ନିଜ ପିଲା ନାଁରେ କରନ୍ତୁ ବିନିଯୋଗ : ଚାକିରୀ ମିଳିବା ପୂର୍ବରୁ ହୋଇଯିବ କୋଟିପତି

Published By : Prameya-News7 Bureau | April 03, 2019 IST

ନୂଆଦିଲ୍ଲୀ ୩/୪: ମାଆ ବାପାଙ୍କୁ ପିଲା ଜନ୍ମ ହେବା ପରଠୁ ତାଙ୍କ ଭବିଷ୍ୟତ ଚିନ୍ତା ଘାରିଥାଏ। ପିଲାଙ୍କ ଭବିଷ୍ୟତକୁ ଉଜ୍ଜ୍ବଳ କରିବା ପାଇଁ ବାପା ମାଆ ବିଭିନ୍ନ ପ୍ରକାରର ପଲିସି କିମ୍ବା ଇନଭେଷ୍ଟମେଣ୍ଟ କରିବା ଆରମ୍ଭ କରି ଦିଅନ୍ତି।

ଯଦି ଆପଣଙ୍କୁ ମଧ୍ୟ ନିଜ ପିଲାଙ୍କ ଭବିଷ୍ୟତ ଚିନ୍ତା ଘାରୁଅଛି ଏବଂ ଆପଣ ଇନଭେଷ୍ଟମେଣ୍ଟ କରିବା ବିଷୟରେ ଭାବୁଛନ୍ତି ତେବେ ଆଜି ଆମେ ଏପରି ଏକ ଉପାୟ ବିଷୟରେ ଜାଣିବା ଯାହା ଦ୍ବାରା ଆପଣ ଚିନ୍ତାମୁକ୍ତ ରହିପାରିବେ।

ଏସଆଇପି ( ସିଷ୍ଟେମାଟିକ୍ ଇନଭେଷ୍ଟମେଣ୍ଟ ପ୍ଲାନ୍) ଏକ ଏପରି ପ୍ଲାନ୍ ଯାହା ଦ୍ବାରା ଆପଣ ନିଜର ପିଲାର କ୍ୟାରିୟର ଆରମ୍ଭ କରିବା ପୂର୍ବରୁ ୧କୋଟି ଟଙ୍କାର ପାଣ୍ଠି ଜମା କରି ପାରିବେ। ଏଥିପାଇଁ ଆପଣଙ୍କୁ ବ୍ୟାଙ୍କରେ ୧୪୦୦ଟଙ୍କାର ସେଭିଙ୍ଗ୍ ପ୍ଲାନ ଆରମ୍ଭ କରିବାକୁ ପଡ଼ିବ। ଏସଆଇପିର ସବୁଠୁ ଖାସ୍ କଥା ହେଉଛି ଏହା ସମ୍ପୂର୍ଣ୍ଣ ଭାବେ ଟ୍ୟାକ୍ସମୁକ୍ତ।

ଏସଆଇପିରେ ବିନିଯୋଗ କରିବା ଅତ୍ୟନ୍ତ ସହଜ ହୋଇଥାଏ। ଆପଣଙ୍କୁ ଏଥିରେ କେବଳ ୧୪୦୦ଟଙ୍କା ବିନିଯୋଗ କରି ଆରମ୍ଭ କରିବାକୁ ପଡ଼ିବ। ଏହାପରେ ଏଥିରେ ପ୍ରତି ବର୍ଷ ଆପଣଙ୍କୁ ୧୫ପ୍ରତିଶତ ଜମାରାଶି ବୃଦ୍ଧି କରିବାକୁ ପଡ଼ିବ। ଯେମିତିକି ପ୍ରଥମ ବର୍ଷ ୧୪୦୦ଟଙ୍କାର ବିନିଯୋଗ କଲାପରେ ତା ପର ବର୍ଷ ୧୬୧୦ଟଙ୍କା ଜମା କରିବାକୁ ପଡିବ । ଏହିପରିଭାବେ ଏହି ବିନିଯୋଗକୁ ଆଗକୁ ବୃଦ୍ଧି କରିବାକୁ ହେବ। ଏହି ବିନିଯୋଗରେ ଯଦି ବାର୍ଷିକ ୧୨ପ୍ରତିଶତର ସୁଧ ମିଳେ ତେବେ ୨୫ବର୍ଷରେ ଏହା ୧କୋଟି ଟଙ୍କା ହୋଇଯିବ। ଏହିପରି ସହଜ ଉପାୟରେ ଏସଆଇପିରେ ବିନିଯୋଗ କରି ଆପଣ ନିଜ ପିଲାକୁ ୧୮ବର୍ଷ ବୟସରେ କୋଟିପତି କରିପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.