ଗୁଳିବାଜି ମୃତ ଦନ୍ତାକୁ ରାତି ଅଧିଆ ପୋତି ଦେଇଥିଲେ ଅଧିକାରୀ, ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ

Published By : Prameya-News7 Bureau | November 01, 2021 IST

ଆଠଗଡ଼, ୦୧/୧୧: ମହଙ୍ଗା ପଡିଲା ରାତିଅଧିଆ ଲୁଚାଇ ମୃତ ଦନ୍ତା ହାତୀ ପୋତିବା। ବିଭାଗ ପକ୍ଷରୁ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଲେ RCCF । ଗତ ୨୭.୮.୨୦୨୦ ମସିହାରେ ଆଠଗଡ ବନଖଣ୍ଡ ସୁବାସୀ ସଂରକ୍ଷିତ ଜଙ୍ଗଲରେ ୧୦ବର୍ଷର ଦନ୍ତା ହାତୀର ଗୁଳି ବାଜି ମୃତ୍ୟୁ ହୋଇଥିଲା। ଘଟଣା ଚପାଇବାପାଇଁ  ବନ ବିଭାଗ ତରବରିଆ ଭାବେ ହାତୀର ମୃତଦେହ ରାତି ଅଧରେ ପୋତି ଦେଇଥିଲା। ଏବେ ପ୍ରଶ୍ନ ଉଠୁଛି ହାତୀକୁ ମାରିଲା କିଏ? ଯଦି ଶିକାରୀ ଗୁଳିରେ ହାତୀ ମଲା ତେବେ ବନବିଭାଗର ଅଧିକାରୀ କାହିଁକି ଲୁଚାଇଥିଲେ । ଏହି ଘଟଣାରେ କେଉଁ ଅଧିକାରୀଙ୍କ ରହିଛି ହାତ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ? 

wp:html https://www.youtube.com/watch?v=lWs61CSCTeE /wp:html

ହାତୀ ମୃତକୁ ନେଇ ବର୍ଷ ତମାମ ଚର୍ଚ୍ଚାରେ ଆଠଗଡ଼ ବନ ବିଭାଗ । କେତେବଳେ ଅଜଣା ରୋଗରେ ଆକ୍ରାନ୍ତ ହୋଇ ହାତୀ ମୃତ୍ୟୁ ତ ଆଉ କେତେବେଳେ ଶିକାରୀ ଗୁଳିରେ । ତେବେ ଗତ ବର୍ଷ ଏକ ଦନ୍ତା ହାତୀ କୁଲାଇଲୋ ବିଟ୍ ହାଉସ୍ ଅଧୀନ ସୁବାସି ସଂରକ୍ଷିତ ଜଙ୍ଗଲରେ ଶିକାରୀ ଗୁଳିରେ ମୃତ୍ୟୁ ହୋଇଥିବା ନେଇ ଆଠଗଡ଼ ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଥିଲା । ଶେଷରେ ଶିକାରୀ ଗୁଳିରେ ମୃତ୍ୟୁ ବରଣ କରିଥିବା ଦନ୍ତା ହାତୀର ମୃତଦେହ ରାତି ଅଧରେ ତରବରିଆ ଭାବେ ଜଙ୍ଗଲ ମଧ୍ୟରେ ପୋତି ଦେଇଥିବା ଭିଡିଓ ମିଳିଥିଲା । ସବୁଠୁ ଆଶ୍ଚଯ୍ୟର କଥା ଯେ ଏ ନେଇ ଆଠଗଡ଼ ବନଖଣ୍ଡ ଅଧିକାରୀଙ୍କ ପାଖରେ ଖବର ନଥିଲା । ଆଠଗଡ଼ ବନ ବିଭାଗ ଅଧିକାରୀଙ୍କ ଅଜାଣନ୍ତରେ କିପରି ହାତୀକୁ ପୋତି ଦିଆଗଲା ସେନେଇ ଉଠୁଚି ପ୍ରଶ୍ନ ? ତେବେ ବିଭାଗୀୟ କର୍ମଚାରୀ ହାତୀକୁ ପୋତୁ ଥିବା ସମୟରେ ଉପସ୍ଥିତ ଥିବା ଜଣାପଡିଛି । ଏହି ଭାଇରାଲ୍ ଭିଡ଼ିଓରୁ ସ୍ପଷ୍ଟ ବାରି ହୋଇ ପଡ଼ୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.