Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

୧୬ ବର୍ଷ ବୟସରେ ପଢା ଛାଡିଥିବା ବସ ଡ୍ରାଇଭରଙ୍କ ଝିଅ ୫୩ ବର୍ଷ ପୂର୍ବରୁ ପ୍ରଥମେ ଖୋଜିଥିଲେ ହ୍ୟୁମନ କରୋନା ଭାଇରସ

21/04/2020 at 2:13 PM

ନୂଆଦିଲ୍ଲୀ ୨୧/୦୪ : ଭୟାବହ ମହାମାରୀ କରୋନାରେ ଏଯାଏଁ ଲେଖା ଲକ୍ଷ ଆକ୍ରାନ୍ତ ହୋଇସାରିଛନ୍ତି | ଏଯାଏଁ କରୋନାର କୌଣସି ଔଷଧ କିମ୍ବା ଟୀକା ବାହରିନାହିଁ | ବୈଜ୍ଞାନିକମାନେ କରୋନା ଟୀକା ବାହାର କରିବା ପାଇଁ ଦିନ ରାତି ଅନୁସନ୍ଧାନ ଜାରି ରଖିଛନ୍ତି | ତେବେ ମଣିଷଙ୍କୁ ସଂକ୍ରମିତ କରୁଥିବା ପ୍ରଥମ କରୋନା ଭାଇରସ କାହାଣୀ ଖୁବ ରୋମାଞ୍ଚକ | ୧୬ ବର୍ଷ ବୟସରେ ପାଠ ଛାଡିଥିବା ଜଣେ ବସ ଡ୍ରାଇଭରଙ୍କ ଝିଅ ଜୁନ ଅଲମେଡା ୧୯୬୪ ମସିହାରେ ଖୋଜିଥିଲେ | ଥଣ୍ଡା କାଶ ରୋଗୀଙ୍କ ନାକରୁ ନମୁନା ସଂଗ୍ରହ କରି ଜୁନ ଇଲେକ୍ଟ୍ରୋନ ମାଇକ୍ରୋସ୍କୋପିରେ ଦେଖିବାରୁ ଏକ କ୍ରାଉନ ଭାଇରସ ଦେଖାଦେଇଥିଲା | ଜର୍ଣ୍ଣାଲ ଏବଂ ବରିଷ୍ଠ ଅଫିସରଙ୍କୁ ଏ ସମ୍ପର୍କରେ ସୂଚନା ଦେବାରୁ ସେ ଏହାକୁ ରିଜେକ୍ଟ କରିଦେଇଥିଲେ କାରଣ ତାର ଫଟୋ ବହୁତ ଖରାପ ଆସିଥିଲା | କିନ୍ତୁ ପରେ ଏହି ଅନୁସନ୍ଧାନ ଇତିହାସ ହୋଇଗଲା | କରୋନା ଭାଇରସ ଦେଖିବାକୁ ଏକ କ୍ରାଉନ ଭଳି | ଏହାର ଆକାର ଦେଖି ତାକୁ କରୋନା ଭାଇରସ ନାଁ ଦିଆଯାଇଥିଲା | 

ସ୍କଟଲ୍ୟାଣ୍ଡର ଅଲମେଡା ଜଣେ ଭାଇରସ ବିଶେଷଜ୍ଞ ଥିଲେ | ସେ ୧୯୩୦ ମସିହା ଅକ୍ଟୋବର ୫ ତାରିଖରେ ଗ୍ଲାସଗୋରେ ଜନ୍ମ ହୋଇଥିଲେ | ତାଙ୍କ ପିତା ଜଣେ ବସ ଡ୍ରାଇଭର ଥିଲେ | ତାଙ୍କର ଆର୍ଥିକ ପରିସ୍ଥିତି ସ୍ୱଚ୍ଛଳ ନଥିବାରୁ ସେ ଝିଅର ପାଠ ପଢା ଖର୍ଚ୍ଚ ବହନ କରିପାରିନଥିଲେ | ଯେଉଁଥିପାଇଁ ଅଲମେଡାଙ୍କୁ ୧୬ ବର୍ଷ ବୟସରେ ପଢା ଛାଡିବାକୁ ପଡିଥିଲା | ଅଲମେଡା ଗ୍ଲାସଗୋ ରୟାଲ ଇନଫର୍ମରୀର ଏକ ଲ୍ୟାବରେ ଟେକନିସିଆନ ଭାବେ କାମ କରିବା ଆରମ୍ଭ କରିଥିଲେ | କିଛି ମାସ ପରେ ଅଧିକ ଅନୁସନ୍ଧାନ ପାଇଁ ସେ ଲଣ୍ଡନ ଆସିଥିଲେ | ଲଣ୍ଡନରେ ସେଣ୍ଟ ବାର୍ଟୋଲୋମିସ୍ ହସ୍ପିଟାଲରେ ଲ୍ୟାବ ଟେକନିସିଆନ ଭାବେ କାମ କରିଥିଲେ | ୧୯୫୪ ମସିହା ଭେନେଜୁଏଲାର ଏକର ଜଣେ କଳାକାର ଏନରିକଙ୍କ ବାହା ହୋଇ ସେ କାନାଡ଼ା ଚାଲିଯାଇଥିଲେ | ସେ ଟରୋଣ୍ଟୋରେ ଥିବା ଅନଟାରିଓ କ୍ୟାନସର ପ୍ରତିଷ୍ଠାନରେ ଇଲେକ୍ଟ୍ରୋନ ମାଇକ୍ରୋସ୍କୋପି ଟେକ୍ନିସିଆନ ଭାବରେ କାର୍ଯ୍ୟ କରିବା ଆରମ୍ଭ କଲେ |

