ହୋଟେଲ୍‌ରେ ହେଉଥିଲା ବ୍ଲୁ-ଫିଲ୍ମ ସୁଟିଂ - ଯୁବକଯୁବତୀଙ୍କ ଅନ୍ତରଙ୍ଗମୂହୁର୍ତ୍ତର ଭିଡିଓ ରେକଡିଂ କରି ବ୍ଲାକ୍‌ମେଲ୍‌ କରୁଥିଲେ ହୋଟେଲ୍‌ କର୍ମଚାରୀ

Published By : Prameya-News7 Bureau | November 29, 2019 IST

ଭୁବନେଶ୍ୱର ୨୯। ୧୧ -  ରାଜଧାନୀର ଆଇଆରସି ଭିଲେଜରେ ଥିବା ଓୟୋ ସାଇ ଆର୍ଯ୍ୟ ରେସିଡେନ୍‌ସିରେ ଚାଲିଥିଲା ସାଂଘାତିକ ଖେଳ । ହୋଟେଲ୍‌ ରୁମ୍‌ ଭିତରେ ଯୁବକଯୁବତୀଙ୍କ ଅନ୍ତରଙ୍ଗମୂହୁର୍ତ୍ତର ଭିଡିଓ ରେକଡିଂ କରି ବ୍ଲାକ୍‌ମେଲ୍‌ କରୁଥିଲେ ହୋଟେଲ୍‌ କର୍ମଚାରୀ । ମୋଟା ଅଙ୍କର ଟଙ୍କା ନଦେଲେ ଭିଡିଓ ଭାଇରାଲ୍‌ କରିଦେବାକୁ ଦେଉଥିଲେ ଧମକ୍‌ । ଜଣେ ଯୁବତୀଙ୍କ ଅଭିଯୋଗ ପରେ ୨ଜଣ ହୋଟେଲ କର୍ମଚାରୀଙ୍କୁ ଗିରଫ କରିଛି ପୋଲିସ ।

wp:core-embed/youtube {"url":"https://www.youtube.com/watch?v=-oowxO6zIm8","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=-oowxO6zIm8
/wp:core-embed/youtube

ହୋଟେଲ୍‌ରେ ହେଉଥିଲା ବ୍ଲୁ-ଫିଲ୍ମ ସୁଟିଂ । କିଛି ନିର୍ଦ୍ଧିଷ୍ଟ ଯୁବକ ମାସରେ ୪/୫ଥର ରୁମ୍‌ ବୁକ୍‌ କରୁଥିଲେ ଆଉ ପ୍ରତ୍ୟେକ ଥର ନୂଆ ନୂଆ ଝିଅଙ୍କ ସହ ଆସି ରାତି ରଙ୍ଗିନ୍‌ କରୁଥିଲେ । ଆଉ ସ୍ପାଏ କ୍ୟାମେରାରେ ସେମାନଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ସୁଟିଂ କରୁଥିଲେ ହୋଟେଲ କର୍ମଚାରୀ ।  

{"id":191777,"sizeSlug":"large"}

କ୍ୟାମେରା କଏଦ ହୋଇଥିବା ଝିଅଙ୍କୁ କରାଯାଉଥିଲା ବ୍ଲାକ୍‌ମେଲ୍‌ ।ମୋଟା ଅଙ୍କର ଟଙ୍କା ନଦେଲେ ଭିଡିଓ ଭାଇରାଲ୍‌ କରିଦେବାକୁ ଦିଆଯାଉଥିଲା ଧମକ୍‌ । ରାଜଧାନୀର ଆଇଆରସି ଭିଲେଜରେ ଥିବା ଓୟୋ ସାଇ ଆର୍ଯ୍ୟ ରେସିଡେନ୍‌ସିରେ ଚାଲିଥିଲା ଏଭଳି ସାଂଘାତିକ ଖେଳ । ଜଣେ ଯୁବତୀଙ୍କ ଅଭିଯୋଗ ପରେ ୨ଜଣ ହୋଟେଲ କର୍ମଚାରୀଙ୍କୁ ଗିରଫ କରିଛି ପୋଲିସ ।

{"id":191778,"sizeSlug":"large"}

୫୦ହଜାର ଟଙ୍କା ଦିଅ । ନହେଲେ ଭିଡିଓ ଭାଇରାଲ୍‌ କରିଦେବୁ । ଅଡ଼ୁଆରେ ପଡ଼ିଯାଇଥିଲେ ଯୁବତୀ । ଆଉ ପୋଲିସକୁ ଖବର ଦେଇଥିଲେ ।

{"id":191779,"sizeSlug":"large"}

ଟଙ୍କା ଦେବାକୁ କହି ଦୁଇ କର୍ମଚାରୀଙ୍କ ଡକାଇବା ପରେ ସେମାନଙ୍କୁ ମାଡ଼ିବସିଥିଲା ପୋଲିସ । ତେବେ ଏହାକୁ ନେଇ କ’ଣ କହୁଛନ୍ତି ହୋଟେଲ୍‌ କର୍ମଚାରୀ ଆଉ ମାଲିକ ଚାଲନ୍ତୁ ତା’ ଉପରେ ଟିକେ ନଜର ପକାଇବା ।

wp:core-embed/youtube {"url":"https://www.youtube.com/watch?v=izGx8qcoSFk","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=izGx8qcoSFk
/wp:core-embed/youtube

ରାଜଧାନୀରେ ଏଭଳି ଘଟଣା ଏବେ ହୋଟେଲରେ ରହୁଥିବା ଯାତ୍ରୀ, ପର୍ଯ୍ୟଟକଙ୍କ ଚିନ୍ତା ବଢ଼ାଇଛି । ମାସ ମାସ ଧରି ବିଭିନ୍ନ ହୋଟେଲରେ ଏଭଳି ଅନୈତିକ କାର୍ଯ୍ୟ ଚାଲିଥିଲେ ମଧ୍ୟ ପୋଲିସ ପାଖରେ ଏହାର ସୁରାକ୍‌ କିଭଳି ପହଞ୍ଚିପାରୁନି ?,

{"id":191781,"sizeSlug":"large"}

କାହିଁକି ନିମୟିତ ବ୍ୟବଧାନରେ ଭୁବନେଶ୍ବରରେ ଥିବା ହୋଟେଲ, ଲଜ୍‌ ଉପରେ ରେଡ୍‌ କରାଯାଉନି ତାକୁ ନେଇ ଉଠିଛି ପ୍ରଶ୍ନ ।

{"id":191782,"sizeSlug":"large"}

ପୋଲିସର ନିଷ୍କ୍ରିୟତା ଯୋଗୁଁ ଏଭଳି ଅନୈତିକ କାର୍ଯ୍ୟ କରିବାକୁ ସୁଯୋଗ ପାଉଛନ୍ତି ହୋଟେଲ୍‌ କର୍ମଚାରୀ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.