ଇତିହାସରେ ପ୍ରଥମ, ଇଣ୍ଟରପୋଲ୍‌ର ୮୯ ତମ ଜେନେରାଲ୍‌ ଆସେମ୍ବ୍ଲି ସ୍ଥଗିତ

Published By : Prameya-News7 Bureau | November 03, 2020 IST

ନୂଆଦିଲ୍ଲୀ ୦୩/୧୧: କରୋନା ମହାମାରୀ ପାଇଁ ବଦଳିଯାଉଛି ବହୁ ନିୟମ। ବାତିଲ ହୋଇଯାଉଛି ବହୁ ସଭା ସମିତିଠାରୁ ବହୁ ଅନ୍ତର୍ଜାତୀୟ କ୍ରିଡ଼ାର ତାରିଖ । କରୋନା ମହାମାରୀକୁ ଦୃଷ୍ଟିରେ ରଖି ପ୍ରଥମ ଥର ପାଇଁ ଇଣ୍ଟରପୋଲର ଜେନେରାଲ ଆସେମ୍ବ୍ଲି (ଜିଏ) ସ୍ଥଗିତ ରଖାଯାଇଛି। ୟୁଏଇରେ ଆୟୋଜିତ ହେବାକୁ ଥିବା ଇଣ୍ଟରପୋଲ୍‌ର ୮୯ ତମ ସାଧାରଣ ସଭା ସ୍ଥଗିତ ରଖାଯାଇଛି। ଏଭଳି ଇତିହାସରେ ପ୍ରଥମ ଥର ପାଇଁ ହୋଇଛି।

ଏହି ବାର୍ଷିକ ସଭାରେ ସମସ୍ତ ୧୯୨ ସଦସ୍ୟତା ଦେଶ ପୋଲିସିଂ ର ବିଭିନ୍ନ ଦିଗ ମଧ୍ୟରୁ  ଆତଙ୍କବାଦ, ସଂଗଠିତ ଅପରାଧ ଓ ଅପରାଧିକ ନେଟଓ୍ବାର୍କ ପ୍ରତିହତ କ୍ଷେତ୍ରରେ କିଭଳି ସହଯୋଗ ରହିପାରିବ ସେନେଇ ଆଲୋଚନା ହେବାର ଥିଲା। କିନ୍ତୁ ଚଳିତ ବର୍ଷ କୌଣସି ବି ଦେଶରେ ଇଣ୍ଟରପୋଲ୍‌ ଜିଏ ଆୟାଜିତ ହେବା ଅସମ୍ଭବ। ଆଉ ଏହି ସଭାକୁ ଭର୍ଚୁଆଲ ମାଧ୍ୟମରେ କରିବା ଆଇନଗତ ଠିକ୍‌ ହେବ ନାହିଁ ବୋଲି ଇଣ୍ଟରପୋଲ୍‌ କାର୍ଯ୍ୟକାରୀ ସମିତି ପକ୍ଷରୁ ସୂଚନା ମିଳିଛି।

ଇଣ୍ଟରପୋଲ୍‌ ଜିଏ ଆୟୋଜନ କରିବାକୁ ୟୁଏଇର ଅଧକାରୀମାନେ ବହୁ ପ୍ରକାର ପ୍ରଚେଷ୍ଟା କରିଚାଲିଛନ୍ତି। କିନ୍ତୁ ଦୁର୍ଭାଗ୍ୟବଶତଃ ଚଳିତବର୍ଷ ବାର୍ଷିକ ସଭା ହୋଇପାରିବ ନାହିଁ ବୋଲି କହିଛନ୍ତି ଇଣ୍ଟରପୋଲ୍‌ର ସାଧାରଣ ସମ୍ପାଦକ ଜର୍ଜେନ୍‌ ଷ୍ଟକ୍‌। ଏହାସହ ଆଗାମୀ ସେସନ୍‌ କେବେ ହେବ ସେନେଇ କିଛି ନଷ୍କର୍ଶ ବାହାରିପାରି ନଥିବା ଜଣାପଡ଼ିଛି । ୮୯ ତମ ଇଣ୍ଟରପୋଲ୍‌ର ବାର୍ଷିକ ସଭା ୟୁଏଇରେ ହେବାକୁ ଥିବା ବେଳେ କରୋନା ପାଇଁ ସ୍ଥଗିତ ହୋଇଛି। କିନ୍ତୁ ୯୧ ତମ  ଇଣ୍ଟରପୋଲ୍‌ର ଜେନେରାଲ୍‌ ଆସେମ୍ବ୍ଲି ୨୦୨୨ରେ ଭାରତରେ ହେବ ବୋଲି ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.