ସଲମାନଙ୍କ ବିବାହକୁ ନେଇ ଖୁଲାସା କଲେ ଭିଣୋଇ ଆୟୁଷ ଶର୍ମା , କହିଲେ-'ବିବାହ କରିବା ପାଇଁ ଏବେ'…

Published By : Prameya-News7 Bureau | November 29, 2021 IST

ନୂଆଦିଲ୍ଳୀ ୨୯।୧୧ : ବଲିଉଡ୍‌ ଅଭିନେତା ତଥା ସଲମାନଙ୍କ ଭିଣୋଇ ଆୟୁଷ ଶର୍ମା ସଲମାନ ଖାନଙ୍କ ବିବାହକୁ ନେଇ ଏକ ଖୁଲାସା କରିଛନ୍ତି। ଅଭିନେତା ସଲମାନ ଖାନଙ୍କ ବିବାହକୁ ନେଇ ଅନେକ ସମୟରେ ତାଙ୍କୁ ମଧ୍ୟ ପ୍ରଶ୍ନ ପଚରା ଯାଇଥାଏ, ହେଲେ ସେ ଏହି ପ୍ରଶ୍ନ ଗୁଡିକୁ ଏଡ଼ାଇ ଦେଇଥାଆନ୍ତି ତଥାପି ଫ୍ୟାନମାନେ ଏପର୍ଯ୍ୟନ୍ତ ତାଙ୍କ ବିବାହକୁ ଅପେକ୍ଷା କରି ରହିଛନ୍ତି। ତାଙ୍କର ପ୍ରତ୍ୟେକ ଫ୍ୟାନ୍‌ସମାନେ ଚାହାନ୍ତି କି, ଇଣ୍ଡଷ୍ଟ୍ରୀର ‘ଭାଇଜାନ’ ଯଥାଶୀଘ୍ର ବିବାହ କରନ୍ତୁ।

ଏନେଇ ଏକ ଇଣ୍ଟରଭ୍ୟୁରରେ, ତାଙ୍କ ଶଳା ଅଭିନେତା ଆୟୁଷ ଶର୍ମା କହିଥିଲେ, ସଲମାନ ଖାନଙ୍କ ପାଖରେ ବିବାହ କରିବା ପାଇଁ ସମୟ ନାହିଁ ।  ତାଙ୍କର କାମ କରିବାକୁ ନେଇ ସେ ଖୁବ୍‌ ବ୍ୟସ୍ତ। ଏହା ସହ କହିଥିଲେ ଯେ ସଲମାନ ଖାନଙ୍କ ବିବାହକୁ ନେଇ ସେ କିଛି କହିବାକୁ ଚାହୁଁ ନାହାନ୍ତି। ସେ ଯେଭଳି ଭାବେ ସଲମାନ ଖାନଙ୍କ ଜୀବନକୁ ଦେଖିଛନ୍ତି ଏବଂ ଯେଉଁଭଳି ଭାବେ ସେ କାମ କରନ୍ତି, ଏମିତିରେ ଲାଗୁନାହିଁ ଯେ ତାଙ୍କ ପାଖରେ ବିବାହ ପାଇଁ ସମୟ ଅଛି। ସଲମାନ ଖାନ ଯେମିତି ଅଛନ୍ତି, ଖୁସି ଅଛନ୍ତି। ସେ ନିଜ ବିବାହକୁ ନେଇ ନିଜେ ନିଷ୍ପତ୍ତି ନେବେ।

ଆହୁରି ମଧ୍ୟ କହିଛନ୍ତି ମୁଁ ସଲମାନ ଖାନଙ୍କ ଭଳି ସରଳ ନୁହେଁ। ତାଙ୍କ ଜୀବନଶୈଳୀ ଅତି ସାଧାରଣ। ଯଦି ଆପଣ ସଲମାନ ଖାନଙ୍କୁ ତାଙ୍କ ଫୋନ ବିଷୟରେ ପଚାରିବେ, ତ ସେ ଏମିତି ଏକ ଫୋନ୍‌ ବ୍ୟବହାର କରୁଥିବେ, ଯାହାକି ଦୁଇ ତିନି ବର୍ଷର ପୁରୁଣା ହୋଇଥିବ। ଆୟୁଷ କହିଥିଲେ କି, ସଲମାନ ଖାନ ଫୋନ୍‌ ପ୍ରତି ଆଗ୍ରହୀ ନୁହନ୍ତି। ଏପରି କି, ତାଙ୍କର କାର୍‌ ଏବଂ କପଡ଼ା ପ୍ରତି ମଧ୍ୟ କୌଣସି ଆଗ୍ରହ ନାହିଁ।  ତାଙ୍କର କେବଳ ଫିଲ୍ମଗୁଡ଼ିକରେ ଆଗ୍ରହ ରହିଛି। ଯଦି ଆପଣ ତାଙ୍କୁ ଦୁଇ ତିନି ଘଣ୍ଟା ଏକୁଟିଆ ଛାଡ଼ି ଦେବେ, ତା’ ହେଲେ ସେ ଫିଲ୍ମ ଦେଖି ହିଁ ନିଜର ସମୟ ବିତାଇ ନେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.