ଜେଇଙ୍କୁ ପାଟଣାଗଡ ବିଧାୟକ ଉଠବସ କରିବା ଘଟଣା : ରାସ୍ତା କାମ ଅନିୟମିତତା ଅଭିଯୋଗର ଆରମ୍ଭ ହେଲା ତଦନ୍ତ

Published By : Prameya-News7 Bureau | June 12, 2019 IST

ବଲାଙ୍ଗିର ୧୨|୬: ପାଟଣାଗଡ ବିଧାୟକ କନିଷ୍ଠ ଯନ୍ତ୍ରୀଙ୍କୁ ଉଠବସ୍ ଘଟଣା ପରେ ରାସ୍ତା କାମ ଅନିୟମିତତା ଅଭିଯୋଗର ତଦନ୍ତ ଆରମ୍ଭ ହୋଇଛି । ଅନୁଧ୍ୟାନ ପାଇଁ ବଲାଙ୍ଗିରରେ ପହଞ୍ଚିଛନ୍ତି ୮ ଜଣିଆ ଟିମ୍ । ଭୁବନେଶ୍ବର, ସମ୍ବଲପୁର, କଣ୍ଟାବାଞ୍ଜି ଓ ପାଟଣାଗଡରୁ ଗଲେ ବିଶେଷଜ୍ଞ ଦଳ । ରାସ୍ତା ନିର୍ମାଣର ସ୍ଥିତି ଅନୁଧ୍ୟାନ କରିବେ ।

{"id":122282}

ଟିମ୍‌ରେ ସମ୍ବଲପୁର ଆର୍‌ ଆଣ୍ଡ ବି କ୍ବାଲିଟି କଣ୍ଟ୍ରୋଲ ଡିଭିଜନର ନିର୍ବାହୀ ଯନ୍ତ୍ରୀ ହୀରାଲାଲ୍ ଅଗ୍ରୱାଲ୍, ଭୁବନେଶ୍ବରରୁ ନିର୍ବାହୀ ଯନ୍ତ୍ରୀ ରଥଙ୍ଗଧର ରାଉତ, ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ପ୍ରତାପ କୁମାର ଚୌଧୁରୀ ପ୍ରମୁଖ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.