ପୁଲୱାମା ଆତ୍ମଘାତୀ ହମଲାର ବଡ ଖୁଲାସା : ବିସ୍ଫୋରଣରେ ବ୍ୟବହୃତ ହୋଇଥିଲା ୬୦ କିଲୋ ବିସ୍ଫୋଟକ

Published By : Prameya-News7 Bureau | February 16, 2019 IST

ଦିଲ୍ଲୀ ୧୬/୨ : ଜାମ୍ମୁ କାଶ୍ମୀର ପୁଲୱାମାରେ ହୋଇଥିବା ବଡ ଧରଣର ଆତ୍ମଘାତୀ ହମଲାର ପ୍ରାଥମିକ ଯାଞ୍ଚରେ କେତେକ ନୂଆ କଥା ଜଣାପଡିଛି | ବିସ୍ଫୋରଣରେ ଆର୍ଡିଏକ୍ସ ବ୍ୟବହାର କରାଯାଇଥିଲା | ପୂର୍ବରୁ ସୂଚନା ଦିଆଯାଇଥିଲା ଯେ, ବିସ୍ଫୋଟକର ମାତ୍ର ସାଢେ ୩ କିଲୋ ଥିଲା | କିନ୍ତୁ ପ୍ରାଥମିକ ତଦନ୍ତ ପରେ ଜଣାପଡିଛି ଯେ, ବିସ୍ଫୋଟକର ମାତ୍ର ପାଖାପାଖି ୬୦ କିଲୋ ଥିଲା | ୨୦୦୧ ମସିହା ପରେ ପ୍ରଥମଥର ପାଇଁ କାଶ୍ମୀରରେ ଏଭଳି ଧମାକା ହୋଇଥିଲା | ୨୦୦୧ ମସିହାରେ କାଶ୍ମୀର ବିଧାନସଭା ଗେଟ ନିକଟରେ ଆଇଇଡି ବିସ୍ଫୋରଣ ହୋଇଥିଲା | ସେହି ବିସ୍ଫୋରଣରେ ୩୦ ଜଣଙ୍କ ମୃତ୍ୟୁ ହୋଇଥିଲା |

{"id":85750}


ଗୁରୁବାର ଦିନ ହୋଇଥିବା ଏହି ଘାତକ ବିସ୍ଫୋଟକ ଆଇଇଡିର ଜଣେ ବିଶେଷଜ୍ଞ ପ୍ରସ୍ତୁତ କରିଥିବା ଜଣାପଡିଛି | ବିସ୍ଫୋରଣରେ ସିଆରପିଏଫ ଯବାନ ଛୀନଛତ୍ର ହୋଇ ଉଡି ଯାଇଥିଲେ | ଯବାନଙ୍କ ବସ ୩୦ ମିଟର ଦୂରରେ ଛିଟିକି ପଡିଥିଲା | ଜଣେ ଯବାନଙ୍କ ମୃତଦେହ ୮୦ ମିଟର ଦୂରରେ ପଡିଥିଲା | ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ବିସ୍ଫୋରଣର ଶବ୍ଦ ୧୦ କି:ମି: ଯାଏଁ ସୁଭିଥିଲା | ଏହି ବିସ୍ଫୋରଣରେ ବ୍ୟବହୃତ ହୋଇଥିବା ମାନବ ବୋମା ଅତି ଭୟଙ୍କର ଥିଲା ବୋଲି ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି | ଆତଙ୍କୀ ସଂଗଠନର ମାନବ ବୋମା ଆଦିଲର ବହୁତ ବ୍ରେନ ୱାସ କରାଯାଇଥିବା ବୋଲି କହିଛନ୍ତି ବିଶେଷଜ୍ଞ | ଘଟଣାରେ ଅନେକ ଲୋକ ସାମିଲ ଥିବା ସନ୍ଦେହ କରାଯାଉଛି | ସନ୍ଦିଗ୍ଧ ଲୋକଙ୍କୁ ପଚରାଉଚୁରା କରାଯାଉଛି | ଆଖପାଖ ଅଂଚଳରେ ସିସିଟିଭି ମଧ୍ୟ ଯାଞ୍ଚ କରାଯାଉଛି | ଏହି ଭୟଙ୍କର ବିସ୍ଫୋରଣରେ ଜୈଶ-ଏ-ମହମ୍ମଦ ଆତଙ୍କୀ ସଂଗଠନ ସହ ଅନ୍ୟ ଆତଙ୍କୀ ସଂଗଠନ ମଧ୍ୟ ସାମିଲ ଥିବା ସନ୍ଦେହ କରାଯାଉଛି |

{"id":85751}


ଏକ ଇସ୍ୟୁଭିରେ ଧକ୍କା ମରାଯାଇଥିଲା ବୋଲି ପୂର୍ବରୁ ସୂଚନା ମିଳିଥିଲା | ଏବେ କିନ୍ତୁ କୁହାଯାଉଛି ଯେ, ଧକ୍କା ଏକ କାରରେ ଦିଆଯାଇଥିଲା | ସେହି କାରରେ ବିସ୍ଫୋଟକ ଭର୍ତ୍ତି ହୋଇ ରହିଥିଲା | ଆହୁରି କୁହାଯାଇଛି ଯେ, ସିଆରପିଏଫ ଯବାନଙ୍କ ଗାଡିକୁ ଓଭର ଟେକ କରାଯାଇ ବିସ୍ଫୋରଣ କରାଯାଇଥିଲା |

{"id":85752,"width":585,"height":325}


ଏହି ଆତ୍ମଘାତୀ ହମଲାରେ ସିଆରପିଏଫ ଯବାନଙ୍କ ଗାଡି ସହ ଅନେକ ଗାଡି କ୍ଷତିଗ୍ରସ୍ତ ହୋଇଛି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ସମସ୍ତ ରାଜନେତା ତଥା ସମଗ୍ର ଦେଶବାସୀ ଏହି ହମଲାକୁ ନିନ୍ଦା କରିଛନ୍ତି | ଶ୍ରୀନଗର ହସ୍ପିଟାଲରେ ଗୁରୁତରଙ୍କ ଚିକିତ୍ସା ଚାଲିଛି |

{"id":85753,"width":586,"height":390}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.