ଅନ୍ତର୍ଜାତୀୟ ମହିଳା ଦିବସ: ବର୍ଣ୍ଣାଢ଼୍ୟ ଉତ୍ସବ ‘ୱିମେନ୍ ଆଚିଭର୍ସ୍ ଅଫ୍ ଓଡ଼ିଶା’ରେ ରାଜ୍ୟର ସଫଳ ମହିଳାଙ୍କୁ ସମ୍ବର୍ଦ୍ଧନା

Published By : Prameya-News7 Bureau | March 07, 2021 IST

ଭୁବନେଶ୍ଵର ୦୭।୦୩: ମହିଳାଙ୍କ ସଶକ୍ତୀକରଣ ପାଇଁ ଏବଂ ସମାଜରେ ସେମାନଙ୍କର ମର୍ଯ୍ୟାଦା ପାଇଁ ପ୍ରତି ବର୍ଷ ମାର୍ଚ୍ଚ ୮ ତାରିଖରେ ପାଳିତ ହୋଇ ଆସୁଛି ଅନ୍ତର୍ଜାତୀୟ ମହିଳା ଦିବସ। ସୋମବାର ସମଗ୍ର ବିଶ୍ଵରେ ଏହି ଦିବସ ପାଳନ କରାଯିବ। ଏହି ପରିପ୍ରେକ୍ଷୀରେ ଦୈନିକ ସମ୍ବାଦପତ୍ର ପ୍ରମେୟ, ନ୍ୟୁଜ୍ ଚ୍ୟାନେଲ ନ୍ୟୁଜ୍-୭ ଓ ଶିକ୍ଷା ଓ ଅନୁସନ୍ଧାନ(ସୋଆ) ପରିଚାଳିତ ପ୍ରିଜରଭେସନ, ପ୍ରୋପାଗେସନ ଆଣ୍ଡ ରେଷ୍ଟୋରେଶନ ଅଫ ଏନସିଏଣ୍ଟ କଲ୍‌ଚର ଆଣ୍ଡ ହେରିଟେଜ୍ ଅଫ ଇଣ୍ଡିଆ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ସ୍ଵତନ୍ତ୍ର ଉତ୍ସବ 'ଓ୍ଵିମେନ ଆଚିଭରସ୍‌ ଅଫ ଓଡିଶା'(ଓ୍ଵାଓ) କାର୍ଯ୍ୟକ୍ରମ ଆୟୋଜିତ  ହୋଇଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୪ ଜଣ ସାହାସୀ ଓ ସଫଳ ଓଡିଆ ମହିଳାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ୬୪ ଜଣଙ୍କ ନାମ ନୋମିନେସନରେ ରହିଥିବା ବେଳେ ୧୪ ଜଣଙ୍କୁ ଚୟନ କରାଯାଇଛି।

{"id":419293,"sizeSlug":"large","linkDestination":"none"}

ଏହି କାର୍ଯ୍ୟକ୍ରମକୁ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, କଟକ-ଭୁବନେଶ୍ଵର ପୋଲିସ କମିଶନର ଡ.ସୁଧାଂଶୁ ଷଡଙ୍ଗୀ, ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ, ପଦ୍ମ ବିଭୂଷଣ ସୁଦର୍ଶନ ସାହୁ ପ୍ରମୁଖ ପ୍ରଦୀପ ପ୍ରଜ୍ଜଳନ କରି ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ପ୍ରସିଦ୍ଧ ନୃତ୍ୟାଙ୍ଗନା ପଦ୍ମଶ୍ରୀ ଅରୁଣା ମହାନ୍ତି, ସାମାଜିକ କର୍ମୀ ଡ. ଶ୍ରୁତି ମହାପାତ୍ର, ଲେଖିକା ଗାୟତ୍ରୀବାଳା ପଣ୍ଡା, କ୍ରୀଡାବିତ୍ ଭାଲେନା ଭାଲେଣ୍ଟିନା ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ନିଜ ବକ୍ତବ୍ୟ ରଖିଥିଲେ।

କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୪ ଜଣ ସାହାସୀ ଓ ସଫଳ ଓଡିଆ ମହିଳାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।  ସମାଜସେବା କ୍ଷେତ୍ରରେ ବଲାଙ୍ଗୀରର ମାନସୀ ବରିହା, ଅଭିନୟ କ୍ଷେତ୍ରରେ ବଲାଙ୍ଗୀରର ସ୍ଵାଗତିକା କୁଅଁର, କ୍ରୀଡା କ୍ଷେତ୍ରରେ ଗଞ୍ଜାମର ପ୍ରମିଳା କ୍ରିଷାନି, ଶିକ୍ଷା କ୍ଷେତ୍ରରେ ଡାକ୍ତର ଦେବସ୍ମିତା ସାହୁ, କୃଷି ଗବେଷଣା କ୍ଷେତ୍ରରେ ଡ. ସୁଶମା  ସୁଧଶ୍ରୀ, ସାହିତ୍ୟ କ୍ଷେତ୍ରରେ ଶ୍ରୀମତି ବସିରନ ବିବି, ଉଦ୍ୟୋଗ କ୍ଷେତ୍ରରେ ଶ୍ରୀମତି ହିମାନୀ ସାହୁ, ପାରା ଆଥଲେଟ୍ ଶ୍ରୀମତୀ  ଜୟନ୍ତି ବେହେରା, ଲୋକ ପାଇଲଟ୍ ଶ୍ରୀମତି ମମତା ସାହୁ, ସାପ ଉଦ୍ଧାରକାରିଣୀ ଶ୍ରୀମତି ସିଲ୍କା ସେଲୋନୀ, ସଙ୍ଗୀତ କ୍ଷେତ୍ରରେ କୁମାରୀ ଅନୁରାଧା ପାଣିଗ୍ରାହୀ, ନୃତ୍ୟ କ୍ଷେତ୍ରରେ ଏସ୍. ସ୍ଵୟଂପ୍ରଭା, ଫ୍ୟାସନ କ୍ଷେତ୍ରରେ ଶ୍ରୀମତୀ ରିତାରାଣୀ ଜାନି ଏବଂ କଳା ଓ ସ୍ଥାପତ୍ୟ କ୍ଷେତ୍ରରେ ଶ୍ରୀମତି ଉଷା ପୁରୋହିତଙ୍କୁ ଓ୍ଵାଓ ଟ୍ରଫି ଏବଂ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଛି।

{"id":419295,"sizeSlug":"large","linkDestination":"none"}

ଏହି ସମ୍ମାନିତ ମହିଳାଙ୍କ ଚୟନ ୪ ଜଣିଆ ସ୍ଵତନ୍ତ୍ର ବିଚାରକ ମଣ୍ଡଳୀର ସଦସ୍ୟ ଚୟନ କରିଥିଲେ। ଏହି ଚାରି ଜଣ ବିଚାରକ ହେଉଛନ୍ତି ଲେଖିକା ଡ. ଭାଗ୍ୟଲିପି ମଲ୍ଲ, ଗାୟିକା ଓ ଲେଖିକା ଶ୍ରୀମତୀ ଛନ୍ଦା ମିଶ୍ର, ଗାୟିକା ଶ୍ରୀମତୀ ସୁସ୍ମିତା ଦାଶ ଓ ଓଡିଶୀ ନୃତ୍ୟାଙ୍ଗନା ପଦ୍ମଶ୍ରୀ ଇଲିଆନା ସିତାରିଷ୍ଟ। 

ଯେତେବେଳେ ଆମେ ଚୟନକାର୍ଯ୍ୟ ଆରମ୍ଭ କରିଥିଲୁ, ସେତେବେଳେ ଆଶ୍ଚର୍ଯ୍ୟ ହୋଇଥିଲୁ ଯେ ଓଡ଼ିଶାରେ ମହିଳାମାନେ ଏତେ ସଂଖ୍ୟାରେ ଉଚ୍ଚକୋଟୀର କାର୍ଯ୍ୟ କରିଛନ୍ତି ବୋଲି । ତେବେ ଏମାନଙ୍କ ମଧ୍ୟରୁ କିଛି ଜଣଙ୍କୁ ଆମକୁ ଚୟନ କରିବାକୁ ପଡ଼ିଲା ବୋଲି ଡ. ମଲ୍ଲ କହିଛନ୍ତି । ଏହି କାର୍ଯ୍ୟକ୍ରମକୁ ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା, କଟକ-ଭୁବନେଶ୍ୱର ପୋଲିସ କମିଶନର ଡ. ସୁଧାଶୁଂ ଷଡ଼ଙ୍ଗୀ, ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ, ପଦ୍ମ ବିଭୁଷଣ ସୁଦର୍ଶନ ସାହୁ ପ୍ରମୁଖ ପ୍ରଦୀପ ପ୍ରଜ୍ଜଳନ କରି ଉଦ୍‌ଘାଟନ କରିଥିଲେ ।

{"id":419296,"sizeSlug":"large","linkDestination":"none"}

ସେହି ପରି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସୋଆ କୂଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର, ଭୁବନେଶ୍ଵର ମଧ୍ୟ ଓ ଉତ୍ତର ବିଧାୟକ ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ ରାଉତ, ମହିଳା କମିଶନ ଅଧ୍ୟକ୍ଷ ଡ. ମିନତୀ ବେହେରା, ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ, ମହିଳା ଓ ଶିଶୁ ମଙ୍ଗଳ ବିଭାଗ ଉପଦେଷ୍ଟା ସୁଲତା ଦେଓ ପ୍ରମୁଖ  ଯୋଗ ଦେଇଥିଲ।

ନିଜ ବକ୍ତବ୍ୟରେ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି, ମହିଳା ଉପରେ ହେଉଥିବା ନିର୍ଯ୍ୟାତନାକୁ ରୋକିବା ଏବଂ  ସେମାନଙ୍କୁ ନ୍ୟାୟ ଦେବା ପାଇଁ ପୋଲିସ ସର୍ବଦା ଚେଷ୍ଟିତ। ମହିଳାଙ୍କୁ ନିର୍ଯ୍ୟାତନା ଦେଉଥିବା ବ୍ୟକ୍ତିଙ୍କୁ ଧରିବା ପୋଲିସ ପକ୍ଷରୁ ଖୁବ୍ ସହଜ ବୋଲି କହିଥଲେ।

କାର୍ଯ୍ୟକ୍ରମରେ ବର୍ଷା ପ୍ରିୟଦର୍ଶିନୀ କହିଥିଲେ ଯେ, ମହିଳାଙ୍କୁ ସମାଜରେ ଅନ୍ୟାୟକୁ ବରଦାସ୍ତ କରିବା ଉଚିତ୍ ନୁହେଁ ବରଂ ପ୍ରତିବାଦ କରିବା ଉଚିତ୍। ମହିଳାମାନେ ପରସ୍ପରକୁ ସମ୍ମାନ କରିବା ଉଚିତ୍ ବୋଲି ସେ କହିଥିଲେ। ଏହି ଓ୍ଵାଓ ଆଓ୍ଵାର୍ଡ ପ୍ରତ୍ୟେକ ବର୍ଷ ଆୟୋଜନ କରାଯିବ ବୋଲି ପ୍ରମେୟ ଓ ନ୍ୟୁଜ୍-୭ର ଗ୍ରୁପ ଏଡିଟର ଗୋପାଳକୃଷ୍ଣ ମହାପାତ୍ର ଏହି ଅବସରରେ ସୂଚନା ଦେଇଥିଲେ।

{"id":419297,"sizeSlug":"large","linkDestination":"none"}

କାର୍ଯ୍ୟକ୍ରମରେ ସୁମା ରିୟଲ ମିଡିଆ ପ୍ରାଇଭେଟ୍ ଲିମିଟେଡ୍‌ର ସିଇଓ ସୁନିଲ ଦାସ, ଗ୍ରୁପ ଡାଇରେକ୍ଟର, ସେଲ୍ସ ଏବଂ ମାର୍କେଟିଂ(ପ୍ରମେୟ ଏବଂ ନ୍ୟୁଜ୍-୭) ଶ୍ରୀ ହିମାଂଶୁ ହୋତା, ସୋଆ ଛାତ୍ରମଙ୍ଗଳ ଡିନ୍ ଡ. ଜ୍ୟୋତିରଞ୍ଜନ ଦାସ, ପ୍ରମେୟର ନ୍ୟୁଜ୍ ଏଡିଟର ଧୀରେନ୍ଦ୍ର ନାରାୟଣ ମିଶ୍ର, ନ୍ୟଜ୍-୭ର କାର୍ଯ୍ୟକାରୀ ସମ୍ପାଦକ ଦେବ ନାରାୟଣ ସେଠୀ, କନ୍‌ସଲ୍‌ଟିଂ ଏଡିଟର(ଡିଜିଟାଲ) ପ୍ରମେୟ-ନ୍ୟୁଜ୍-୭ ଗ୍ରୁପ  ସୁବ୍ରତ ଦାସ, ପ୍ରମେୟ ନ୍ୟୁଜ୍୭ ଡିଜିଟାଲ ମୁଖ୍ୟ ଅମରେଶ ଦାସ, ପ୍ରମେୟର ଚିଫ୍ ଅଫ୍ ବ୍ୟୁରୋ ଦେବେନ୍ଦ୍ର ସୁଆର, ଡିଜିଏମ ସର୍କୁଲେସନ ଗଜେନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.