ସ୍ବାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀ ଚଳାଉଥିଲା ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ୍, ଏମିତି ଖୋଲିଲା ରହସ୍ୟ

Published By : Prameya-News7 Bureau | February 09, 2020 IST

ଭୋପାଳ ୯।୨: ଭୋପାଳ କ୍ରାଇମବ୍ରାଞ୍ଚ ଅନ୍ତରାଜ୍ୟ ଡ୍ରଗ୍ସ ରାକେଟ୍ ର ପର୍ଦ୍ଦାଫାଶ କରିଛି । ଏକ ରେଲଓ୍ବେ ଷ୍ଟେସନରୁ ମୁମ୍ବାଇର ଜଣେ ମହିଳାଙ୍କୁ ନିଶା ଔଷଧ ସହ ଗିରଫ କରାଯାଇଛି । ମହିଳାଙ୍କ ନିକଟରୁ ପ୍ରାୟ ୧୩ ଗ୍ରାମର ଏମଡିଏମଏ ଡ୍ରଗ୍ସ ଜବତ କରିଛି କ୍ରାଇମବ୍ରାଞ୍ଚ ।

ସୂଚନା ପାଇବା ପରେ କ୍ରାଇମବ୍ରାଞ୍ଚର ଏକ ଟିମ୍ ଭୋପାଳ ହବିବଗଞ୍ଜ ରେଲଓ୍ବେ ଷ୍ଟେସନରେ ଚଢାଉ କରିଥିଲା । ମହିଳା ଜଣଙ୍କ ଡ୍ରଗ୍ସ କାରବାର ପାଇଁ ଆସୁଥିବା ସମୟରେ ରେଲଓ୍ବେ ଷ୍ଟେସନ ପାର୍କିଂରୁ ତାଙ୍କୁ ଗିରଫ କରାଯାଇଥିଲା । ଗିରଫ ମହିଳାଙ୍କ ନାଁ ରେହାନା ଖାନ୍ ବୋଲି ଜଣାପଡିଛି । ମହିଳା ଜଣଙ୍କ ମୁମ୍ବାଇର ଡୋଙ୍ଗରି ଅଞ୍ଚଳର । ମହିଳାଙ୍କ ସୂଚନା ଅନୁସାରେ ତାଙ୍କ ସ୍ବାମୀଙ୍କ ନାଁ ସଲିମ୍ ଖାନ୍ । ତାଙ୍କର ମୃତ୍ୟୁ ହୋଇସାରିଛି । ସଲିମ୍ ମଧ୍ୟ ନିଶା କାରବାରରେ ସଂପୃକ୍ତ ଥିଲେ । ସ୍ବାମୀଙ୍କ ମୃତ୍ୟୁ ପରେ ସେ ନିଶା ବ୍ୟବସାୟରେ ପାଦ ରଖିଥିଲେ । ସ୍ବାମୀଙ୍କ ଧନ୍ଧା ନିଜେ ସମ୍ଭାଳୁଥିବା ମଧ୍ୟ ସେ କହିଥିଲା ।

ପୋଲିସର ସୂଚନା ଅନୁସାରେ ଗିରଫ ମହିଳାଙ୍କ ସ୍ବାମୀଙ୍କର ବାହାର ରାଜ୍ୟରେ ଡ୍ରଗ୍ସ ରାକେଟ୍ କାରବାର ଚାଲିଥିଲା । ଜବତ ଡ୍ରଗ୍ସର ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ୧୩ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଯେଉଁ ଡ୍ରଗ୍ସ ଉଦ୍ଧାର ହୋଇଛି ତାର ଚାହିଦା ଯୁବବର୍ଗ ମଧ୍ୟରେ ଅଧିକ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.