ସଞ୍ଜୟ ଦତ୍ତ ଓ ମାନ୍ୟତାଙ୍କର ଏହି ଇଣ୍ଟିମେଟ ଫଟୋ ହେଉଛି ଭାଇରାଲ
13/08/2019 at 5:09 PM

ମୁମ୍ବାଇ୧୩|୮: ବଲିଉଡର ପ୍ରତିଷ୍ଠିତ କଳାକାର ସଞ୍ଜୟ ଦତ୍ତ ଅଧିକାଂଶ ସମୟରେ ନିଜ ବ୍ୟକ୍ତିଗତ ଜୀବନ ନେଇ ଚର୍ଚ୍ଚାରେ ରୁହନ୍ତି। ସଞ୍ଜୟ ଦତ୍ତ ଓ ମାନ୍ୟତା ଦତ୍ତ ଏକ ନିଆରା ବଣ୍ଡ ସେୟାର କରନ୍ତି। ଉଭୟଙ୍କ ସମ୍ପର୍କ ପ୍ରଥମରୁ ଚର୍ଚ୍ଚାରେ ଅଛି।ସଞ୍ଜୁ ଫିଲ୍ମ ପରେ ଉଭୟ ଅଧିକ ଲାଇମ୍ଲାଇଟ୍ରେ ରହୁଛନ୍ତି। ଏବେ କିଛି ଦିନ ତଳେ ମାନ୍ୟତା ନିଜ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ଦୁହେଁଙ୍କ ମଧ୍ୟରେ ଥିବା ସ୍ପେଶିଆଲ ବଣ୍ଡ ନଜର ଆସୁଛି।

ଏହି ଫଟୋରେ ମାନ୍ୟତା କ୍ୟାପ୍ସନ ଦେଇଥିଲେ ଯେ, ଏମିତି ଜଣେ ବ୍ୟକ୍ତିଙ୍କ ପ୍ରେମରେ ପଡନ୍ତୁ ଯିଏ ସବୁ କାମ ପାଗଳାମି ସହ କରେ ଓ ସେହି କାମର ଆନନ୍ଦ ନେଇଥାଏ ।ଉଭୟଙ୍କର ଏହି ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଫ୍ୟାନ୍ସ ଏହି ଫଟୋକୁ ଅନେକ ପସନ୍ଦ ମଧ୍ୟ କରୁଛନ୍ତି।

ଆଶୁତୋଷ ଗୋବାରିକରଙ୍କ ଆଗାମୀ ଫିଲ୍ମ ପାନିପତରେ ସଞ୍ଜୟ ଦତ୍ତ ନଜର ଆସିବେ। ଏବେ ସଞ୍ଜୟ ଜୟପୁରରେ ନିଜ ଶୁଟିଂରେ ବ୍ୟସ୍ଥ ଅଛନ୍ତି। କିଛି ଦିନ ତଳେ ସଞ୍ଜୟଙ୍କ ବିଷୟରେ ଏକ ଖାସ ଖବର ସାମ୍ନାକୁ ଆସିଛି। ସଞ୍ଜୟ ତାଙ୍କ ଶୁଟିଂ ପ୍ଲେସକୁ ଜିମ୍ କରିଦେଇଛନ୍ତି।

ସେଟ୍ରେ ଥିବା ସମସ୍ତ ଲୋକେ ଏହା କହିଥିଲେ ଯେ, ସଞ୍ଜୟ ମୁମ୍ବାଇରୁ ଅଧିକାଂଶ ଜିମ୍ ଇକ୍ବିପମେଣ୍ଟ ମଗାଇଛନ୍ତି। ଯେତେବେଳେ ତାଙ୍କୁ ଶୁଟିଂରୁ ଫୁରସତ ମିଳେ ସେ ୱାର୍କ ଆଉଟ୍ କରନ୍ତି। ତାଙ୍କ ଦେଖା ଦେଖି ଫିଲ୍ମର ଅନ୍ୟ ଷ୍ଟାରକାଷ୍ଟମାନେ ତାଙ୍କ ସହ ମିଶି ଜିମିଂ କରନ୍ତି।

ଏହି ଫିଲ୍ମ ବ୍ୟତୀତ ସଞ୍ଜୟ ଦତ୍ତ ଭୂଜ ଦ ପ୍ରାଇଡ୍ ଅଫ ଇଂଡିୟା ଚଳଚ୍ଚିତ୍ରରେ ମଧ୍ୟ ନଜର ଆସିବେ। ଏହି ଫିଲ୍ମର ଅଧା ଶୁଟିଂ ହାଇଦ୍ରାବାଦରେ ସରିଯାଇଛି ବୋଲି ସେ ନିଜେ କହିଛନ୍ତି।