ଏବେବି ରହସ୍ୟ ଘେରରେ ସୁନ୍ଦରଗଡ କୋଇଡାରେ ୫ ଜଣଙ୍କର ମୃତ୍ୟୁ ଘଟଣା ; ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍‌ର ଛାନ୍‌ଭିନ୍ ଜାରି

Published By : Prameya-News7 Bureau | January 27, 2019 IST

କୋଇଡା ୨୭|୧: ସୁନ୍ଦରଗଡ ଜିଲ୍ଲା କୋଇଡାରେ ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ଘଟଣା ଏବେବି ରହସ୍ୟ ଘେରରେ ରହିଛି । କୋଇଡ଼ା ପୋଲିସ ସାଇଣ୍ଟିଫିକ୍ ଟିମ୍ ସହିତ ଘଟଣାସ୍ଥଳରେ ପହଞ୍ଚି କୂଅରୁ ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି । ଆଜି ସମସ୍ତଙ୍କ ପୋଷ୍ଟମର୍ଟମ କରାଯିବ ।

{"id":78515}

ବଡ଼ଇନ୍ଦୁପୁର ଗାଁ କନ୍ଦାସାହିର ସୁଦାମ ମୁଣ୍ଡାଙ୍କ ପତ୍ନୀ କୁନି ମୁଣ୍ଡା ଏବଂ ତାଙ୍କର ଦୁଇପୁତ୍ର ଓ ଦୁଇ କନ୍ୟାଙ୍କୁ ହତ୍ୟା କରାଯାଇଛି । କୁନି ମୁଣ୍ଡା ପିଲାମାନଙ୍କୁ ଧରି ଘରେ ଏକୁଟିଆ ଥିବା ବେଳେ ବିଳମ୍ବିତ ରାତିରେ ସେମାନଙ୍କୁ କେହି ହତ୍ୟା କରି ନିକଟରେ ଥିବା ଏକ କୂଅରେ ପକାଇଦେଇଥିଲା । ଶନିବାର ସକାଳେ  ଘର ଭିତରେ ରକ୍ତ ଛିଟା ଦେଖିବା ପରେ ଘଟଣା ଜଣାପଡ଼ିଥିଲା ।

{"id":78124}

ସେପଟେ କୁନି ମୁଣ୍ଡାଙ୍କ ସ୍ବାମୀ କହିଛନ୍ତି ଯେ, ଗୁଣି ଗାରେଡ଼ିକୁ ସନ୍ଦେହ କରି ଏମାନଙ୍କୁ ହତ୍ୟା କରାଯାଇଛି । କିଛି ଦିନ ପୂର୍ବରୁ ପଡ଼ୋଶୀ ଦେବ୍ରା ମୁଣ୍ଡାଙ୍କ ଝିଅ ପ୍ରାଣ ହରାଇଥିଲା। ସେବେଠାରୁ ସେ କୁନି ଉପରେ ସନ୍ଦେହ କରୁଥିଲେ । ଏହି ଘଟଣା ପରେ ଦେବ୍ରା ଫେରାର ହୋଇଯାଇଛନ୍ତି। ଡାହାଣୀ ସନ୍ଦେହରୁ ଏହି ହତ୍ୟାକାଣ୍ଡ ଘଟିଛି ନା ଆଉ କିଛି କାରଣ ରହିଛି ତାର ତଦନ୍ତ ଚଳାଇଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.