Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ଗୁପ୍ତା ଭାଇଙ୍କ ବିରୋଧରେ ଇଣ୍ଟରପୋଲର ରେଡ୍ ନୋଟିସ୍ ଜାରି, ଦକ୍ଷିଣ ଆଫ୍ରିକାରେ ଲୁଟିଛନ୍ତି କୋଟି କୋଟି ଟଙ୍କା

5/07/2021 at 8:11 PM

ନୂଆଦିଲ୍ଲୀ ୦୫।୦୭:  ଇଣ୍ଟରପୋଲ ଭାରତୀୟ ମୂଳ ବାସିନ୍ଦା ଗୁପ୍ତା ପରିବାରର ସଦସ୍ୟଙ୍କ ବିରୋଧରେ ରେଡ୍ ନୋଟିସ୍ ଜାରି କରିଛି। ସୋମବାର ଏହାର ସୂଚନା ଦେଇଛି ଜାତୀୟ ଅଭିଯୋଜନ ପ୍ରାଧୀକରଣ। ଇଣ୍ଟରପୋଲ ଦୁଇ ଅତୁଲ ଓ ରାଜେଶ ଗୁପ୍ତା, ତାଙ୍କ ପତ୍ନୀ ତଥା ବ୍ୟବସାୟିକ ସହଯୋଗୀଙ୍କ ବିରୋଧରେ ରେଡ୍ ନୋଟିସ୍ ଜାରି କରିଛି।

ଗୁପ୍ତାଙ୍କ ଦକ୍ଷିଣ ଆଫ୍ରିକା ଆଣିବା  ପ୍ରକ୍ରିୟା ଜୋରଦାର କରାଯାଇଛି। କାରଣ ଦକ୍ଷିଣ ଆଫ୍ରିକାରେ ବ୍ୟବସାୟରେ ଅର୍ଥ ହେରଫେର ହୋଇଥିବା ନେଇ ଗୁପ୍ତା ପରିବାର ବିରୋଧରେ ଅଭିଯୋଗ ହୋଇଛି। ଇଣ୍ଟରପୋଲ୍ ଅତୁଲ ଗୁପ୍ତା ଓ ତାଙ୍କ ପତ୍ନୀ ଚେତାଲି, ରାଜେଶ ଗୁପ୍ତା ଏବଂ ତାଙ୍କ ପତ୍ନୀ ଆରତି, ପୂର୍ବତନ ନୁଲାନେ ଇନଭେଷ୍ଟମେଣ୍ଟ ବ୍ୟାଙ୍କ ଅଫ ବରୋଦାର ହସ୍ତାକ୍ଷରକର୍ତ୍ତା କର୍ତ୍ତା ଅଙ୍କିତ ଜୈନ, ଅନ ମ୍ୟାନେଜମେଣ୍ଟ ଲିମିଟେଡର ନିର୍ଦ୍ଦେଶକ ରବୀନ୍ଦ୍ର ନାଥ,  ପ୍ରଗତ ଇନଭେଷ୍ଟମେଣ୍ଟ ଲିମିଟେଡ୍‌ର ନିର୍ଦ୍ଦେଶକ ରମେଶ ଭଟ୍ଟ ଓ ଜଗଦୀଶ ପାରେଖଙ୍କ ବିରୋଧରେ ଇଣ୍ଟରପୋଲ ରେଡ୍ ନୋଟିସ୍ ଜାରି କରିଥିବା  ଆଡଭୋକେଟ୍ ହେରମିଅନେ କ୍ରୋଞ୍ଜେ ସୋମବାର ସୂଚନା ଦେଇଛନ୍ତି।

