ଫାସଟାଗ୍ ଅବୈଧ ଥିଲେ ସାବଧାନ, ଦେବାକୁ ହେବ ଦୁଇଗୁଣା ଶୁଳ୍କ

Published By : Prameya-News7 Bureau | May 17, 2020 IST

ନୂଆଦିଲ୍ଲୀ ୧୭।୫: ଫାସଟାଗ୍ ନିୟମ ପରିବର୍ତ୍ତନ କରିଛନ୍ତି ଏନଏଚଏଆଇ।  ବୈଧ ନ ଥିବା ଅଥବା ଅଚଳ ଫାସଟାଗ୍‌ ଲଗାଇ ଟୋଲ ପ୍ଲାଜାର ଫାସଟାଗ୍ ଲେନରେ ଯିବା ଆସିବା ଏବେ ମଙ୍ଗା ପଡିପାରେ। କୌଣସି କ୍ଷେତ୍ରରେ ଯଦି ଯାଞ୍ଚ ବେଳେ ଫାସଟାଗ୍ କାମ କରୁନଥିବା ଜଣାପଡେ ତେବେ ବାହନ ମାଲିକଙ୍କୁ ୨ଗୁଣା ଶୁଳ୍କ ଦେବାକୁ ପଡିବ। ଏ ନେଇ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। 

{"id":271573,"sizeSlug":"large"}

ବିଜ୍ଞପ୍ତି ଅନୁଯାୟୀ, କେନ୍ଦ୍ର ସରକାର ଜାତୀୟ ରାଜପଥ ଫି (ମୂଲ୍ୟ ନିର୍ଦ୍ଧାରଣ ଓ ଆଦାୟ) ରୁଲ-୨୦୦୮କୁ ସଂଶୋଧନ କରିଛନ୍ତି। ଏହି ସଂଶୋଧନ ପରେ ଫାସଟାଗ୍ ନ ଥିବା କିମ୍ବା ଏହାର ଅବଧି ଶେଷ ହେବା ପରେ ଫାସଟାଗ ଲେନ ବ୍ୟବହାର କରୁଥିବା ଯାନବାହନରୁ  ଦୁଇଗୁଣା ଟୋଲ ଫି  ଆଦାୟ କରାଯିବ।

{"id":271575,"sizeSlug":"large"}

ପୂର୍ବରୁ ଥରେ ମାତ୍ର ଯିବା ଆସିବା ଫି ଦେବାକୁ ପଡୁଥିଲା। ଅନେକ ଯାନବାହନ ଫାସଟାଗ୍ ବୈଧ ଥାଇ କିମ୍ବା ନବୀକରଣ ନ କରି ଫାସଟାଗ ଲେନରେ ଯାଉଛନ୍ତି। ଏହାଦ୍ୱାରା ସମସ୍ୟା ସୃଷ୍ଟି ହେଉଛି। ଏହାକୁ ରୋକିବାକୁ ଓ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ବଡ ଆକାରରେ ଜରିମାନା ଆଦାୟ କରାଯିବାକୁ ନିଷ୍ପତି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.