ଭୁବନେଶ୍ବରରେ ଆୟୋଜିତ ହେବ ଆନ୍ତଃରାଷ୍ଟ୍ରୀୟ ଯୁବ ଛାତ୍ର ସମ୍ମିଳନୀ ; ସୋଆରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ
11/01/2019 at 9:10 AM

ଭୁବନେଶ୍ବର ୧୧|୧: ଭୁବନେଶ୍ବରରେ ଆୟୋଜିତ ହେବ ଆନ୍ତଃରାଷ୍ଟ୍ରୀୟ ଯୁବ ଛାତ୍ର ସମ୍ମିଳନୀ । ଆଜି ଏବଂ ଆସନ୍ତାକାଲି ଏନେଇ ସୋଆ ଡିମ୍ଡ ୟୁନିଭରସିଟିରେ ଏହାକୁ ନେଇ ସ୍ବତନ୍ତ୍ର କାର୍ଯ୍ୟକ୍ରମ ହେବ । ବିଶ୍ବ ଛାତ୍ର ଓ ଯୁବ ସଂଗଠନର ଜାତୀୟ ଶଖା ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍ ଏହି କାର୍ଯ୍ୟକ୍ରମ ଉଦଘାଟନ କରିବେ । କାର୍ଯ୍ୟକ୍ରମରେ ୧୭ ଦେଶର ଯୁବ ତଥା ଛାତ୍ର ପ୍ରତିନିଧି ଭାଗ ନେବେ । ସେହିପରି ଦେଶର ସମସ୍ତ ରାଜ୍ୟରୁ ମଧ୍ୟ ସଙ୍ଗଠନର ପ୍ରତିନିଧିମାନେ ଭାଗ ନେବେ । ଚଳିତ ବର୍ଷର ବିଷୟ ବସ୍ତୁ ରହିଛି ‘ଏକ ବିଂଶ ଶତାବ୍ଦୀର ମହିଳା ପ୍ରସଙ୍ଗ ବିଶ୍ବ ଗଠନରେ ଭୂମିକା ’ । ଏହି ଅବସରରେ ମହିଳାମାନଙ୍କ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ ।