Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||
  • ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ୧୨ ବିରୋଧି ଦଳ, ମାଗଣା ଟିକା ସହ ବେରୋଜଗାରୀଙ୍କୁ ଭତ୍ତା ଦେବାକୁ ରଖିଲେ ଦାବି
  • ||
  • ପଶ୍ଚିମ ଓଡିଶାରେ କରୋନା ପରିଚାଳନା ଦାୟିତ୍ୱ ନେବ ଡବ୍ଲ୍ୟୁଓଡିସି, ୧୦ ଜିଲ୍ଲାକୁ ଦେଲା ୨୫ କୋଟି ଟଙ୍କା
  • ||
  • ଅମାନିଆଙ୍କୁ ସାବାଡ୍ କରିବାକୁ ଯାଇଥିଲେ, ତହସିଲଦାରଙ୍କୁ ବାଟୁଳି ମାଡ କଲେ ଲୋକେ
  • ||
  • କବର ଦେବାକୁ ଘରେ ନଥିଲେ କେହି ପୁରୁଷ, ପିପିଇ କିଟ୍ ପିନ୍ଧି ମୁସଲିମ୍ ବୃଦ୍ଧଙ୍କ ଶେଷକୃତ୍ୟ ସମ୍ପନ୍ନ କଲେ ବିଡିଓ
  • ||
  • ପୃଥିବୀରେ ହେବ ଉଲକା ବର୍ଷା, ଏହି ଦିନ ଆକାଶରେ ଦେଖିବାକୁ ମିଳିବ ଦୁର୍ଲଭ ଦୃଶ୍ୟ…
  • ||

ଏଲ୍‌ଆଇସିର ଏହି ବୀମା ଯୋଜନାରେ ବିନିଯୋଗ କଲେ ମାସିକ ମିଳିବ ୩୬ ହଜାର ଟଙ୍କା, ଥରେ ହିଁ ଦେବାକୁ ହେବ ପ୍ରିମିୟମ୍

7/11/2020 at 11:30 AM

ନୂଆଦିଲ୍ଲୀ ୦୭/୧୧ : ଦେଶର ସବୁଠାରୁ ବଡ ଓ ବିଶ୍ଵସ୍ଥ ବୀମା କମ୍ପାନୀ ଭାରତୀୟ ଜୀବନ ବୀମା ନିଗମ ଏଲଆଇସି ନିଜଣ ଏକ ଲୋକପ୍ରିୟ ବୀମା ପଲିସୀ ଜୀବନ ଅକ୍ଷୟ ପଲିସୀ (LIC Jeevan Akshay Policy) ବନ୍ଦ କରିଦେଇଥିଲା। କିନ୍ତୁ ଏବେ ପୁଣି ଏହି ପଲିସୀ ଆରମ୍ଭ କରାଯାଉଛି। ଏଲଆଇସି ଜୀବନ ଅକ୍ଷୟ ପଲିସୀ ଅନୁସାରେ ପଲିସୀ ଧାରକଙ୍କୁ କେବଳ ଥରେ ମାତ୍ର କିସ୍ତି ଦେବାକୁ ପଡିବ। ଥରେ କିସ୍ତି ଦେବାପରେ ସାରା ଜୀବନ ପେନସନ୍ ମିଳିବାର ମଉକା ଅଛି। 

ଜୀବନ ଅକ୍ଷୟ ପଲିସୀ ସିଙ୍ଗଲ୍ ପ୍ରିମିୟମ୍ ନନ୍-ଲିଙ୍କ୍ଡ ନନ୍-ପାର୍ଟିସିପେଟିଙ୍ଗ ଓ ପର୍ଶନାଲ୍ ଏନ୍ୟୁଟି ପ୍ଲାନ୍ ରହିଛି। ଏଥିରେ ଅତିକମରେ ଏକ ଲକ୍ଷ ଟଙ୍କା ବିନିଯୋଗ କରି ପଲିସୀ ଆରମ୍ଭ କରିପାରିବେ। ଏହି ପଲିସୀରେ ସର୍ବାଧିକ ବିନିଯୋଗ ପାଇଁ କୌଣସି ଲିମିଟ୍ ଧାର୍ଯ୍ୟ କରାଯାଇନାହିଁ।

