ଚାଷୀ ଆନ୍ଦୋଳନ : ଦିଲ୍ଲୀର ଗୁରୁତ୍ବପୂର୍ଣ୍ଣ ସ୍ଥାନମାନଙ୍କରେ ମେଟ୍ରୋ ବନ୍ଦ, ଇଣ୍ଟରନେଟ୍ ସେବା ଠପ୍, ଲାଲ କିଲ୍ଲାରୁ ଚାଷୀଙ୍କୁ ବାହାରକରୁଛି ପୋଲିସ
26/01/2021 at 4:23 PM

ନୂଆଦିଲ୍ଲୀ ୨୬/୦୧ : ଗଣତନ୍ତ୍ର ଦିବସରେ ରାଜଧାନୀ ଦିଲ୍ଲୀରେ ଚାଷୀମାନଙ୍କ ଟ୍ରାକ୍ଟର ମାର୍ଚ୍ଚ ଜାରି ରହିଛି । ଏହାରି ମଧ୍ୟ ଅନେକ ସ୍ଥାନରେ ପୋଲିସ ଏବଂ ଚାଷୀମାନଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ଟ୍ରାକ୍ଟର ମାର୍ଚ୍ଚ ବେଳେ ଚାଷୀମାନେ ଲାଲ କିଲ୍ଲାରେ ପ୍ରବେଶ କରିଥିଲେ । ବର୍ତ୍ତମାନ ସେମାନଙ୍କଚ ସେଠାରୁ ବାହାର କରାଯାଉଛି । ଚାଷୀମାନଙ୍କ ହିଂସାତ୍ମକ ଗତିବିଧି ବ୍ୟାପକ ହେବାରେ ଲାଗିଛି ।
ତେବେ ଦିଲ୍ଲୀରେ ଅପ୍ରିତିକର ପରିସ୍ଥିତିକୁ ଆଖିଆଗରେ ରଖି ମେଟ୍ରୋ ପକ୍ଷରୁ ଅନେକ ପ୍ରବେଶ ଏବଂ ପ୍ରସ୍ଥାନ ରାସ୍ତାକୁ ବନ୍ଦ କରିଦିଆଯାଇଛି । DMRC ମୁତାବକ ଲାଲ କିଲ୍ଲା, ଇନ୍ଦ୍ରପ୍ରସ୍ତ ମେଟ୍ରୋ, ଆଇଟିଓ ସମେତ ଅନେକ ମେଟ୍ରୋ ଷ୍ଟେସନ୍କୁ ବନ୍ଦ କରିଦିଆଯାଇଛି ।
ଦିଲ୍ଲୀରେ କୃଷକଙ୍କ ଟ୍ରାକ୍ଟର ରାଲିରେ ହିଂସା ଘଟଣା ପରେ ଅନେକ ସ୍ଥାନରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରିଦିଆଯାଇଛି । ସିଂଘୁ ବର୍ଡର, ଟିକରୀ ବର୍ଡର, ଗାଜୀପୁର ବର୍ଡର, ମୁବାରକା ଚୌକ ଏବଂ ନାଂଗଲୋଇାର ଇଣ୍ଟରନେଟ୍ ସେବାକୁ ବନ୍ଦ କରିଦିଆଯାଇଛି । ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ନିର୍ଦେଶ ଦିଆଯାଇଛି । ଗୃହ ମନ୍ତ୍ରାଳୟ ଅନୁଯାୟୀ ଆଜି ରାତି ୧୨ଟା ଯାଏଁ ଏହି ସବୁ ସ୍ଥାନମାନଙ୍କରେ ଇଣ୍ଟରନେଟ୍ ସେବା ବନ୍ଦ ରହିବ ।
କଡା ସୁରକ୍ଷା ବଳୟରେ ଥିବା ଲାଲକିଲ୍ଲାକୁ ମଧ୍ୟ ଛାଡି ନାହାନ୍ତି ଚାଷୀ । ଉତ୍ତ୍ୟକ୍ତ ଚାଷୀମାନେ ଲାଲକିଲ୍ଲା ମଧ୍ୟକୁ ଧସେଇ ପଶିଛନ୍ତି । ପ୍ରଦର୍ଶନକାରୀ ଚାଷୀମାନେ ଲାଲକିଲ୍ଲା ଉପରକୁ ମଧ୍ୟ ଚଢିଯାଇଛନ୍ତି । ଚାଷୀମାନେ ବିଭିନ୍ନ ସଂଗଠନର ପତାକା ଧରି ଲାଲକିଲ୍ଲା ଉପରକୁ ଚଢିଯିବା ସହିତ ବିଭିନ୍ନ ନାରା ଦେଇଥିଲେ । ଏବେ ମଧ୍ୟ ଅନେକ ସ୍ଥାନରେ ହିଂସା ଜାରି ରହିଛି । ଲାଲ କିଲ୍ଲା ପରିସରରୁ ଚାଷୀମାନଙ୍କୁ ବାହାରକୁ ବାହାର କରାଯାଉଛି ।
ଚାଷୀମାନଙ୍କୁ ଅଟକାଇବା ପାଇଁ ନୟାନ୍ତ ହୋଉଗଲାଣି ପୋଲିସ । ଗଣତନ୍ତ୍ର ଦିବସରେ କୃଷି ଆଇନ ବିରୁଦ୍ଧରେ ଆନ୍ଦୋଳନ ଜାରି ରଖିଥିବା ଚାଷୀମାନେ ଦିଲ୍ଲୀ ରାଜପଥରେ ହଙ୍ଗାମା କରିଛନ୍ତି । ଚାଷୀଙ୍କୁ ରୋକିବା ପାଇଁ ପୋଲିସ ନୟାନ୍ତ ହୋଇସାରିଲାଣି ।