ମମିତା ମେହେର ହତ୍ୟାକାଣ୍ଡକୁ ନେଇ ଉତ୍ତରାଞ୍ଚଳ DIGଙ୍କ ପ୍ରତିକ୍ରିୟା : ‘ସଠିକ୍‌ ତଦନ୍ତ ଚାଲିଛି, ଦୋଷୀକୁ ଦଣ୍ଡ ଦେବାରେ ପୋଲିସ ଉପଯୁକ୍ତ ପ୍ରମାଣ ଦେବ’

Published By : Prameya-News7 Bureau | November 13, 2021 IST

ଭୁବନେଶ୍ବର ୧୩/୧୧ : ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ଘଟଣାକୁ ନେଇ ପ୍ରେସମିଟ୍‌ କରିଛନ୍ତି ଉତ୍ତରାଞ୍ଚଳ DIG ଦୀପକ କୁମାର । ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟାକାଣ୍ଡ ମାମଲାର ସଠିକ ତଦନ୍ତ ହେଉଥିବା କହିଛନ୍ତି ଡିଆଇଜି । ଉତ୍ତରାଞ୍ଚଳ DIG ଦୀପକ କୁମାର ପ୍ରେସମିଟ୍‌ କରି କହିଛନ୍ତି, ‘ ଠିକ ସମୟରେ FIRକୁ CCTNSରେ ଅପ୍‌ଲୋଡ୍‌ କରାଯାଇଥିଲା । CCTNSରେ ଅପଲୋଡ୍‌ ହେଲା ପରେ FIRକୁ ମାନୁପୁଲେଟ୍‌ କରିହେବନି । ଘଟଣାରେ ୧୦୦ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଛି । ସଠିକ୍‌ ସମୟରେ ଅଭିଯୁକ୍ତକୁ ମାଜି​‌େ​‌ଷ୍ଟ୍ରଟଙ୍କ ନିକଟରେ ହାଜର କରାଯାଇଛି । ପୂଜା ଛୁଟି ପାଇଁ କୋର୍ଟରେ ମାମଲା ଦାଖଲ ବିଳମ୍ବ ହୋଇଛି । ଅଭିଯୁକ୍ତକୁ ନେଇ କ୍ରାଇମ ରି କ୍ରିଏସନ୍‌ କରାଯାଇଛି । ସମସ୍ତ ତଦନ୍ତ ଦସ୍ତାବୀଜ ନ୍ୟାୟ ବ୍ୟବସ୍ଥା ଅନୁଯାୟୀ କୋର୍ଟଙ୍କ ନିକଟରେ ଦାଖଲ କରାଯିବ । ନ୍ୟାୟ ବ୍ୟବସ୍ଥା ଅନୁଯାୟୀ ଦୋଷୀକୁ ଦଣ୍ଡ ଦେବାରେ ପୋଲିସ ଉପଯୁକ୍ତ ପ୍ରମାଣ ଦେବ’ ।

ସୂଚନାଯୋଗ୍ୟ, ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଗିରଫ କରିସାରିଛି ପୋଲିସ । ମମିତାଙ୍କୁ ହତ୍ୟାକରି ପୋତିଥିବା ସ୍ଥାନକୁ ନେଇ ସିନ୍‌ ରି କ୍ରିଏସନ୍‌ ମଧ୍ୟ କରିଛି ଅଭିଯୁକ୍ତ ଗୋବିନ୍ଦ । ଏହା ସହିତ ଘଟଣାର ସବୁ ଦିଗକୁ ଅନୁଧ୍ୟାନ କରାଯାଇ ତଦନ୍ତ ଜାରି ରହିଥିବା କହିଛନ୍ତି କେନ୍ଦ୍ରାଞ୍ଚଳ ଡିଆଇଚି ଦୀପକ କୁମାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.