କଟକ୨୧|୯: ସାଲେପୁର ନବାଳିକା ଦୁଷ୍କର୍ମ ଓ ହତ୍ୟା ମୋମଲାରେ ଗତ ଗୁରୁବାର ଦିନ ଦୋଷୀ ମହମ୍ମଦ ମୁସ୍ତାକୁ ଫାଶୀ ଦଣ୍ଡା ଦେଷ ଦେଇଛନ୍ତି ପକ୍ସୋକୋର୍ଟ … ଏହି ଘଟଣାରେ ତଦନ୍ତ କରୁଥିବା ସାଲେପୁର ଥାନା ଅଧିକାରୀ ଦେବେନ୍ଦ୍ର ମଲ୍ଲିକ ଓ ସରକାରୀ ଓକିଲ ଅକ୍ଷୟ ନାଏକଙ୍କୁ ସମ୍ବିର୍ଦ୍ଦିତ କରିଛନ୍ତି ପୋଲିସ ଡିଜି….
{"id":160641}କ୍ରାଇମ ବ୍ରାଞ୍ଚ ମୂଖ୍ୟାଳୟରେ ପୋଲିସ ଡିଜି ବି.କେ ଶର୍ମା କ୍ରାଇମବ୍ରାଞ୍ଚ ଆଇଜି ଅମିତେନ୍ଦ୍ର ନାଥ ସିହ୍ନା ଓ କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂ ପ୍ରମୁଖ ଉପସ୍ଥିତ ଥିଲେ । ଗତବର୍ଷ ଏପ୍ରିଲ ମାସ ୨୧ ତାରିଖ ଦିନ ସାଲେପୁର ଥାନା ଜଗନ୍ନାଥପୁର ଗାଁରେ ଘଟିଥିବା ଜଘନ୍ୟ ଅପରାଧର, ଗୁରୁବାର ଦଣ୍ତାଦେଶ ଶୁଣାଇଥିଲେ କୋର୍ଟ । ସେହି ଗାଁର ଜଣେ ୬ ବର୍ଷର ନାବାଳିକାକୁ ଚକୋଲେଟ ଦେବା ନାଁ ରେ ପ୍ରଥମେ ଦୁଷ୍କର୍ମ କରାଯାଇଥିଲା । ପରେ ତାକୁ ହତ୍ୟା କରିଥିଲା ମହମ୍ମଦ ମୁସ୍ତାକ ନାମକ ଯୁବକ ।
କଟକ ବଡ ମେଡିକାଲରେ ପ୍ରାୟ ୮ ଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରିବା ପରେ ପୀଡିତା ଆଖିବୁଜିଥିଲେ. ତେଣୁ ନାବାଳିକା ସହ ଦୁଷ୍କର୍ମ କରିବା ଏବଂ ତାକୁ ହତ୍ୟା କରିବା ଅପରାଧରେ ହତ୍ୟାକାରୀ ମୁସ୍ତାକକୁ ପକ୍ସୋକୋର୍ଟ ଫାସି ଦଣ୍ତାଦେଶ ଶୁଣାଇଛନ୍ତି । ତବେ ସବୁ ଗୁରୁତ୍ବ ପୂର୍ଣ୍ନ ଘଟଣାରେ ତଦନ୍ତକାରୀ ଅଧିକାରୀମାନେ କେସକୁ ଗମ୍ଭୀରତାର ସହ ନେଇ ଦୋଷୀକୁ ଦଣ୍ଡ ଦେବା କ୍ଷେତ୍ରରେ ଏହି ଭଳି କାର୍ଯ୍ୟ କରନ୍ତୁ ବୋଲି ସମସ୍ତ ଙ୍କୁ ପରାମର୍ଶ ଦେଇଛନ୍ତି ପୋଲିସ ଡିଜି….