ଇଣ୍ଟରନେଟ୍‌ରେ ଲେଡି ସିଂହମ୍, ଟାର୍ଗେଟ୍ ଆଇପିଏସ୍...

Published By : Prameya-News7 Bureau | July 16, 2020 IST

ଅହମଦାବାଦ ୧୬/୦୭ : ଗୁଜରାଟ ମହିଳା ପୋଲିସ କନେଷ୍ଟବଳ ବର୍ତ୍ତମାନ ଶୋଷିଲା ମିଡ଼ିଆ ସେନସେସନ ପାଲଟିଛନ୍ତି | ମନ୍ତ୍ରୀ ପୁଅଙ୍କୁ ତାଗିଦ କରିବା ପରେ ତାଙ୍କୁ ନେଇ ଚର୍ଚ୍ଚା jor ଧରିଥିଲା | ଜୁଲାଇ ୮ ତାରିଖ ତାରିଖ ତାରିଖରେ ମନ୍ତ୍ରୀଙ୍କ ପୁଅ କର୍ଫ୍ୟୁ ନିୟମ ଉଲଙ୍ଘନ କରିଥିବା ନେଇ ସୁନିତା ମନ୍ତ୍ରୀଙ୍କୁ ଓ ତାଙ୍କ ପୁଅକୁ କଡା ଜବାବ ଦେଇଥିଲେ | ଘଟଣା ପରେ ସୁନିତା ଇସ୍ତଫା ଦେଇଥିଲେ | ବର୍ତ୍ତମାନ ଲୋକେ ସୁନିତାଙ୍କୁ ଲେଡି ସିଂହମ ନାଁ ଦେଇଛନ୍ତି | ବଲିଉଡ ଫିଲ୍ମ ସିଂହମରେ ହିରୋ ଯେଉଁଭଳି ଠିକ ରାସ୍ତାରେ ଥାଇ ନାନା ଅସୁବିଧାରେ ସମ୍ମୁଖୀନ ହୋଇଥିଲେ କିନ୍ତୁ ପଛଘୁଞ୍ଚା ଦେଇନଥିଲେ କି କାହାକୁ ଭୟ କରୁନଥିଲେ ସୁନିତା ମଧ୍ୟ ଠିକ ସେହିଭଳି | ସେଥିପାଇଁ ଲୋକେ ତାଙ୍କୁ ଲେଡି ସିଂହମ କହୁଛନ୍ତି |

{"id":301273,"sizeSlug":"large"}

ଏକ ସାକ୍ଷାତକାରରେ ସୁନିତା କହିଛନ୍ତି ଯେ, 'ମୁଁ ଲେଡି ସିଂହମ ନୁହେଁ, ମୁଁ ଜଣେ ସିଧାସାଧା ଏଲ ଆର ଅଫିସର | ମୁଁ କେବଳ ମୋ ଡ୍ୟୁଟି କରିଛି | ଲୋକେ ମୋତେ ଲେଡି ସିଂହମ କହୁଛନ୍ତି କାରଣ ସମସ୍ତ ପୋଲିସ ନିଜ ଡ୍ୟୁଟି କରୁନାହାନ୍ତି | କିନ୍ତୁ ଲୋକେ ଏହିଭଳି କହିବା ସତରେ ଭଲ ଲାଗୁଛି |'    

ସେ କହିଛନ୍ତି ଯେ ସେ ଆଗରୁ ଭାବୁଥିଲେ ପାୱାର ଖକୀ ୟୁନିଫର୍ମରେ ଥାଏ | କିନ୍ତୁ ଏହି ଘଟଣା ତାଙ୍କୁ ଶିଖାଇଛି ଯେ ପାୱାର ୟୁନିଫର୍ମରେ ନୁହେଁ ରେଙ୍କରେ ଥାଏ | ସେଥିପାଇଁ ସେ ଆଗକୁ ଆଇପିଏସ ଅଧିକାରୀ ହେବାକୁ ଇଛା ରଖିଛନ୍ତି | ସେ ଏକ ରେଙ୍କ ନେଇ ଫେରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି |

