ଏହି ଯୋଜନାରେ ଦିନକୁ ବିନିଯୋଗ କରନ୍ତୁ ମାତ୍ର ୩ ଟଙ୍କା, ମିଳିବ ୨୪ ହଜାର ଟଙ୍କା ପେନ୍ସନ

Published By : Prameya-News7 Bureau | May 16, 2019 IST

ନୂଆଦିଲ୍ଲୀ ୧୬/୫ : ଯଦି ଆପଣ କୌଣସି ଘରୋଇ ସଂସ୍ଥାରେ ଚାକିରୀ କରୁଛନ୍ତି ଏବଂ ଆପଣଙ୍କ ଦରମା କମ ତାହେଲେ ଏହି ଖବର ଆପଣଙ୍କ ପାଇଁ ।  ଯଦି ଆପଣଙ୍କ ଦରମା କମ୍ ଏବଂ ପେନ୍ସନ ପାଉନାହାନ୍ତି ତାହେଲେ ସରକାରଙ୍କ ଅଟଳ ପେନ୍ସନ ଯୋଜନା ଅନୁଯାୟୀ ଆପଣ ନିଜ ବୃଦ୍ଧାବସ୍ଥାକୁ ସୁରକ୍ଷିତ କରିପାରିବେ । ଅଟଳ ପେନ୍ସନ ଯୋଜନା ଅନୁଯାୟୀ ସରକାର ମାସକୁ ହଜାରେ ଟଙ୍କାରୁ ୫ ହଜାର ଟଙ୍କା ପେନ୍ସନ ଦେଉଛନ୍ତି ।

{"id":112390}

୪୦ ବର୍ଷ ବୟସ ପର୍ଯ୍ୟନ୍ତ ଯେକୌଣସି ବ୍ୟକ୍ତି ଅଟଳ ପେନ୍ସନ ଯୋଜନା ପାଇଁ ଆବେଦନ କରିପାରିବେ । ଆସନ୍ତୁ ଜାଣିବା ଅଟଳ ପେନ୍ସନ ଯୋଜନାର ଫାଇଦା ସମ୍ପର୍କରେ :

ଅଟଳ ପେନ୍ସନ ଯୋଜନାର ଲକ୍ଷ୍ୟ ହେଲା କମ୍ ଦରମା ପାଉଥିବା ବ୍ୟକ୍ତିଙ୍କୁ ଏହି ଯୋଜନା ଅନ୍ତର୍ଭୁକ୍ତ କରିବା । ଯୋଜନା ଅନୁଯାୟୀ ପ୍ରତି ମାସରେ ଏକ ନିର୍ଦ୍ଧାରିତ ପରିମାଣ ବିନିଯୋଗ କଲେ ଅବସର ପରେ ମାସକୁ ହଜାରେ ଟଙ୍କାରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ପେନ୍ସନ ମିଳିବ । ଯୋଜନା ଅନୁଯାୟୀ ୬ ମାସରେ ଥରେ ୧୨୩୯ ଟଙ୍କା ବିନିଯୋଗ କଲେ ୬୦ ବର୍ଷ ବୟସ ପରେ ଆଜୀବନ ମାସକୁ ୫ ହଜାର ଟଙ୍କା ଅର୍ଥାତ ବର୍ଷକୁ ୬୦ ହଜାର ଟଙ୍କା ମିଳିବ ।

