ହାଇଦରକୁ ଗୁଳିମାଡ଼ ଘଟଣା : ଏନ୍‌କାଉଣ୍ଟର ସ୍ଥଳରୁ ୨ଟି ଗୁଳି ଜବତ କଲା ପୋଲିସ-ସାଇଣ୍ଟିଫିକ୍‌ ଟିମ୍‌

Published By : Prameya-News7 Bureau | July 25, 2021 IST

ସୋର ୨୫।୦୭:  ସିମୁଳିଆରେ ହାଇଦରକୁ ଗୁଳିକାଣ୍ଡ ଘଟଣା l ଏନ୍‌କାଉଣ୍ଟର ସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ । ଘଟଣାସ୍ଥଳରେ ଛାନ୍‌ଭିନ୍‌ ପରେ ୨ଟି ଗୁଳି ମିଳିଛି । ବାଲେଶ୍ୱର ଏସ୍‌ଡିପିଓ ଶ୍ରୀହର୍ଶ  ମିଶ୍ର ଓ ଡିସିପି ପ୍ରମୋଦ ରଥ ସାଇଣ୍ଟିଫିକ୍‌ ଟିମ୍‌ଙ୍କ ସହାୟତାରେ ୨ଟି ଗୁଳି ଜବତ କରିଛନ୍ତି  ।  

{"id":485448,"sizeSlug":"large","linkDestination":"none"}

ସେହିପରି ଜାତୀୟ ରାଜପଥ ଠାରୁ ୫ଶହ ମିଟର ଦୂରରେ ଦିନ ୩ ଟାରୁ ୩.୩୦ ମଧ୍ୟରେ  ଏକ ପୋଲିସ ଭ୍ୟାନ ଛିଡା ହୋଇଥିଲା l ସେହି ସମୟରେ ୨ରୁ ୩ ଗୁଳି ଫୁଟିବା ଶବ୍ଦ ଶୁଭିଥିବାର ପ୍ରତାକ୍ଷଦର୍ଶୀ ଜୟନ୍ତ ବେହେରା ଓ ତାର ବାପା ମୁକୁନ୍ଦ ବେହେରା ଶୁଣିଥିବାର ପ୍ରକାଶ କରିଥିଲେ l  

{"id":485449,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ବାଲେଶ୍ୱର ସିମୁଳିଆ ନିକଟରେ ହୋଇଥିଲା ଏନ୍‌କାଉଣ୍ଟର । ସୁରକ୍ଷା ଦୃଷ୍ଟିରୁ ହାଇଦରକୁ  ଅନ୍ୟ ଜେଲ୍‌କୁ ସ୍ଥାନାନ୍ତର କରାଯାଉଥିବା ସମୟରେ ସେ ରାସ୍ତାରେ ପରିଶ୍ରା କରିବା ପାଇଁ କହିଥିଲା । ଏହି ସମୟରେ ସେ ଗାଡ଼ିରେ ଥିବା ପୋଲିସ୍‌ଙ୍କ ଠାରୁ ବନ୍ଧୁକ ଛଡ଼ାଇ ଦୌଡ଼ିବାକୁ ଚେଷ୍ଟା କରିଥିଲା । ଏହାପରେ ତାକୁ ଧରିବା ପାଇଁ ପୋଲିସ୍‌ ବାଧ୍ୟ ହୋଇ ତା ଉପରକୁ ଗୁଳିଚାଳନା କରିଥିଲା । ଏଥିରେ ସେ ଆହତ ହୋଇଥିବା ବେଳେ ପ୍ରାଥମିକ ଚିକିତ୍ସା ପାଇଁ ହାଇଦରକୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେଠାରେ ତାର ମୃତ୍ୟୁ ହୋଇଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.