ଭୁବନେଶ୍ବର ଜନତା ମଇଦାନରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ
21/06/2019 at 1:33 PM

ଭୁବନେଶ୍ବର ୨୧|୬: ଆଜି ବିଶ୍ବ ଯୋଗ ଦିବସ । ଭୁବନେଶ୍ବର ଜନତା ମଇଦାନରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ହୋଇଛି । ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଯୋଗ ଦେଇଛନ୍ତି । ଏହି ଅବସରରେ ରାଜ୍ୟପାଳ କହିଛନ୍ତି, “ ସୁସ୍ଥ ରହିବାକୁ ଯୋଗ ନିହାତି ଆବଶ୍ୟକ”, “ଯୋଗ ଲୋକଙ୍କ ମଧ୍ୟରେ ଶାନ୍ତି ମୈତ୍ରି ଭାବନା ଆଣିଥାଏ”, ଇଶ୍ବରଙ୍କ ସହ ଯୋଡି ହେବାର ଏହା ପ୍ରକୃତ ମାଧ୍ୟମ”। ଏହି ଯୋଗ ଶିବିରରେ ବିଭିନ୍ନ ବର୍ଗର ଲୋକେ, ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ସାମିଲ ହୋଇ ଯୋଗ କରିଥିଲେ । ସେହିପରି ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଯୋଗ ଦିବସ ପାଳିତ ହୋଇଯାଇଛି । ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଯୋଗ ଦିବସ ପାଳନ କରାଯାଇଛି । ସବୁ ବୟସର ଲୋକ ଏସବୁ ଯୋଗ ଶିବିରରେ ସାମିଲ ହୋଇଛନ୍ତି । ଯୋଗର ମହତ୍ବକୁ ଅଙ୍ଗେ ନିଭାଇଛନ୍ତି ।
Related Posts
ବିଶ୍ବକେଶନ ହରିଚନ୍ଦନ ମହାପାତ୍ର ହେଲେ ପିପିଲି କଂଗ୍ରେସ ପ୍ରାର୍ଥୀ
23 April 2021