{"id":301275,"width":574,"height":353,"sizeSlug":"large"}

ନିଜ ପକ୍ଷ ରଖି ସୁନିତା କହିଛନ୍ତି ଯେ କର୍ଫ୍ୟୁ ସମୟରେ ଜରୁରୀ କାର୍ଯ୍ୟ ପାଇଁ ଅନୁମତି ଦିଆଯାଇଛି କିନ୍ତୁ ମନ୍ତ୍ରୀଙ୍କ ପୁଅର ସାଙ୍ଗମାନେ ନିୟମ ଉଲଙ୍ଘନ କରି ମାସ୍କ ନ ପିନ୍ଧି ରାତି ୧୦ଟା ପରେ ବୁଲୁଥିଲେ | ସେମାନେ ତାଙ୍କୁ କ୍ଷମା ମାଗିଥିଲେ କିନ୍ତୁ ତାଙ୍କୁ କ୍ଷମା ନ ଦେଇ ତାଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଠିକ ହେବ ବୋଲି ସୁନିତା ଚିନ୍ତା କରିଥିଲେ | ଯେହେତୁ ତାଙ୍କ ପାଖରେ ଚାଲାଣ ସ୍ଲିପ ନଥିଲା ସେଥିପାଇଁ ସେ ଭାବିଥିଲେ ସେ ସେମାନଙ୍କୁ ଉଠବସ କରାଇକି ଛାଡ଼ିଦେବେ | କିନ୍ତୁ ସେତେବେଳେ ଗୁଜରାଟ ସ୍ୱାସ୍ଥ୍ୟ ମନ୍ତ୍ରୀ କୁମାର କନାନୀଙ୍କ ପୁଅ ପ୍ରକାଶ କନାନୀ ସେଠାରେ ପହଞ୍ଚି ସୁନିତାଙ୍କୁ ଆକ୍ଷେପ କରିଥିଲେ | ଘଟଣାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା | ଭିଡିଓରେ ସୁନିତା ସଫାସଫା କହିଥିଲେ ଯେ 'ମୁଁ ତୁମ ବାପାର ଗୋଲାମ ନୁହେଁ' | ଭିଡିଓ ଭାଇରାଲ ହେବାପରେ ମାମଲାରେ ପ୍ରକାଶ କନାନୀଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଥିଲା |

{"id":301281,"width":578,"height":316,"sizeSlug":"large"}

ପରେ ସୁନିତା ସୋସିଆଲ ମିଡ଼ିଆରେ ଏକ ଭିଡିଓ ପୋଷ୍ଟ କରିଥିଲେ ଏବଂ କହିଥିଲେ ଯେ ତାଙ୍କୁ ଧମକ ଦିଆଯାଇଥିଲା ଏବଂ ଗାଳିଗୁଲଜ ମଧ୍ୟ କରାଯାଇଥିଲା | ତାଙ୍କୁ ପୋଲିସ ସୁରକ୍ଷା ଦିଆଯାଇଥିଲା ଏବଂ ଅନ୍ୟ ଥାନାକୁ ଟ୍ରାନ୍ସଫର କରିଦିଆଯାଇଥିଲା | ପରେ ସୁନିତା ନିଜ ଇସ୍ତଫା ଦେଇଥିଲେ | ତେବେ ସୁନିତାଙ୍କ ଇସ୍ତଫା ପୋଲିସ ବିଭାଗ ଗ୍ରହଣ କରିଛି ନା ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ | ସୁନିତା କହିଛନ୍ତି, 'ମନ୍ତ୍ରୀଙ୍କ ପୁଅ ସେଦିନ ରାତିରେ ତାଙ୍କ ସହିତ ଯେଉଁଭଳି ବ୍ୟବହାର କରିଥିଲା ସେଥିପାଇଁ କିଛି ମାତ୍ରାରେ ସିଷ୍ଟମ ଦାୟୀ ଏବଂ ସାଧାରଣ ଜନତା ମଧ୍ୟ | କାରଣ ଆମେ ଏମାନଙ୍କୁ VVIP ଭଳି ଟ୍ରିଟ କରିଥାଉ |'

{"id":301277,"sizeSlug":"large"}

ନିଜ ଲକ୍ଷ୍ୟ ସମ୍ପର୍କରେ ସୁନିତା କହିଛନ୍ତି ଯେ ଭବିଷ୍ୟତରେ ଜଣେ ଆଇପିଏସ ଅଧିକାରୀ ହେବା ତାଙ୍କ ଲକ୍ଷ୍ୟ | କିନ୍ତୁ ଏବେ ସେ ବହୁତ ପ୍ରେସରରେ ଅଛନ୍ତି ଏବଂ ଏବେ ସେ କିଛି ଚିନ୍ତା ମଧ୍ୟ କରିପାରୁନାହାନ୍ତି ବୋଲି କହିଛନ୍ତି | ସେ ଆର୍ମି ଅଫିସର ହେବାକୁ ଚାହୁଁଥିଲେ କିନ୍ତୁ କିଛି କାରଣବଶତଃ ସେ ହୋଇପାରିଲେ ନାହିଁ | କିନ୍ତୁ ବହୁତ ଜଲଦି ସେ ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିବେ ବୋଲି କହିଛନ୍ତି | ସିଭିଲ ସର୍ଭିସ ପରୀକ୍ଷାରେ ପାସ ନହେଲେ ସେ ଆଗକୁ LLB କିମ୍ବା ସାମ୍ବାଦିକତା କରିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.