ପିପିଏଫରେ ବିନିଯୋଗ କରି ସହଜରେ ହୁଅନ୍ତୁ ଧନୀ, ଦିନକୁ ୧୦୦ ଟଙ୍କା ସଞ୍ଚୟ କରି ପାଆନ୍ତୁ ୫୪.୪୭ ଲକ୍ଷ ଟଙ୍କା

Published By : Prameya-News7 Bureau | June 18, 2020 IST

ନୂଆଦିଲ୍ଲୀ ୧୮/୦୬ : ଧନୀ ହେବା ସବୁ ଲୋକଙ୍କ ସ୍ବପ୍ନ | ସମସ୍ତେ ଚାହାନ୍ତି ଧନୀ ହୋଇ ନିଜର ସବୁ ସ୍ବପ୍ନ କରିବାକୁ | କିନ୍ତୁ ଏହି ସ୍ବପ୍ନ କିଛି ଲୋକ ହିଁ ପୂରଣ କରିପାରନ୍ତି | ଲୋକ ରୋଜଗାର କରନ୍ତି କିନ୍ତୁ ଅଧିକ ଖର୍ଚ୍ଚ ଯୋଗୁଁ ସଞ୍ଚୟ କରି ପାରନ୍ତିନି | ଏମିତି ଏକ ସ୍କିମ ବିଷୟରେ ଜାଣନ୍ତୁ ଯେଉଁଥିପାଇଁ ସମୟ ତ ଲାଗିବ କିନ୍ତୁ ଆପଣ ଧନୀ ହୋଇପାରିବେ | ଏହି ସ୍କିମର ନାଁ ହେଲା ପ୍ରୋଭିଡେଣ୍ଟ ଫଣ୍ଡ | ଏହି ସ୍କିମରେ ଆପଣ ପ୍ରତିଦିନ ୧୦୦ ଟଙ୍କା ସଞ୍ଚୟ କରି ୫୪.୪୭ ଲକ୍ଷ ଟଙ୍କା ଫଣ୍ଡ ପ୍ରସ୍ତୁତ କରିପାରିବେ |

{"id":288163,"sizeSlug":"large"}

ପିପିଏଫ ଏକ ସ୍ମଲ ସେଭିଙ୍ଗ ସ୍କିମ | ଏହା ସରକାରଙ୍କ ଦ୍ୱାରା ସମର୍ପିତ ସେଭିଙ୍ଗ ଅଙ୍କିମ | ଏହି ସ୍କିମରେ ବିନିଯୋଗ କରି ଆପଣ ପ୍ରତିବର୍ଷ ୧.୫ ଲକ୍ଷ ଟଙ୍କା ଆୟକର ଟ୍ୟାକ୍ସ ମଧ୍ୟ ସେଭ କରିପାରିବେ | ଆୟକର ଅଧିନିୟମ ଧାରା ୮୦ ସି ଅନୁସାରେ ଟ୍ୟାକ୍ସ ଛାଡ଼ ପୁରୁଣା ଟ୍ୟାକ୍ସ ସ୍ଲାବର ଚୟନ କରି ପ୍ରାପ୍ତ କରିପରିବେ | ଏହି ସ୍କିମରେ ୭.୧ ପ୍ରତିଶତ ଗ୍ୟାରେଂଟଡ଼ ରିଟର୍ନ ପ୍ରାପ୍ତ ହୋଇଥାଏ | ଏହି ସ୍କିମର ମେଚ୍ୟରିଟି ଅବଧି ୧୫ ବର୍ଷ | ନିବେଶକ ଚାହିଁଲେ ୧୫ ବର୍ଷରୁ ଅଧିକ ସମୟ ନିବେଶ କରି ବଡ ଫଣ୍ଡ ପ୍ରସ୍ତୁତ କରିପାରିବେ | ଆପଣ ଯେତେ କମ ବୟସରେ ଏହି ଯୋଜନାରେ ବିନିଯୋଗ କରିବା ଆରମ୍ଭ କରିବେ, ସେତେ ଶୀଘ୍ର ଏକ ବଡ ଫଣ୍ଡ ପ୍ରସ୍ତୁତ କରି ଧନୀ ହୋଇପାରିବେ | 

ଏକ୍ସପର୍ଟ ଯେପର୍ଯ୍ୟନ୍ତ ପିପିଏଫ ଆକାଉଣ୍ଟରେ ଯୋଗଦାନ ଜାରି ରଖିବାକୁ ପରାମର୍ଶ ଦିଅନ୍ତି ସେପର୍ଯ୍ୟନ୍ତ ବିନିଯୋଗକାରୀ ରୋଜଗାର କରିଥାଏ | ବିନିଯୋଗକାରୀ ୧୫ ବର୍ଷର ମେଚ୍ୟରିଟି ପରେ ନିଜ ଆକାଉଣ୍ଟକୁ ନିଜ ଇଛା ଅନୁସାରେ ଜାରି ରଖିପାରିବେ | ଏଥିପାଇଁ ବିନିଯୋଗକାରୀ ମେଚ୍ୟରିଟିର ବର୍ଷେ ମଧ୍ୟରେ ଫର୍ମ-ଏଚ ଜମା କରିବାକୁ ପଡିଥାଏ | ମେଚ୍ୟରିଟି ପରେ ମଧ୍ୟ ପିପିଏଫ ଆକାଉଣ୍ଟ ଜାରି ରଖିବାରେ ବିନିଯୋଗକାରୀଙ୍କୁ ଦୁଇଗୁଣ ଲାଭ ହୋଇଥାଏ | ବିନିଯୋଗକାରୀଙ୍କୁ ପିପିଏଫ ଆକାଉଣ୍ଟରେ ଜମା ପିପିଏଫ ସୁଧ ଆକାରରେ ମଧ୍ୟ ମିଳିଥାଏ | 

{"id":288164,"width":578,"height":385,"sizeSlug":"large"}

ଏହି ଅବଧି ଵିନୋଯୋଗର ଶେଷରେ ବ୍ୟକ୍ତିଙ୍କୁ ମୋଟା ଆକାରରେ ଲାଭ ହୋଇଥାଏ | କେହି କେହି ବିନିଯୋଗକାରୀ ୨୫ ବର୍ଷ ବୟସରେ ପିପିଏଫ ଆକାଉଣ୍ଟରେ ବିନିଯୋଗ କରିବା ଆରମ୍ଭ କରିଥାନ୍ତି | ଯେହେତୁ ଅବସର ବୟସ ୬୦ ବର୍ଷ ତେବେ ମୋଟ ୩୫ ବର୍ଷ ପର୍ଯ୍ୟନ୍ତ ପିପିଏଫ ଆକାଉଣ୍ଟରେ ଯୋଗଦାନ କରିପାରନ୍ତି | ଯଦି ସେହି ବ୍ୟକ୍ତି ନିଜ ମାସିକ ବେତନରୁ ୩ ହଜାର ଟଙ୍କା ସଞ୍ଚୟ ପିପିଏଫ ଆକାଉଣ୍ଟରେ ଜମା କରନ୍ତି ତାହେଲେ ୩୫ ବର୍ଷରେ ପିପିଏଫ ଆକାଉଣ୍ଟରେ ୭.୧ ପ୍ରତିଶତ ସୁଧ ଦର ହିସାବରେ ଶେଷରେ ତାଙ୍କୁ ୫୪.୪୭ ଲକ୍ଷ ଟଙ୍କା ମିଳିବ | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.