ଯାଜପୁର ଡଙ୍କାରି ପାହାଡ଼ ରୁ କଳାପଥର ଲୁଟ ଘଟଣା ର ତଦନ୍ତ ଆରମ୍ଭ

Published By : Prameya-News7 Bureau | October 06, 2018 IST

ଯାଜପୁର;୦୬/୧୦- ଯାଜପୁର ଡଙ୍କାରି ପାହାଡ଼ ରୁ କଳାପଥର ଲୁଟ ଘଟଣା ର ତଦନ୍ତ |ଘଟଣା ସ୍ଥଳରେ ପହଂଚି ଟିମର ଅଧକ୍ଷ ସୁରେଶ ଚନ୍ଦ୍ର ମହାନ୍ତି ଏହାର ତଦନ୍ତ କରୁଛନ୍ତି |ତଦନ୍ତକରି ଟିମ ପଥର ଖାଦାନ ,ପୋଖରୀ ,କ୍ରସର ଆଦି ଦେଖିବା ସହ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି |ତଦନ୍ତ ସମୟରେ ଯାଜପୁରର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ,ଏସପି ଚରଣ ସିଂ ମିନା, ଜୈବ ବିଜ୍ଞାନୀ ଦେବାଶିଷ ରୟ ଙ୍କ ସହ ସ୍ଥାନୀୟ ତହସିଲଦାର ,ପ୍ରଦୂଷଣ ବିଭାଗ ର କର୍ମକର୍ତା ଉପସ୍ଥିତ ଥିଲେ |ଦାନକାରୀ କଳାପଥର ଲୁଟ ମାମଲାର ତଦନ୍ତ ପାଇଁ ଜାତୀୟ ଗ୍ରୀନ ଟ୍ରିବୁନାଲ ସୁରେଶ ଚନ୍ଦ୍ର ମହାନ୍ତି ଏକ ଟିମ ଗଠନ କରିଛନ୍ତି |ବିନା ପରିବେଶ ମଞ୍ଜୁରୀରେ ଏହି ପଥର ଖଣିରୁ କୋଟି କୋଟି ଟଙ୍କାର ପଥର ଲୁଟ ହେଉଛି |ସରକାର ରାଜସ୍ବ ହରାଇବା ସ୍ଥଳେ ମାଫିଆ ଲାଲେଲାଲ ହଉଛନ୍ତି |ଅନ୍ୟପକ୍ଷେ ବାରମ୍ବାର ବମ ବ୍ଳଷ୍ଟିଙ୍ଗ ହେଉଥିବା ବେଳେ ପରିବେଶ ମଧ୍ୟ ଦୂଷିତ ହଉଛି |ଏହାକୁ ବିରୋଧ କରି ସ୍ଥାନୀୟ ଲୋକେ ପୋଡାଜଳା ମଧ୍ୟ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.