ଅଲମେଡା ଅଧିକାଂଶ ସମୟ ନୂଆ ନୂଆ ଜିନିଷ ଉପରେ ଅନୁସନ୍ଧାନ କରିବାକୁ ଭଲ ପାଉଥିଲେ | ସେଥିପାଇଁ କୌଣସି ଡିଗ୍ରୀ ବିନା ସେ ନିଜକୁ ଭିନ୍ନ ଭାବେ ଗଢି ତୋଳିଥିଲେ | କାନାଡ଼ା ପରେ ବ୍ରିଟେନରେ ତାଙ୍କ କାମର ମହତ୍ୱକୁ ସମ୍ମାନ ଦିଆଯାଇଥିଲା | ୧୯୬୪ ମସିହାରେ ଲଣ୍ଡନର ସେଣ୍ଟ ଥୋମାସ ମେଡିକାଲ ସ୍କୁଲ ତାଙ୍କୁ ଚାକିରି ପାଇଁ ଅଫର ଦେଇଥିଲେ |

ଅଲମେଡା ଓ ତାଙ୍କ ବରିଷ୍ଠ ଡା.ଟୟରେଲ ଏହି ଭାଇରସକୁ କରୋନା ନାଁ ଦେଇଥିଲେ | କାରଣ ଏହାର ଚାରିପଟେ ଏକ କ୍ରାଉଁ ଭଳି ଆକୃତି ଥିଲା | ପ୍ରାରମ୍ଭିକ ସ୍ଥରରେ ଏହି ଅନୁସନ୍ଧାନ ଖାରଜ ହେବା ପରେ ୧୯୬୫ ମସିହାରେ ବ୍ରିଟେନ ମେଡିକାଲ ଜର୍ଣ୍ଣାଲକୁ ଏହି ଅନୁସନ୍ଧାନ ସମ୍ପର୍କରେ ସୂଚନା ଦିଆଯାଇଥିଲା | ଏହି ଭାଇରସ ଇନଫ୍ଲୁଏଞ୍ଜା ଭଳି ଦେଖାଯାଏ ବୋଲି କୁହାଯାଇଥିଲା କିନ୍ତୁ ଏହା ଇନଫ୍ଲୁଏଞ୍ଜା ନୁହେଁ ବରଂ ଅଲଗା ଭାଇରସ |

ଅଲମେଡା ଅନେକ ଅନୁସନ୍ଧାନ କରିଥିଲେ | ସେ ଏଡ୍ସ ଭାଇରସ ଏଚଆଇଭିର ପ୍ରଥମ ହାଇ କ୍ୱାଲିଟି ଇମେଜ ତିଆରି କରିବାରେ ସାହାଯ୍ୟ କରିଥିଲେ | ହେପାଟାଇଟିସ୍ ଜୀବାଣୁଙ୍କର ଦୁଇଟି ଭିନ୍ନ ଅଂଶ ଥିବା ମଧ୍ୟ ପ୍ରଥମେ ଅଲମେଡା ହିଁ ଦୁନିଆ ସାମ୍ନାକୁ ଆଣିଥିଲେ | ଏହି ଗବେଷଣା ହେପାଟାଇଟିସ୍ ଟିକା ପ୍ରସ୍ତୁତ କରିବାରେ ବହୁତ ସହାୟକ ହୋଇଥିଲା |

ବିଜ୍ଞାନ କ୍ଷେତ୍ରରେ ଅଲମେଡା ବହୁତ ସମୟ ଯାଏଁ ସକ୍ରିୟ ଥିଲେ | ୧୯୮୫ ମସିହାରେ ସେ ଯୋଗ ପ୍ରଶିକ୍ଷକ ହୋଇଥିଲେ ଏବଂ ଅବସରପ୍ରାପ୍ତ ଭାଇରୋଲୋଜିଷ୍ଟ ଫିଲିପ ଗାର୍ଡନର୍ଙ୍କୁ ବିବାହ କରିଥିଲେ | ୨୦୦୭ ମସିହାରେ ୭୭ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା |

   Related Posts