ପ୍ରତିମାସରେ ନିବେଶ କରନ୍ତୁ ୫ ହଜାର ଟଙ୍କା, ମିଳିବ ୪୫ଲକ୍ଷ ଟଙ୍କା ସାଙ୍ଗକୁ ମାସିକ ପେନସନ୍, ଜାଣନ୍ତୁ ଯୋଜନା କ'ଣ

Published By : Prameya-News7 Bureau | October 13, 2019 IST

 ଅବସର ସମୟ ପାଖେଇଲେ  ସମସ୍ତଙ୍କୁ ସଞ୍ଚୟ ଚିନ୍ତା ଘାରିଥାଏ। ଏଥିରେ ନ୍ୟାସନାଲ ପେନସନ ସିଷ୍ଟମ (ଏନପିଏସ) ଏପରି ଏକ ନିବେଶ ସୁଯୋଗ ଯେଉଁଥିରେ ନିବେଶ କରି ଲୋକେ ସେମାନଙ୍କ ଭବିଷ୍ୟତ ସୁରକ୍ଷିତ କରିପାରିବେ। ବ୍ୟବସ୍ଥାରେ ଅବସର ସମୟ ପର୍ଯ୍ୟନ୍ତ ସଞ୍ଚୟ କରି ନିଜର ଭବିଷ୍ୟତକୁ ସୁରକ୍ଷିତ କରାଯାଇପାରେ । ଏନପିଏସ୍ ରେ ୧୮ରୁ ୬୫ ବର୍ଷ ବୟସ ପର୍ଯ୍ୟନ୍ତ ଭାରତୀୟ ନାଗରିକଙ୍କୁ ନିବେଶର ସୁଯୋଗ ପ୍ରଦାନ କରାଯାଇଛି। ଏନପିଏସ୍ ନିବେଶକୁ ପିଏଫଆରଡିଏ ମଞ୍ଜୁରିପ୍ରାପ୍ତ ପେନସନ ଫଣ୍ଡ ପରିଚାଳନା କରନ୍ତି। ଏଣୁ ପିଏଫଆରଡିଏ ଗାଇଡଲାଇନ ଅନୁସାରେ ଇନଭେଷ୍ଟମେଣ୍ଟ ସେଟପ କରାଯାଇଥାଏ।

{"id":169661}

ଯଦି ଆପଣ ବି ଏଲପିଏସ ର ଭରପୁର ଫାଇଦା ନେବାକୁ ଚାହାଁନ୍ତି ତେବେ ତୁରନ୍ତ ନିବେଶ ଆରମ୍ଭ କରନ୍ତୁ। ଏନପିଏସ୍ କାଲକ୍ୟୁଲେଟର ଅନୁସାରେ ଯଦି ଆପଣଙ୍କ ବୟସ ୩୦ ବର୍ଷ ଓ ମାସିକ ୫ ହଜାର ଟଙ୍କା ନିବେଶ କରିବା ଆରମ୍ଭ କରନ୍ତି ତେବେ ଅବସର ପରେ ପ୍ରତିମାସରେ  ୨୨ ହଜାର ୨ଶହ ୭୯ ଟଙ୍କା ପେନସନ୍ ସହିତ ଏକକାଳୀନ ୪୫.୫ ଲକ୍ଷ ଟଙ୍କା ବି ମିଳିବ। କେବଳ ଏତିକି ନୁହେଁ ଏହି ନିବେଶକୁ ଆପଣ ବୃଦ୍ଧି ବି କରିପାରିବେ।

{"id":169662}

ଏନପିଏସ୍ ଆକାଉଣ୍ଟ ଖୋଲିବା ଲାଗି ଆପଣ କାରବାର କରୁଥିବା ବ୍ୟାଙ୍କ ଅଥବା ପୋଷ୍ଟ ଅଫିସରେ ବି ଖୋଲିପାରିବେ। ଏହି ଯୋଜନାରେ ୨ଟି ବ୍ୟବସ୍ଥା ରହିଛି। ଗୋଟିଏ ଟାୟାର -ୱାନ ଓ ଅନ୍ୟଟି ଟାୟାର-୨। ଟାୟାର ୱାନ ପେନସନ ସୁବିଧା ସବ ବାଧ୍ୟତାମୂଳକ ଜମା ଯୋଜନା ତେବେ ଟାୟାର ୨ ଇଛାଧିନ ଜମା ଯୋଜନା। ଏଣୁ ଏନପିଏସ୍ କାଲକ୍ୟୁଲେଟରରେ ଆପଣଙ୍କ ବୟସ ଅନୁସାରେ ମାସିକ ସୁବିଧାଜନକ ଯୋଜନା ହାତକୁ ନେଇପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.