Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୧୭୪୦ ଆକ୍ରାନ୍ତ
  • ||
  • ଏସ୍‌ସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା : ଆଉ ୨ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ
  • ||
  • ନୂଆପଡା : ଭାରସାମ୍ୟ ହରାଇ ଓଲଟିଲା କାର୍, ୩ ଗୁରୁତର
  • ||
  • ଭୁବନେଶ୍ବର : ଭୁବନେଶ୍ବରର ୩ଟି ଶିକ୍ଷାନୁଷ୍ଠାନ ସିଲ୍, ଖୁଲମଖୁଲା କୋଭିଡ୍ ନିୟମର କରିଥିଲେ ଉଲଂଘନ
  • ||
  • ବ୍ରହ୍ମପୁର : ସୁରଟରୁ ଫେରୁଥିଲେ ପ୍ରବାସୀ, ଟ୍ରେନ୍‌ରେ ଚାଲିଗଲା ଜୀବନ
  • ||
  • ଅନୁଗୋଳ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଗୋଟିଏ ପରିବାରର ଜଣେ ମୃତ, ୨ ଆହତ
  • ||
  • ଭୁବନେଶ୍ବର : ‘ହାଇଦର ପାଇଁ ନଥିଲା ପୋଲିସ ସୁରକ୍ଷା ବ୍ୟବସ୍ଥା, କିନ୍ତୁ ପାଖରେ ଥିଲେ ଯୁବତୀ’ – ଲେଖାଶ୍ରୀ
  • ||
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||

କାଶ୍ମୀରର ୮୦ ପ୍ରତିଶତ ହସ୍ପିଟାଲକୁ ମିଳିଲା internet ସଂଯୋଗ, ରୋଗୀ ଓ ସ୍ୱାସ୍ଥ୍ୟକର୍ମୀ ଆଶ୍ୱସ୍ତ

2/01/2020 at 4:22 PM

ଶ୍ରୀନଗର ୨।୧:  ବର୍ଷ ଆରମ୍ଭରେ ସାମାନ୍ୟ ଉପଦ୍ରବକୁ ବାଦ ଦେଲେ ଜମ୍ମୁ-କାଶ୍ମୀର ସମ୍ପୂର୍ଣ୍ଣ ଶାନ୍ତ ରହିଛି। ଏଣୁ ଉପତ୍ୟାକାର ୮୦ ପ୍ରତିଶତ ହସ୍ପିଟାଲ ଓ ନର୍ସିଂ ହୋମକୁ ପୁଣି ଇଣ୍ଟରନେଟ୍ ସେବା ଯୋଗାଇଦିଆଯାଇଛି। ହସ୍ପିଟାଲକୁ ଇଣ୍ଟରନେଟ୍ ସେବା ପ୍ରଦାନ ଲୋକଙ୍କୁ ବେଶ୍ ଆଶ୍ୱସ୍ତ କରିଛି।

ଜମ୍ମୁ-କାଶ୍ମୀର ପ୍ରଶାସନର ଜନୈକ ଅଧିକାରୀଙ୍କ ଅନୁସାରେ ସମଗ୍ର ରାଜ୍ୟରେ ସ୍ୱାସ୍ଥ୍ୟ ବିଭାଗର ସମସ୍ତ ହସ୍ପିଟାଲ ଓ ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କୁ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍ ସେବା ଦେଇଦିଆଯାଇଛି। ଫଳରେ ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ ଓ ରୋଗୀ ଉପକୃତ ହେବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

ଶ୍ରୀନଗରସ୍ଥିତ ଛାତି ସମ୍ପର୍କିତ ହସ୍ପିଟାଲର ଅଧିକ୍ଷକ ଡା. ସଲିମ ଟାକ୍ ହସ୍ପିଟାଲକୁ ଇଣ୍ଟରନେଟ୍ ସେବା ମିଳିଥିବା କହିଛନ୍ତି। ହସ୍ପିଟାଲ ସମେତ ରୋଗୀଙ୍କୁ ମଧ୍ୟ ଏହା ଆଶ୍ୱସ୍ତି କରିଥିବା ସେ କହିଛନ୍ତି। ଉପତ୍ୟାକାରେ ୩୧ ଡିସେମ୍ବର ମଧ୍ୟରାତ୍ରରୁ ଇଣ୍ଟରନେଟ୍ ସେବା ପୁଣି ଚାଲୁ ହୋଇଯାଇଥିବା ଜଣାପଡିଛି। ତେବେ ଏହା ଅନେକ ପୂର୍ବରୁ ମଧ୍ୟ ହୋଇପାରିଥାନ୍ତା। ହେଲେ କିଛି ବୈଷୟିକ ତ୍ରୁଟି ଯୋଗୁ ଏଥିରେ ବିଳମ୍ବ ହୋଇଥିଲା ବୋଲି ଅଧିକାରୀ କହିଛନ୍ତି।   ବାକି ହସ୍ପିଟାଲ ଓ ସ୍ୱାସ୍ଥ୍ୟକେନ୍ଦ୍ରକୁ ଖୁବ୍ ଶୀଘ୍ର ଇଣ୍ଟରନେଟ୍ ସେବା ମିଳିଯିବ ବୋଲି ସେ କହିଛନ୍ତି।

   Related Posts