CAAବିରୋଧ: ଗାଜିୟାବାଦ୍‌ରେ ୨୪ ଘଣ୍ଟା ଲାଗି ବନ୍ଦ ହେଲା ଇଣ୍ଟରନେଟ୍, ୟୁପିର ଏହି ସବୁ ସ୍ଥାନରେ ବି ମିଳିବନି ସେବା

Published By : Prameya-News7 Bureau | December 26, 2019 IST

ଗାଜିୟାବାଦ ୨୬।୧୨:  ନାଗରିକ (ସଂଶୋଧିତ) ଆଇନ (ସିଏଏ)କୁ ବିରୋଧ ଦୃଷ୍ଟିରୁ ଗୁରୁବାର ଗାଜିଆବାଦରେ ଇଣ୍ଟରନେଟ୍ ସେବା ଠପ୍ କରାଯାଇଛି। ରାତି ୧୦ଟାରୁ ଶୁକ୍ରବାର ରାତି ୧୦ଟା ପର୍ଯ୍ୟନ୍ତ ଏଠାରେ ଇଣ୍ଟରନେଟ୍ ଉପଲବ୍ଧ ହେବ ନାହିଁ। ଶୁକ୍ରବାର ନମାଜ ପରେ ହିଂସା ଉପୁଜିବା ଆଶଙ୍କାରେ ସ୍ଥାନୀୟ ପ୍ରଶାସନ ଏହି ପଦକ୍ଷେପ ନେଇଛନ୍ତି।

{"id":203106,"width":580,"height":435,"sizeSlug":"large"}

କେବଳ ଗାଜିଆବାଜ ନୁହେଁ ଉତ୍ତରପ୍ରଦେଶର ସମ୍ବେଦନଶୀଳ ଅଞ୍ଚଳମାନଙ୍କରେ ଇଣ୍ଟରନେଟ୍ ସେବା ଠପ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଥିବା ବେଳେ ଏଥିରେ ମିରଟ, କାନପୁର, ଆଲିଗଡ, ଶାହରନପୁର, ବୁଲନ୍ଦସର, ବିଜୌନର, ମୁଜଫର ନଗର, ଶ୍ୟାମଲୀ, ସମ୍ଭଲ, ଫିରୋଜାବାଦ, ମଥୁରା, ଆଗରା, କାନପୁର ଓ ସୀତାପୁରରେ ମଧ୍ୟ ଆଗାମୀ ୨୪ ଘଣ୍ଟା ଇଣ୍ଟରନେଟ୍ ସେବା ମିଳିବ ନାହିଁ।

{"id":203109,"sizeSlug":"large"}

ଗତ ଶୁକ୍ରବାର ଜୁମା ନମାଜ ପରେ ଏହି ସବୁ ସ୍ଥାନରେ ହିଂସାର ସୂତ୍ରପାତ ହେବା ସହ ବ୍ୟାପକ ପୋଡା,ଜଳା ଓ ଭଙ୍ଗାରୁଜା ହୋଇଥିଲା। ବିକ୍ଷୋଭକାରୀ ସଂଶୋଧିତ ନାଗରିକ ଆଇନ ବିରୋଧରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ କରିବା ସହ ସୁରକ୍ଷା କର୍ମୀଙ୍କ ଉପରକୁ ଟେକାପଥର ମାଡ କରିଥିଲେ। ଏଥିରେ ବିକ୍ଷୋଭକାରୀ ଅନେକ ଯାନବାହନ ଜଳାଇଦେଇଥିବା ବେଳେ ବିପୁଳ ସରକାରୀ ସମ୍ପତ୍ତି ହାନୀ ହୋଇଥିଲା।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.