ହାତୀ ମୃତ୍ୟୁ ଘଟଣାର ହେବ ତଦନ୍ତ : କାହା ଅନୁମତିରେ ଯାଇଥିଲେ ସାମ୍ୱାଦିକ, ପ୍ରଶ୍ନ ଉଠାଇଲେ ପିସିସିଏଫ

Published By : Prameya-News7 Bureau | September 29, 2021 IST

ଭୁବନେଶ୍ୱର ୨୯/୦୯: କଟକ ମହାନଦୀରେ ଏଇ ନିକଟରେ ହୋଇଥିବା ହାତୀ ମୃତ୍ୟୁ ଘଟଣାର ହେବ ତଦନ୍ତ । ପ୍ରକୃତରେ ହାତୀ ମୃତ୍ୟୁ ପାଇଁ ଦାୟୀ କିଏ ? ସେନେଇ କରାଯିବ ଯାଞ୍ଚ । କିଭଳି କେଉଁ ପରିସ୍ଥିତିରେ ଓ ହାତୀର ମୃତ୍ୟୁ ହେଲା ତାର ତଦନ୍ତ କରାଯିବ । ମୃତ ହାତୀର ପୋଷ୍ଟ ମର୍ଟମ ରିପୋର୍ଟ ଆସିବା ପରେ ତଦନ୍ତ ଆଗକୁ ବଢିବ ବୋଲି ଜଣାପଡିଛି ।

ତଦନ୍ତ ପାଇଁ ବିଶେଷଜ୍ଞମାନେ ଏହି ପରାମର୍ଶ ଦେଇଛନ୍ତି । ସେହିଭଳି ସାମ୍ବାଦିକଙ୍କୁ ନଦୀ ଭିତରକୁ କିଏ ଓ କାହିଁକି ନେଲେ ତାହାର ମଧ୍ୟ ତଦନ୍ତ କରାଯିବ । ଏନେଇ ସ୍ପଷ୍ଟ କରିଛନ୍ତି ପିସିସିଏଫ ଶଶି ପଲ । ସୂଚନା ଥାଉକି, ଗତ ଶୁକ୍ରବାର ଘଟିଥିଲା ଅଘଟଣ । ମହାନଦୀରେ ଫସିଥିବା ହାତୀକୁ ଉଦ୍ଧାର କରିବାକୁ ଯାଇ ମୃତ୍ୟୁବରଣ କରିଥିଲେ ଜଣେ ସାମ୍ୱାଦିକ ଓ ଓଡ୍ରାଫ ଟିମର ସଦସ୍ୟ । ମହାନଦୀରେ ଫସିରହିଥିବା ହାତୀକୁ ଉଦ୍ଧାର କରିବାକୁ ଯାଇଥିଲେ ୭ ଜଣିଆ ସଦସ୍ୟ ।

ବୋଟରେ ୫ ଜଣ ଓଡ୍ରାଫ ଟିମ୍ ସହ ଜଣେ ସାମ୍ୱାଦିକ ଓ କ୍ୟାମେରାମ୍ୟାନ ଯାଇଥିଲେ । ତେବେ ମହାନଦୀର ପ୍ରଖରେ ସ୍ରୋତରେ ବୋଟଟି ପାଣିରେ ବୁଡିଯାଇଥିଲା । ହେଲେ ଜଣେ ସାମ୍ୱାଦିକ ଓ କ୍ୟାମେରାମ୍ୟାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯିଇଥିଲା । ହେଲେ ଜୀବନ ସହ ସଂଘର୍ଷ କରି ସାମ୍ୱାଦିକଙ୍କ ମୃତ୍ୟୁ ହେବା ସହ କ୍ୟାମେରାମ୍ୟାନ ଗୁରୁତର ଥିଲେ । ଏହାସହ ଓଡ୍ରାଫ ଟିମର ଜଣେ ସଦସ୍ୟ ପାଣିର ସୁଅରେ ଭାସିଯାଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କ ମୃତଦେହ ପାଣିରୁ ଉଦ୍ଧାର ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.