Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||

୧୦ ହଜାର ଟଙ୍କା ନିବେଶ କଲେ ମିଳିବ ୧୬ ଲକ୍ଷରୁ ଅଧିକ, ଜାଣନ୍ତୁ ପୋଷ୍ଟ ଅଫିସ୍‌ର ଏହି ଯୋଜନା ବିଷୟରେ

5/11/2020 at 4:27 PM

ନୂଆଦିଲ୍ଲୀ ୦୫।୧୧: ଭଲ ରିଟର୍ଣ୍ଣ ସହିତ ଯଦି ଆପଣ କମ ରିସ୍କ ନେବାକୁ ଚାହାନ୍ତି ତେବେ ପୋଷ୍ଟ ଅଫିସ୍‌ ଆପଣଙ୍କ ପାଇଁ ସବୁଠୁ ଭଲ ବିକଳ୍ପ ହୋଇ ପାରିବ। ପୋଷ୍ଟ ଅଫିସର ସଞ୍ଚୟ ଯୋଜନା କେବଳ ଭଲ ହୋଇନଥାଏ ବରଂ କମ ନିବେଶ ସହିତ ମୋଟା ଅଙ୍କର ଟଙ୍କା ଆୟ ମଧ୍ୟ ହୋଇଥାଏ। ଏମିତି ଯୋଜନା ମଧ୍ୟରେ ପୋଷ୍ଟ ଅଫିସ୍‌ ରିକରିଙ୍ଗ ଡିପୋଜିଟ୍ ଯୋଜନା ରହିଛି, ଯାହା ଆପଣଙ୍କୁ ବହୁତ ଭଲ ରିଟର୍ଣ୍ଣ ଦେଇଥାଏ।

ପୋଷ୍ଟ ଅଫିସ୍‌ ରିକରିଙ୍ଗ ଡିପୋଜିଟ୍ ଯୋଜନା ଜରିଆରେ ଆପଣ ବହୁତ କମ ଟଙ୍କା ସହିତ ନିବେଶ ଆରମ୍ଭ କରି ପାରିବେ। ଏଥିରେ ଆପଣ ମାସିକ ୧୦୦ ଟଙ୍କା ନିବେଶ କରି ପାରିବେ। ଏଥିରେ ଅଧିକ ଜମା କରିବାର କୌଣସି ଲିମିଟ୍ ନାହିଁ। ପୋଷ୍ଟ ଅଫିସ ରିକରିଙ୍ଗ ଡିପୋଜିଟ୍ ଆକାଉଣ୍ଟ ଉନ୍ନତ ସୁଧହାରରେ ଛୋଟ କିସ୍ତି ଜମା କରିବାର ଏକ ସରକାରୀ ଗ୍ୟାରେଣ୍ଟି ଯୋଜନା ହୋଇଥାଏ।

ପ୍ରତ୍ୟେକ ତ୍ରୈମାସିକରେ ଜମା ଧନ ଉପରେ ସୁଧର ହିସାବ କରାଯାଏ। ପୁଣି ଏହାକୁ ପ୍ରତ୍ୟେକ ତ୍ରୈମାସିକର ଶେଷ ସପ୍ତାହରେ ଆପଣଙ୍କ ଆକାଉଣ୍ଟରେ ଚକ୍ରବୃଦ୍ଧି ସୁଧ ସହିତ ଯୋଡି ଦିଆଯାଏ। ଇଣ୍ଡିଆ ପୋଷ୍ଟ ଅଫିସ୍‌ର ଓ୍ଵେବସାଇଟ୍ ଅନୁଯାୟୀ ଏହି ସ୍କିମରେ ବର୍ତ୍ତମାନ ୫.୮ ପ୍ରତିଶତ ହାରରେ ସୁଧ ଦିଆଯାଉଛି। ଏହି ନୂତନ ଦର ୨୦୨୦  ଜୁଲାଇ ୧ରେ ଲାଗୁ ହୋଇଥିଲା।

ଯଦି ଆପଣ ପ୍ରତି ମାସରେ ପୋଷ୍ଟ ଅଫିସ୍‌ର ରିକରିଙ୍ଗ  ଯୋଜନାରେ ୧୦  ହଜାର ଟଙ୍କା ନିବେଶ ୧୦ ବର୍ଷ ପାଇଁ କରନ୍ତି ତେବେ ବର୍ତ୍ତମାନ ଦାମ୍‌ଠୁ ମ୍ୟାଚୁରିଟି ଉପରେ ୧୬.୨୮ ଲକ୍ଷ ଟଙ୍କା ମିଳିବ।  ଯଦି ଆପଣ ସମୟ ଅନୁସାରେ କିସ୍ତି ଜମା କରି ପାରିବେ ନାହିଁ ତେବେ ଆପଣଙ୍କୁ ଜୋରିମାନା ଦେବାକୁ  ହେବ। କିସ୍ତିରେ ବିଳମ୍ବ ଘଟିଲେ ଆପଣଙ୍କୁ ପ୍ରତି ମାସରେ ଏକ ପ୍ରତିଶତ  ଜୋରିମାନା ଦେବାକୁ ପଡିବ। ଯଦି ଆପଣ ଲଗାତାର ୪ କିସ୍ତି ଜମା କରନ୍ତି ନାହିଁ ତେବେ ଆପଣଙ୍କ ଖାତା ବନ୍ଦ ହୋଇଯିବ। ଖାତା ବନ୍ଦ ହେଲେ ଏହାକୁ ପରବର୍ତ୍ତୀ ଦୁଇ ମାସ ପାଇଁ ପୁଣି ଥରେ ଖୋଲା ଯାଇପାରେ।

   Related Posts