ଏହି ସ୍କିମରେ ୧ଲକ୍ଷ ୨୬ହଜାର ଟଙ୍କା ବିନିଯୋଗ କରନ୍ତୁ : ପାଇବେ ଆଜୀବନ ମାସିକ ୫ହଜାର ଟଙ୍କା

Published By : Prameya-News7 Bureau | May 10, 2019 IST

ନୂଆଦିଲ୍ଲୀ ୧୦/୫: ଆଜି ଆମେ ଏପରି ଏକ ଯୋଜନା ବିଷୟରେ ଜାଣିବା ଯାହା ଅତ୍ୟନ୍ତ ଚମତ୍କାର ଯୋଜନା। ଏହାର ବିଶେଷତ୍ବ ହେଉଛି କେବଳ ୧.୨୬ଲକ୍ଷ ଟଙ୍କା ବିନିଯୋଗ କରି ଆପଣ ଅବସର ପରେ ପ୍ରତି ବର୍ଷ ୬୦ହଜାର ଟଙ୍କା ପାଇବେ। ଯଦି ୨୧ବର୍ଷ ବୟସରେ ପ୍ରତି ମାସରେ କେବଳ ୨୬୯ଟଙ୍କା ବିନିଯୋଗ କରିବାକୁ ପ୍ରସ୍ତୁତ ଅଛନ୍ତି ତେବେ ଏହି ଯୋଜନା ଆପଣଙ୍କ କାମକୁ ଆସିବ। ଯଦି ଆପଣ ଏପରି କରୁଛନ୍ତି ତେବେ ଏହା ଆପଣଙ୍କୁ ସାହାଯ୍ୟ କରିବ। ଆମେ କହୁଛୁ ଅଟଳ ପେନସନ ଯୋଜନା ବିଷୟରେ

ସାଧାରଣତଃ ଲୋକେ ଅବସର ପରେ ମ୍ୟୁଚୁଆଲ ଫଣ୍ଡ,ଇକ୍ବିଟି କିମ୍ବା ଏନପିଏସର ସ୍କିମକୁ ବାଛିଥାଆନ୍ତି। ଯଦି ଆପଣ ଏପରି କରିବାକୁ ଅସମର୍ଥ ତେବେ ଆପଣ ପ୍ରତିଦିନର ଖର୍ଚ୍ଚରୁ କିଛି କିଛି ବାହାର କରି କେବଳ ୨୬୯ଟଙ୍କା ମାସକୁ ଜମା କରିବା ଦ୍ବାରା ଆପଣଙ୍କୁ ଆଜୀବନ ୫ହଜାର ଟଙ୍କା ମାସକୁ ମିଳିବ ଯାହା ବାର୍ଷିକ ୬୦ହଜାର ଟଙ୍କା ହେବ।

ଅଟଳ ପେନସନ ଯୋଜନା ସରକାରଙ୍କ ଲୋକପ୍ରିୟ ବ୍ୟବସ୍ଥା,ଯେଉଁଥିରୁ ୧କୋଟିରୁ ଅଧିକ ଲୋକ ଜଡ଼ିତ। ଏହି ସ୍କିମ୍ ଜରିଆରେ ଆକାଉଣ୍ଟରେ ପ୍ରତି ମାସରେ ଏକ ନିର୍ଦ୍ଧାରିତ ଟଙ୍କା ବିନିଯୋଗ କଲେ ଅବସର ପରେ ଆର୍ଥିକ ସହଯୋଗ ମିଳିବ।

ଏହି ସ୍କିମ୍ ଜରିଆରେ ୧ହଜାର ଟଙ୍କାରୁ ୫ହଜାର ଟଙ୍କା ମାସିକ ଗ୍ୟାରେଣ୍ଟେଡ ପେନସନ ମିଳିଥାଏ। ଆସନ୍ତୁ ଜାଣିବା ପ୍ରତି ମାସରେ କେବଳ ୨୬୯ଟଙ୍କା ବିନିଯୋଗ କଲେ ୬୦ବର୍ଷ ବୟସ ପରେ ଆଜୀବନ ୫୦୦୦ଟଙ୍କା ମାସିକ ମିଳିବ।

ଏଥିରେ ଆପଣ ୩ପ୍ରକାରର ପ୍ଲାନ୍ ବାଛିପାରିବେ। ମାସିକ ବିନିଯୋଗ,ତ୍ରିମାସିକ ବିନିଯୋଗ ଏବଂ ଷଡ଼ମାସିକ ବିନିଯୋଗ। ମାସିକ ବିନିଯୋଗ ଜରିଆରେ ଆପଣଙ୍କୁ ପ୍ରତି ମାସରେ ୨୬୯ଟଙ୍କା ଜମା କରିବାକୁ ପଡ଼ିବ। ଏହି ବିନିଯୋଗ ଆପଣଙ୍କୁ ୪୧ବର୍ଷ ଯାଏଁ କରିବାକୁ ପଡ଼ିବ। ୪୧ବର୍ଷରେ ଆପଣଙ୍କ ମୋଟ ବିନିଯୋଗ ୧ଲକ୍ଷ ୨୫ହଜାର ୮୯୨ଟଙ୍କା ହେବ। ଏହା ବଦଳରେ ୬୦ବର୍ଷ ବୟସରେ ଆପଣଙ୍କୁ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.