Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ସୋଆରେ ସପ୍ତମ ବିଶ୍ୱ ଯୋଗ ଦିବସ ପାଳିତ, ଯୋଗ ଦେଲେ ବହୁ ବିଶିଷ୍ଟ ବ୍ୟକ୍ତି

21/06/2021 at 9:31 PM

ଭୂବନେଶ୍ଵର, 21/6 : ସୋଆ ଏନଏସଏସ, ୱେଲନେସ ସେଣ୍ଟର ତଥା ବିଶ୍ଵବିଦ୍ୟାଳୟ ପକ୍ଷରୁ ବିଶ୍ୱ ଯୋଗ ଦିବସ ଉପଲକ୍ଷେ ଏକ ୱେବିନାର ଆୟୋଜିତ ହୋଇଯାଇଛି ।
ଗତ ଜୁନ ୭ ତାରିଖରୁ ପନ୍ଦର ଦିନ ଧରି ପ୍ରତ୍ୟହ ସକାଳ ସାତରୁ ଆଠଟା ପର୍ଯ୍ୟନ୍ତ ଏକ ଘଣ୍ଟା ଧରି ଚାଲିଥିବା ଅନଲାଇନ ପାକ୍ଷିକ ଯୋଗ ଶିବିରର ଉଦ୍ ଯାପନୀ ଉତ୍ସବ ମଧ୍ୟ ସୋମବାର ଅନୁଷ୍ଠିତ ହୋଇ ଯାଇଛି ।


ଏହି ଅବସରରେ ମୁଖ୍ୟ ଅତିଥି ପଦ୍ମଶ୍ରୀ ଡ଼.ଏଚ୍.ଆର୍. ନଗେନ୍ଦ୍ର, କୁଳାଧିପତି, ଏସ୍ -ଭ୍ୟାସା ତାଙ୍କ ଭିଡ଼ିଓ ସମ୍ବାଦରେ କିପରି ସମସ୍ତ ରୋଗର ମୁକାବିଲା ପାଇଁ ଭଗବାନ ଆମକୁ ରୋଗ ପ୍ରତିରୋଧକ ଶକ୍ତି ଦେଇଛନ୍ତି ଓ ଏହା ବିଗିଡ଼ି ଗଲେ ଆମ ଶରୀର ସକଳ ରୋଗର ଶିକାର ହୋଇଥାଏ ସେ ସମ୍ପର୍କରେ ଅବଗତ କରାଇଥିଲେ । ଶାରିରୀକ, ମାନସିକ ଓ ଆଧ୍ୟାତ୍ମିକ ସମନ୍ଵୟ ହିଁ ଯୋଗ । ଅନ୍ୟତମ ଅତିଥି ସ୍ଵାମୀ ସୁଧାନନ୍ଦ ମହାରାଜ ଶରୀର ରକ୍ଷାର ତିନୋଟି ପ୍ରମୁଖ ସ୍ତମ୍ଭ ଆହାର, ନିଦ୍ରା, ମୈଥୁନ ବିଷୟରେ କହିଥିଲେ । ଏହି ତିନୋଟିର ଅସଂଯମତାହିଁ ରୋଗର କାରଣ ହୋଇଥାଏ ।


ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର ସମଗ୍ର ଜୀବନ ଓ ଯୋଗର ମହାତ୍ମ୍ୟ ଗୀତା ଓ ମହାଭାରତରୁ ଉଦାହରଣ ଦେଇ ବୁଝାଇଥିଲେ । ଡିନ ଛାତ୍ର ମଙ୍ଗଳ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଅତିଥି ପରିଚୟ ଦେଇଥିଲେ । ଯୋଗ ଶିକ୍ଷକ ଶ୍ରୀ ଅଖିଳ ଚନ୍ଦ୍ର ରଣା ଆବାହନୀ, ଶାନ୍ତିପାଠ ସହିତ ସାଧାରଣ ଯୋଗ ପ୍ରୋଟୋକଲ ବିଷୟରେ କହିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ଏନଏସଏସ ପ୍ରୋଗ୍ରାମ ସଂଯୋଜକ ତଥା ୟୁନିଭର୍ସିଟି ଆଉଟରିଚ ପ୍ରୋଗ୍ରାମର ନିର୍ଦ୍ଦେଶକ ପ୍ର. ନଚିକେତା ଶର୍ମା ଅନଲାଇନ ପାକ୍ଷିକ ଯୋଗ ଶିବିରର ବିବରଣୀ ସହିତ ଲକ୍ ଡ଼ାଉନ ସମୟରେ ବିଶ୍ଵବିଦ୍ୟାଳୟରେ ହୋଇଥିବା ଅନଲାଇନ କାର୍ଯ୍ୟକ୍ରମ ସମୂହର ସମ୍ୟକ ସୂଚନା ଦେଇଥିଲେ । ଗୁଗୁଲ ମିଟ୍ ଓ ୟୁଟିଉବ୍ ରେ ପ୍ରସାରିତ କାର୍ଯ୍ୟକ୍ରମରେ ଡିନ୍, ପ୍ରୋଗ୍ରାମ ଅଫିସର, ଅଧ୍ୟାପକ, ,ଅଧ୍ୟାପିକା, ବିଶ୍ଵବିଦ୍ୟାଳୟ କର୍ମକର୍ତ୍ତା ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ବିଶ୍ଵବିଦ୍ୟାଳୟର ବହୁସଂଖ୍ୟକ ଏନଏସଏସ ଛାତ୍ରଛାତ୍ରୀ ନିଜ ଘରେ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରାଳୟ ପ୍ରଣିତ କମନ୍ ଯୋଗ ପ୍ରୋଟୋକଲ ଭିତ୍ତିରେ ଆସନ ଓ ପ୍ରାଣାୟମ କରି ଯୋଗ ଦିବସ ପାଳନ କରିଥିଲେ ।

   Related Posts