ଯଦି ଜଣେ ବ୍ୟକ୍ତି ଏହି ପଲିସୀରେ ଏକ ଲକ୍ଷ ଟଙ୍କା ବିନିଯୋଗ କରନ୍ତି ତାହେଲେ ତାଙ୍କୁ ବାର୍ଷିକ ୧୨ ହଜାର ଟଙ୍କା ପେନସନ୍ ମିଳିବ। ଅର୍ଥାତ ଥରେ ଏକ ଲକ୍ଷ ଟଙ୍କା ବିନିଯୋଗ କରି ବାର୍ଷିକ ୧୨ ହଜାର ଟଙ୍କା ପେନସନ ପାଇପାରିବେ। ସର୍ବାଧିକ ନିବେଶ ପାଇଁ କୌଣସି ସୀମା ନଥିବାରୁ ପଲିସୀ ଧାରକ ନିଜ ଇଚ୍ଛା ଅନୁସାରେ ବିନିଯୋଗ କରିପାରିବେ। ପେନସନ ରାଶି ବିନିଯୋଗ ରାଶି ଉପରେ ନିର୍ଭର କରିବ।

ଏହି ପଲିସୀରେ ୩୫ ବର୍ଷରୁ ୮୫ ବର୍ଷ ବୟସ୍କ ଲୋକ ବିନିଯୋଗ କରିପାରିବେ। ଦିବ୍ୟାଙ୍ଗ ବ୍ୟକ୍ତି ମଧ୍ୟ ଏହି ପଲିସୀର ଲାଭ ଉଠାଇପାରିବେ। ଏହି ପଲିସୀର ଏକ ଖାସ କଥା ହେଲା, ପେନସନ୍ ରାଶି କିଭଳି ପ୍ରାପ୍ତ କରିବେ ସେଥିପାଇଁ ମଧ୍ୟ ୧୦ଟି ବିକଳ୍ପ ରହିଛି।

ଜୀବନ ଅକ୍ଷୟ ପଲିସୀର Annuity payable for life at a uniform rate ବିକଳ୍ପ ଚୟନ କରି ଏହି ପଲିସୀରେ ସିଧା ନିବେଶ କରି ମାସିକ ୩୬ ହଜାର ଟଙ୍କା ପେନସନ ପାଇପାରିବେ। ଉଦାହରଣସ୍ୱରୂପ, ଯଦି ଜଣେ ୪୫ ବର୍ଷ ବୟସ୍କ ବ୍ୟକ୍ତି ଏହି ଯୋଜନାରେ ୭୦ ଲକ୍ଷ ଟଙ୍କା ସୁନିଶ୍ଚିତ ବିକଳ୍ପ ଚୟନ କରନ୍ତି ତାହେଲେ ତାଙ୍କୁ ୭୧ ଲକ୍ଷ ୨୬ ହଜାର ଟଙ୍କା ପ୍ରିମିୟମ ଦେବାକୁ ପଡିବ। ଏହି ନିବେଶ ପରେ ତାଙ୍କୁ ମାସିକ ୩୬ ହଜାର ୪୨୯ ଟଙ୍କା ପେନସନ ମିଳିବ। କିନ୍ତୁ ମୃତ୍ୟୁ ପରେ ଏହି ପେନସନ ବନ୍ଦ ହୋଇଯିବ। ଏଲଆଇସି ଜୀବନ ଅକ୍ଷୟ ପଲିସୀରେ ଏହିଭଳି ଅନେକ ପ୍ଲାନ ରହିଛି।

   Related Posts