ଜଣେ ଅଧିକାରୀଙ୍କ ଅନୁଯାୟୀ, ଦକ୍ଷିଣ ଆଫ୍ରିକାର ଫ୍ରି ଷ୍ଟେଟ୍ସ ପ୍ରାନ୍ତରେ ଏଷ୍ଟିନା ଡାଏରୀ ଫାର୍ମ ପ୍ରକଳ୍ପ ସଂପର୍କିତ ଧନ ଶୋଧନ ଓ ୨.୫ କୋଟି ରାଣ୍ଡ(ଦକ୍ଷିଣ ଆଫ୍ରିକା ମୁଦ୍ରା) ହେରଫେର ମାମଲାରେ ସଂଶ୍ଳିଷ୍ଟତାକୁ ନେଇ ଗୁପ୍ତା ପରିବାର ଉପରେ ମୋକଦ୍ଦମା ଜାରି ରହିଛି। ଏହି ପଦକ୍ଷେପ ଏଥିପାଇଁ ନିଆଯାଇଛି ଯଦ୍ଵାରା ସେମାନଙ୍କୁ ଦକ୍ଷିଣ ଆଫ୍ରିକା ନିଆଯାଇ ପାରିବ। ଉଲ୍ଲେଖନୀୟ ଏଷ୍ଟିନା ଡାଏରୀ ଫାର୍ମ ପ୍ରକଳ୍ପ ସଂପୂର୍ଣ୍ଣ ବିଫଳ ହୋଇଥିଲା।

ଇଣ୍ଟରପୋଲ୍ ଓ୍ଵେବସାଇଟ୍‌ ଅନୁଯାୟୀ, ରେଡ୍ ନୋଟିସ୍ ଜାରି କରାଯିବାର ଅର୍ଥ, ସମଗ୍ର ଦୁନିଆର ଆଇନ ପ୍ରବର୍ତ୍ତନ ଏଜେନ୍ସି ଅଭିଯୁକ୍ତଙ୍କ ସନ୍ଧାନ କରିବେ ଏବଂ ଗିରଫ କରି ଆବେଦନକାରୀ ଏଜେନ୍ସିଙ୍କୁ ହସ୍ତାନ୍ତର କରିବେ। ଏହା ପରେ ପ୍ରତ୍ୟର୍ପଣ ଏବଂ ଅନ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇଥାଏ।

ଅତୁଲ, ରାଜେଶ ଓ ତାଙ୍କ ବଡ ଭାଇ ଅଜୟଙ୍କ ଉପରେ ଅଭିଯୋଗ  ହୋଇଛି ଯେ, ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ଜାକବ ଜୁମାଙ୍କ ସହ ନିଜ ଘନିଷ୍ଠତାର ଫାଇଦା ଉଠାଇ ସରକାରୀ ନିଗମରୁ କୋଟି କୋଟି ଟଙ୍କା ହେରଫେର କରିଛନ୍ତି। ଗୁପ୍ତା ପରିବାର ମୂଳତଃ ଭାରତର ଉତ୍ତର ପ୍ରଦେଶର ସହାରନପୁର ନିବାସୀ। ଦକ୍ଷିଣ ଆଫ୍ରିକାର ଅନେକ କମ୍ପାନୀର ଦାୟିତ୍ଵ ସେମାନଙ୍କ ହାତରେ ରହିଛି। କୁହାଯାଉଛି, ସେମାନେ ନିଜ  ପରିବାର ସହ ଦୁବାଇରେ ନିର୍ବାସନ ସମୟ ବିତାଉଛନ୍ତି। ଗୁପ୍ତା ପରିବାରର କିଛି ସଦସ୍ୟ  ଭାରତରେ ଅଛନ୍ତି। କିନ୍ତୁ ପରିବାର ଲୋକ ଏହି ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି।

ରାଷ୍ଟ୍ରୀୟ ଅଭିଯୋଜନ ପ୍ରାଧୀକରଣରେ ତଦନ୍ତ ନିର୍ଦ୍ଦେଶାଳୟର ମୁଖପାତ୍ର ସିଣ୍ଡିସିଭେ ସିବେକା କହିଛନ୍ତି, ୟୁଏଇ ଓ ଭାରତକୁ ଗୁପ୍ତା ପରିବାରକୁ ପ୍ରତ୍ୟର୍ପଣ କରିବାକୁ ଅନୁରୋଧ ପତ୍ର ପଠାଇଛୁ। ସୂଚନାଯୋଗ୍ୟ, ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରତ୍ୟର୍ପଣ ଚୁକ୍ତ  ହୋଇଛି। ଏହି ଆଧାରରେ ଦକ୍ଷିଣ ଆଫ୍ରିକା ଭାରତକୁ ଅଭିଯୁକ୍ତଙ୍କ ପ୍ରତ୍ୟର୍ପଣ ପାଇଁ ଅନୁରୋଧ କରିଛି।

   Related Posts