Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ସିଙ୍ଘୁ ବର୍ଡରରେ ଉତ୍ତେଜନା: ହରିୟାଣାର ୧୪ ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ, କେବଳ ଚାଲିବ ଭଏସ କଲ

29/01/2021 at 6:13 PM

ଚଣ୍ଡିଗଡ ୨୯।୦୧: ଦିଲ୍ଲୀରେ ସାଧାରଣତନ୍ତ୍ର ଦିବସରେ ଟ୍ରାକ୍ଟର ଶୋଭାଯାତ୍ରା ସମୟରେ ହିଂସା ପରେ ହରିୟାଣା ଓ ଉତ୍ତର ପ୍ରଦେଶ ବର୍ଡରରେ ଉତ୍ତେଜନା ବଢିବାରେ ଲାଗିଛି। ଶୁକ୍ରବାର ସିଙ୍ଘୁ ବର୍ଡରରେ ଲଙ୍କାକାଣ୍ଡ ପରେ ହରିୟାଣା ସରକାର ପଦକ୍ଷେପ ନେଇ ରାଜ୍ୟର ୧୪ଟି ଜିଲ୍ଲାରେ ଶନିବାର ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ  ଇଣ୍ଟରନେଟ୍ ସେବା ବନ୍ଦ କରିଛନ୍ତି। କେବଳ କଲିଂ ସୁବିଧା ଜାରି ରଖାଯାଇଛି। ହରିୟାଣା ସରକାରଙ୍କ ଆଦେଶ ପରେ ଅମ୍ବାଲା, ଯମୁନା ନଗର, କୁରୁକ୍ଷେତ୍ର, କରନାଲ, କୈଥଲ, ପାନିପତ, ହିସାର, ଜିନ୍ଦ, ରୋହତକ, ଭିଓ୍ଵାନି, ଚରଖି ଦାଦରି, ଫତେହାବାଦ, ରେଓ୍ଵାଡି ଓ ସିରସାରେ ତତ୍କାଳ ପ୍ରଭାବରୁ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି। ଗୁଜବ ପ୍ରଚାରକୁ ରୋକିବା ପାଇଁ ରାଜ୍ୟ ସକରାରଙ୍କ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।

ସୂଚନାଯୋଗ୍ୟ, ସିଙ୍ଘୁ ବର୍ଡରରେ ରହୁଥିବା ଲୋକ ଗତ ଦୁଇ ଦିନ ଏଠାରେ ଧାରଣାରେ ବସିଥିବା କୃଷକଙ୍କ ବିରୋଧରେ ପ୍ରଦର୍ଶନ କରୁଛନ୍ତି। ସ୍ଥାନୀୟ ଲୋକେ ଦାବି କରିଛନ୍ତି ଯେ, କୃଷକଙ୍କୁ ତତ୍କାଳ ଧାରଣାରୁ  ହଟାଯାଉ। ପୋଲିସ କୃଷକଙ୍କୁ ହଟାଇବାକୁ ଉଦ୍ୟମ କଲାବେଳେ ସ୍ଥିତି ବିଗିଡିବାରେ ଲାଗିଲା। କୃଷକ ପୋଲିସ ଉପରେ ଆକ୍ରମଣ କରିଥିଲେ। ଲାଠି, ବାଡି ସହିତ ପଥରମାଡ ହୋଇଥିଲା। ମାମଲା ବିଗୁଡୁଥିବା ଦେଖି ପୋଲିସକୁ ଲାଠିଚାର୍ଜ କରିବାକୁ ପଡିଛି। ପୋଲିସ ଭିଡକୁ ଘଉଡାଇବା ପାଇଁ ଲୁହାବୁହା ଗ୍ୟାସ୍ ପ୍ରୟୋଗ କରିଥିଲା।

ସୂଚନାଯୋଗ୍ୟ, ତିନି ଦିନ ପୂର୍ବେ ଦିଲ୍ଲୀ ଗାଜିପୁର ବର୍ଡରରେ ମଧ୍ୟ ଉତ୍ତେଜାନକୁ ଦୃଷ୍ଟିରେ ରଖି ଦିଲ୍ଲୀ ସଂଲଗ୍ନ ସୀମାଞ୍ଚଳରେ ଇଣ୍ଟରନେଟ୍ ସେବା ଉପରେ କଟକଣା ଲଗା ଯାଇଥିଲା। ଗାଜିପୁର ବର୍ଡରରେ ଏବେ ମଧ୍ୟ ରାକେଶ ଟିକାୟତଙ୍କ ନେତୃତ୍ଵରେ ଶତାଧିକ କୃଷକ ଆନ୍ଦୋଳନରେ ବସିଛନ୍ତି। ରାକେଶ ଟିକାୟତଙ୍କ ସମର୍ଥନରେ ତାଙ୍କ ପୈତୃକ ଜିଲ୍ଲା ମୁଜଫରନଗରରେ କୃଷକଙ୍କ ମହାପଞ୍ଚାୟତ ଚାଲିଛି। ଏଥିରେ ଆଖପାଖ ରାଜ୍ୟଗୁଡିକୁ ମଧ୍ୟ ହଜାର ସଂଖ୍ୟାରେ କୃଷକ ଏକଜୁଟ ହୋଇଛନ୍ତି।

   Related Posts