ସକାଳୁ ସକାଳୁ ଯୋଗମୁଦ୍ରାରେ ଥିଲା ପୂରା ଟ୍ବିନ ସିଟି : ନେତା, ଅଭିନେତା, ଯବାନଙ୍କ ସହ ସାଧାରଣ ଜନତା ସମସ୍ତେ ପାଳିଛନ୍ତି ଅନ୍ତର୍ଜାତୀୟ ଯୋଗ ଦିବସ

Published By : Prameya-News7 Bureau | June 21, 2019 IST

  ଭୁବନେଶ୍ବର ୨୧/୬: ଯୋଗ  ଏକ ପ୍ରାଚୀନ, ମାନସିକ ଓ ଆଧ୍ୟାତ୍ମିକ ଅଭ୍ୟାସ । ଯାହାର ନାଭିକେନ୍ଦ୍ର ଭାରତ । ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗମୁଦ୍ରାରେ ଥିଲା ପୂରା ଟ୍ବିନ ସିଟି ।

{"id":125545,"width":595,"height":446}

ସୂର୍ଯ୍ୟ ନମସ୍କାରରୁ ଓଲମବିଲମ । ଶୀର୍ଷାସନଠାରୁ ଶବାସନ । ସକାଳୁ ସକାଳୁ ଯୋଗମୁଦ୍ରାରେ ଥିଲା ପୂରା ଭୁବନେଶ୍ବର । ନେତା, ଅଭିନେତା, ଯବାନଙ୍କ ସହ ସାଧାରଣ ଜନତା ସମସ୍ତେ ପାଳିଛନ୍ତି ଅନ୍ତର୍ଜାତୀୟ ଯୋଗ ଦିବସ । ତେବେ ଯୋଗ କେବଳ ସୁସ୍ଥ ରହିବା ପାଇଁ ନୁହେଁ । ସମ୍ପର୍କ ସ୍ଥାପନ କରିବାର ଏକ ମାଧ୍ୟମ । ଜନତା ମଇଦାନରେ ଆୟୋଜିତ ଯୋଗ ଶିବିରରେ ଯୋଗ ଦେଇ ଏଭଳି କିଛି ବାର୍ତ୍ତା ଦେଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ପାଖାପାଖି ୬ ହଜାରରୁ ଅଧିକ ଲୋକଙ୍କ ସହ ଯୋଗ କରିଥିଲେ ରାଜ୍ୟପାଳ । … ନୟାପଲ୍ଲୀ କସ୍ତୁରବା ଶିକ୍ଷାଶ୍ରମରେ ଯୋଗ ମୁଦ୍ରାରେ ଥିଲେ ପୁରୀ ଗଜପତି ଦିବ୍ୟସିଂହ ଦେବ । ଏହାଛଡା ଭୁବନେଶ୍ବରର ବିଭିନ୍ନ ସରକାରୀ ତଥା ବେସରକାରୀ ଅନୁଷ୍ଠାନ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି । ସିଆରପିଏଫ କ୍ୟାମ୍ପସରେ ସିଆରପିଏଫ୍ ଓ ବିଏସ୍ଏଫ୍ ଯବାନ ମାନେ ସକାଳୁ ସକାଳୁ ଯୋଗ କରିଥିଲେ । ଜାଗମରା ଧର୍ମବିହାର କମ୍ୟୁନିଟି ୱେଲଫେୟାରା ଆସୋସିଏସନରେ ପକ୍ଷରୁ ମଧ୍ୟ ଯୋଗ ଦିବସ ପାଳିତ ହୋଇଛି। 

{"id":125546,"width":596,"height":447}

କେବଳ ସୁସ୍ଥ ରହିବାଲାଗି ନୁହେଁ ,ବରଂ ଯୋଗକୁ ଆଧାର କରି କ୍ୟାରିଅର ଗଠନ କରିବାର ସମ୍ଭାବନା ସୃଷ୍ଟି ହୋଇଛି । ଅନ୍ତର୍ଜାତୀୟ ଯୋଗ ଦିବସରେ ସେହିଭଳି କିଛି ପ୍ରତିଯୋଗୀ ସାମ୍ନାକୁ ଆସିଛନ୍ତି । ଯେଉଁମାନେ ଯୋଗ  ମାଧ୍ୟମରେ ଜାତୀୟ ସ୍ତରରେ ନାଁ କମେଇ ସାରିଲେଣି, ଆଗକୁ ଇଣ୍ଟରନ୍ୟାସନାଲ ଲେବଲରେ ମଧ୍ୟ ସେମାନେ ନିଜକୁ ସ୍ଥାନିତ କରିପାରିବେ ବୋଲି ଆଶା କରାଯାଉଛି । ବିଶ୍ବ ଯୋଗ ଦିବସ ଅବସରରେ କଟକର ବିଭିନ୍ନ ସ୍ଥାନରେ ବିଭିନ୍ନ ଅନୁଷ୍ଠାନ ତରଫରୁ ଯୋଗ ଶିବିର ଆୟୋଜନ କରାଯାଇଥିଲା । ତେବେ ପତଞ୍ଜଳି ଯୋଗାନୁଷ୍ଠାନର ଯୋଗ ଶିବିରରେ ସବୁ ବର୍ଗର ସଂଖ୍ୟାଧିକ ଲୋକ ସାମିଲ ହୋଇ ଯୋଗ କରିଥିଲେ ।

{"id":125547,"width":595,"height":446}

ସୁସ୍ଥ ଓ ନିରୋଗ ଜୀବନ ବଞ୍ଚିବାର ଏକ ବଳିଷ୍ଠ ମାଧ୍ୟମ ହେଉଛି ଯୋଗ । ପ୍ରଚୀନ କାଳରୁ ଯୋଗ ଓ ପ୍ରାଣାୟମ ମାଧ୍ୟମରେ ବିଶ୍ବକୁ ଯୋଡିଥିବା ଭାରତର ପ୍ରସ୍ତାବକ୍ରମେ ଜୁନ ୨୧ ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସଭାବେ ପାଳନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.