Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ ଖସୁନି କରୋନା ଗ୍ରାଫ୍, ଆଉ ୬ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ସରିଲା ହାସ୍ୟ ଅଭିନେତା ପ୍ରଜ୍ଞାଙ୍କ ନିର୍ବନ୍ଧ, ସୋସିଆଲ ମିଡିଆରେ ରିଙ୍ଗ୍ ସେରିମନି ଫଟୋ ଭାଇରାଲ
  • ||
  • ଗାଡି ପାର୍ଟସ ଦୋକାନରୁ ଲୁଟ୍, ବନ୍ଧୁକ ଦେଖାଇ ନେଇଗଲେ ଟଙ୍କା
  • ||
  • ଅଜଗରକୁ ଗିଳିଲା ଅହିରାଜ, ସାତକୋଶିଆରେ ବିରଳ ଘଟଣା !
  • ||
  • ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ, ୨ ଆରୋହୀ ମୃତ
  • ||
  • ଜାନୁଆରୀ ୨୦ରୁ ହଜିଯିବ ଶୀତ, ୨୩ରୁ ବର୍ଷା !
  • ||

ସମ୍ବଲପୁର ବୋର୍ଡ ଅଫିସରେ ଅଗ୍ନିକାଣ୍ଡ ଘଟଣା ; ୮ଜଣଙ୍କ ନାଁରେ ଧନୁପାଲି ଥାନାରେ ମାମଲା ରୁଜୁ, ରେକର୍ଡ ହେବ ବୋର୍ଡ କର୍ମଚାରୀଙ୍କ ବୟାନ

20/12/2018 at 11:02 AM

ସମ୍ବଲପୁର ୨୦|୧୨:  ସମ୍ବଲପୁର ସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟଣାରେ ଆଜି ବୟାନ ରେକର୍ଡ କରିବ ପୋଲିସ । ଆଜି ବୋର୍ଡର ଡେପୁଟୀ ସେକ୍ରେଟାରୀ ସୂର୍ଯ୍ୟମଣି ମାଝୀ ଓ ଅନ୍ୟ କର୍ମଚାରୀଙ୍କ ବୟାନ ରେକର୍ଡ କରିବ ପୋଲିସ । ଧନୁପାଲି ଥାନା ଆଇଆଇସି କମଳଲୋଚନ ପଣ୍ଡାଙ୍କ ନେତୃତ୍ବରେ ୪ ଜଣିଆ ଟିମ୍ ଘଟଣାର ତଦନ୍ତ କରୁଛନ୍ତି । ସମ୍ବଲପୁର ସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟଣାରେ ଗତକାଲି ୮ ଅଜଣା ଦୁର୍ବୃତ୍ତଙ୍କ ନାଁରେ ଧନୁପାଲି ଥାନାରେ ମାମଲା ରୁଜୁ କରାଯାଇଥିଲା ।

ସମ୍ବଲପୁର ବୋର୍ଡ ଅଫିସ ଅଗ୍ନିକାଣ୍ଡରେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ପୋଡ଼ି ନଷ୍ଟ ହୋଇଯାଇଛି । ପୋଡି ଯାଇଥିବା କାଗଜପତ୍ର ମଧ୍ୟରେ, ଆସନ୍ତା ମାଟ୍ରିକ ବୋର୍ଡ ଓ ସପ୍ଲିମେଣ୍ଟାରୀ ପରୀକ୍ଷାର ଫର୍ମ ସହ, ଅନେକ ଗୁରୁତ୍ବପୂର୍ଣ୍ଣ ଫାଇଲ୍ ପୋଡି ଯାଇଛି । ପିଲାଙ୍କ ମାଟ୍ରିକ୍ ପରୀକ୍ଷା ଫର୍ମ ପୁରଣ ସହ, ପରୀକ୍ଷାକେନ୍ଦ୍ର ସଂପର୍କିତ କାମ ଚାଲିଥିଲା ବୋର୍ଡ ଅଫିସ୍‌ରେ ହଠାତ୍ ୫ରୁ ୭ଜଣଲୋକ କାର୍ଯ୍ୟାଳୟରେ ପହଞ୍ଚି, ପଶ୍ଚିମ ଓଡିଶାର ସମସ୍ତ କାର୍ଯ୍ୟାଳୟ ଗତ ୧୦୬ ଦିନ ହେଲା ବନ୍ଦ ରହିଥିବାବେଳେ, ତୁମେ କାହିଁକି ଖୋଲିଛ ବୋଲି, ବୋର୍ଡ ସଂପାଦକଙ୍କୁ ପ୍ରଶ୍ନ କରିଥିଲେ। ପରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କୁ କାର୍ଯ୍ୟାଳୟ ବାହାରକୁ ଚାଲିଯିବାକୁ କହି, ୩ଟି କୋଠରୀରେ କିରୋସିନି ପକାଇନିଆଁ ଲଗାଇଦେଇଥିଲେ। ନିଆଁ ପ୍ରବଳ ବେଗରେ ଜଳୁଥିବା ବେଳେ, ବୋର୍ଡ ସଂପାଦକ ଏସ୍ ପି ଓ ଜିଲ୍ଲାପାଳଙ୍କୁ ଫୋନ୍ ଯୋଗେ ଘଟଣା ସଂପର୍କରେ ଜଣାଇଥିଲେ ।

ଘଟଣା ପଛରେ ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ଆନ୍ଦୋଳନରେ ସଂପୃକ୍ତ ବ୍ୟକ୍ତିଙ୍କ ହାତ ଥିବା କହିଛନ୍ତି ବୋର୍ଡ ସଂପାଦକ । ପଶ୍ଚିମ ଓଡିଶା ଓକିଲ ସମୂହ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ସଂପାଦକ କହିଛନ୍ତି ଯେ, ଏହି ଅଗ୍ନିକାଣ୍ଡ ପଛରେ ଓକିଲ ସଂଘ କିମ୍ବା ସିଏସିର ହାତ ନାହିଁ । ଲୋକମାନଙ୍କ ସରକାରଙ୍କ ଉପରେ ଥିବା ରାଗର ଏହା ପ୍ରତିଫଳନ ।

   Related Posts