ଆନ୍ତଃରାଜ୍ୟ ଡକାୟତକୁ ଗିରଫ କରିବାରେ ପୋଲିସକୁ ସହଯୋଗ କଲେ ସ୍ଥାନୀୟ ଲୋକ

Published By : Prameya-News7 Bureau | October 07, 2019 IST

କନ୍ଧମାଳ ୭/୧୦: କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଲାଲଗଡ କୁହାଯାଉଥିବା କଞ୍ଜାଲଗୁ ଘାଟିରେ ବାଲିଗୁଡା ପୋଲିସ ଏକ ଡକାୟତି ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି ।

{"id":167226}

ଦୀର୍ଘ ଛଅ ମାସ ଧରି ଘାଟିରେ ଆତଙ୍କରାଜ ଚଳାଇ ମୋଟର ସାଇକେଲ ଆରୋହୀଙ୍କ ଠାରୁ ମୋଟର ସାଇକେଲ,ଟଙ୍କା, ସୁନା ଛଡାଇ ମାରପିଟ କରିବା ନେଇ ଅଭିଯୋଗ ହୋଇଥିଲା ।ଲୋକେ ଭୟରେ ସଂପୃକ୍ତ ଅଞ୍ଚଳକୁ ଯାଉନଥିଲେ । ଏହି ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା।ଡକାୟତି ଘଟଣାରେ ଛଅ ଜଣ ଜିଲ୍ଲା ବାହାରର ଡକାୟତଙ୍କୁ ଗିରଫ କରିବାରେ ସ୍ଥାନୀୟ ଲୋକେ ପୋଲିସ୍ କୁ ସହଯୋଗ କରିଛନ୍ତି।

{"id":167227}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.