ସୋଆରେ ଚାଲିଛି ଅନ୍ତଃରାଷ୍ଟ୍ରୀୟ ଯୁବ ଛାତ୍ର ସମ୍ମିଳନୀ

Published By : Prameya-News7 Bureau | January 12, 2019 IST

ଭୁବନେଶ୍ବର ୧୨|୧: ସୋଆ ଡିମଡ ଟୁ ବି ୟୁନିଭରସିଟିରେ ଚାଲିଛି ଅନ୍ତଃରାଷ୍ଟ୍ରୀୟ ଯୁବ ଛାତ୍ର ସମ୍ମିଳନୀ । ସମ୍ମିଳନୀର ଆଜି ଶେଷ ଦିନ । ବିଶ୍ବ ଛାତ୍ର ଓ ଯୁବ ସଙ୍ଗଠନ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିଛି । ଏଥିରେ ୫୩ଟି ଦେଶର ଛାତ୍ର ତଥା ଯୁବ ପ୍ରତିନିଧି ଭାଗ ନେଇଛନ୍ତି । ଆଜି ଜାତୀୟ ଯୁବ ଦିବସ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ରଖା ଯାଇଛି ।

ଗତକାଲି ଉଦଘାଟିତ ହୋଇଛି ଅନ୍ତଃରାଷ୍ଟ୍ରୀୟ ଯୁବ ଛାତ୍ର ସମ୍ମିଳନୀ । ବିଶ୍ବ ଛାତ୍ର ଓ ଯୁବ ସଙ୍ଗଠନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉଦଘାଟନ କରିଥିଲେ । ଏଥିରେ ୫୩ଟି ଦେଶର ଛାତ୍ର ତଥା ଯୁବ ପ୍ରତିନିଧି ଭାଗ ନେଇଛନ୍ତି । ଚଳିତ ବର୍ଷ ‘ଏକ ବିଂଶ ଶତାବ୍ଦିର ମହିଳା ପ୍ରସଙ୍ଗ : ବିଶ୍ବ ଗଠନରେ ଭୂମିକା ’ ବିଷୟ ବସ୍ତୁ ଉପରେ ଆଲୋଚନକ୍ର ଅନୁଷ୍ଠିତ ହେବ ।

ନାରୀ ଅବଳା ନୁହେଁ କି ଦୁର୍ବଳା ବି ନୁହେଁ । ନାରୀ କେତେବେଳେ ମା ପୁଣି କେତେବେଳେ ଭଗିନୀ, ଅର୍ଦ୍ଧାଙ୍ଗୀନୀ ତ କେତେବେଳେ କୁନି ଝିଅର ରୂପ ନେଇଥାଏ । ପ୍ରତିଟି କାର୍ଯ୍ୟରେ ନାରୀର ସିଂହଭାଗ ଅବଦାନ ରହିଥାଏ । ତେବେ ବର୍ତ୍ତମାନ ସମୟରେ ବିଶ୍ବର କୋଣ ଅନୁକୋଣରେ ନାରୀ ଅବହେଳିତ ଓ ନିର୍ଯ୍ୟାତିତ । ଯାହା ବର୍ତ୍ତମାନ ଚିନ୍ତାର ବିଷୟ । ସୋଆ ଡିମଡ ଟୁ ବି ୟୁନିଭରସିଟିରେ ଅୟୋଜିତ ଅନ୍ତଃରାଷ୍ଟ୍ରୀୟ ଯୁବ ଛାତ୍ର ସମ୍ମିଳନୀକୁ ଉଦଘାଟନ କରି ଏହା କହିଥିଲେ ରାଜ୍ୟପାଳ ।

ଯୁବ ଛାତ୍ର ସମ୍ମିଳନୀ ପ୍ରଥମଥର ପାଇଁ ରାଜଧାନୀ ଭୁବନେଶ୍ବର ଅନୁଷ୍ଠିତ ହେଉଛି । କାର୍ଯ୍ୟକ୍ରମରେ ୫୩ଟି ଦେଶର ଛାତ୍ର ତଥା ଯୁବ ପ୍ରତିନିଧି ଭାଗ ନେଇ ଭିନ୍ନତା ମଧ୍ୟରେ ଏକତାର ବର୍ତ୍ତା ଦେଇଛନ୍ତି । ଦେଶ ତଥା ଦେଶ ବାହାରୁ ୮ ଶହରରୁ ଅଧିକ ଡେଲିଗେଟସ ମଧ୍ୟ ସମ୍ମଳନୀରେ ଭାଗ ନେଇଛନ୍ତି । ଏଭଳି ଏକ ନିଆରା କାର୍ଯ୍ୟକ୍ରମରେ ଭାଗ ନେଇ ବେଶ ଖୁସି ଜାହିର କରିଛନ୍ତି ଯୁବ ପ୍ରତିନିଧ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.