ ଭାଗ ରନୱେ ସହ ଧକ୍କା ହୋଇଥିଲା | ଯାହାଫଳରେ ତେଲ ଟାଙ୍କି ଓ ଲ୍ୟଣ୍ଡିଙ୍ଗ ଗିଅର କ୍ଷତିଗ୍ରସ୍ତ ହୋଇଥିଲା |

{"id":277784,"width":579,"height":331,"sizeSlug":"large"}

ରିପୋର୍ଟରେ କୁହାଯାଇଛି ଯେ, ପାଇଲଟ ଏୟାର ଟ୍ରାଫିକ କଣ୍ଟ୍ରୋଲଙ୍କ ଚେତାବନୀ ଶୁଣିନଥିଲେ | ଏହାସହ ବିମାନରେ ଦେଖା ଦେଇଥିବା ସମସ୍ୟା ନେଇ ମଧ୍ୟ ସୂଚନା ଦେଇନଥିଲେ | ଆହୁରି ମଧ୍ୟ କୁହାଯାଇଛି ଯେ କକପିଟରେ ପାଇଲଟ ଓ ଅନ୍ୟ ଚାଳକଦଳ ସଦସ୍ୟଙ୍କୁ ସଙ୍କଟ ସମ୍ପର୍କରେ ଏୟାର ଟ୍ରାଫିକ କଣ୍ଟ୍ରୋଲକୁ ସୁଚାଇବା ପାଇଁ ରୋକାଯାଇଥିଲା | ବିମାନର ଲ୍ୟଣ୍ଡିଙ୍ଗ ଗିଅର ଖରାପ ଥିବା ଯାଞ୍ଚରେ ଜଣାପଡିଛି | ସେଥିପାଇଁ ବିମାନକୁ କିଛି ସମୟ ଉଡାଇ ରଖିବା ପାଇଁ ନିର୍ଦେଶ ଦିଆଯାଇଥିଲା | କିନ୍ତୁ ପାଇଲଟ ଏହି ନିର୍ଦେଶକୁ ଅବମାନନା କରିଥିଲେ | ପାଇଲଟଙ୍କୁ ଦୁର୍ଘଟଣା ଦିନ ଲ୍ୟଣ୍ଡିଙ୍ଗ ଉଦ୍ୟମ ପୂର୍ବରୁ ବିମାନର ଗତି ଓ ଉଚ୍ଚତାକୁ ନେଇ ୩ଥର ଚେତାବନୀ ଦିଆଯାଇଥିବା ସତ୍ତ୍ୱେ ସେ ଏହାକୁ ନଜର ଅନ୍ଦାଜ କରିଥିଲେ | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.