{"id":112391}

ବର୍ତ୍ତମାନ ନିୟମ ଅନୁଯାୟୀ, ଯଦି ୧୮ ବର୍ଷ ବୟସରେ ଯୋଜନା ହିସାବରେ ମାସକୁ ୫ ହଜାର ଟଙ୍କା ପେନ୍ସନ ପାଇଁ ଆବେଦନ କରୁଛନ୍ତି ତାହେଲେ ଆପଣଙ୍କୁ ମାସକୁ ୨୧୦ ଟଙ୍କା ଦେବାକୁ ହେବ । ଯଦି ମାସକୁ ନଦେଇ ୩ ମାସରେ ଥରେ ଦିଅନ୍ତି ତାହେଲେ ଆପଣଙ୍କୁ ୬୨୬ ଟଙ୍କା ଓ ଯଦି ୬ ମାସରେ ଥରେ ଦେବେ ତାହେଲେ ୧୨୩୯ ଟଙ୍କା ଦେବାକୁ ହେବ । ମାସକୁ ହଜାରେ ଟଙ୍କା ପେନ୍ସନ ପାଇଁ ମାସକୁ ୪୨ ଟଙ୍କା ଜମା କରିବାକୁ ପଡିବ । ମାସକୁ ୮୪ ଟଙ୍କା ଅର୍ଥାତ ଦିନକୁ ୩ ଟଙ୍କା ରଖି ଆପଣ ବର୍ଷକୁ ୨୪ ହଜାର ଟଙ୍କା ପେନ୍ସନ ପାଇବେ ।

{"id":112392}

ଆସନ୍ତୁ ଜାଣିବା ଏହି ଯୋଜନା ସମ୍ପର୍କିତ ଅନ୍ୟ ତଥ୍ୟ :

ପେମେଣ୍ଟ ପାଇଁ ୩ ପ୍ରକାରର ପ୍ଲାନ ରହିଛି । ମାସିକିଆ, ୩ ମାସିଆ ଓ ୬ ମାସିଆ । ୪୨ ବର୍ଷ ଯାଏଁ ଆପଣଙ୍କୁ ଏହି ଯୋଜନାରେ ବିନିଯୋଗ କରିବାକୁ ପଡିବ । ୪୨ ବର୍ଷରେ ଆପଣଙ୍କ ସମୁଦାୟ ବିନିଯୋଗ ହେବ ୧.୦୪ ଲକ୍ଷ ଟଙ୍କା । ଏହା ବଦଳରେ ୬୦ ବର୍ଷ ପରେ ଆପଣଙ୍କୁ ଆଜୀବନ ମାସକୁ ୫ ହଜାର ଟଙ୍କା ପେନ୍ସନ ମିଳିବ ।

{"id":112393}

ଏହି ଯୋଜନାକୁ ରାଷ୍ଟ୍ରୀୟ ପେନ୍ସନ ଯୋଜନା ଜରିଆରେ ପେନ୍ସନ ଫଣ୍ଡ ନିୟମ ଓ ବିକାଶ ପ୍ରାଧିକରଣ ସଞ୍ଚାଳନ କରୁଛି । ଏଥିପାଇଁ ଆପଣଙ୍କୁ ଇନକମ୍ ଟ୍ୟାକ୍ସ ଦେବାକୁ ପଡିବ ନାହିଁ । ଜଣେ ସଦସ୍ୟଙ୍କ ନାଁରେ ଗୋଟିଏ ହିଁ ଆକାଉଣ୍ଟ ଖୋଲାଯାଇପାରିବ । ଯୋଜନା ଆରମ୍ଭ ହେବାର ୫ ବର୍ଷ ପର୍ଯ୍ୟନ୍ତ ସରକାରଙ୍କ ତରଫରୁ ମଧ୍ୟ ଯୋଗଦାନ ରାଶି ଦିଆଯିବ । ଯଦି ୬୦ ବର୍ଷ ପୂର୍ବରୁ ସଦସ୍ୟଙ୍କ ମୃତ୍ୟୁ ହୋଇଯାଏ ତାହେଲେ ପେନ୍ସନ ରାଶି ତାଙ୍କ ସ୍ତ୍ରୀଙ୍କୁ ମିଳିବ । ଯଦି ସଦସ୍ୟ ଓ ତାଙ୍କ ସ୍ତ୍ରୀ ଉଭୟଙ୍କ ମୃତ୍ୟୁ ହୋଇଯାଇଥାଏ ତାହେଲେ ପେନ୍ସନ ରାଶି ନମିନିଙ୍କୁ ମିଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.