ଆନନ୍ଦପୁରରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ
8/03/2021 at 4:34 PM

ଆନନ୍ଦପୁର ୮।୩: ଆନନ୍ଦପୁର ନିର୍ବାଚନମଣ୍ଡଳୀ ଶାଳବଣୀ ଛକ ହାଟ ପଡିଆଠାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ରାଜ୍ୟ ସରକାରଙ୍କ ବିଭିନ୍ନ ମହିଳା ଆତ୍ମନିର୍ଭରଶୀଳ ଯୋଜନାଗୁଡିକୁ ବଖାଣିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି ନିର୍ବାଚନ ମଣ୍ଡଳୀର ମହିଳା ନେତ୍ରୀ ମାନେ । ଏହି ଅବସରରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାମାନ ମହିଳାମାନଙ୍କ ବିକାଶ ନିମନ୍ତେ କିପରି କାମରେ ଲାଗିପାରିବ ସେ ସମ୍ପର୍କରେ ବିଧାୟକ ଆଲୋକପାତ କରିଥିଲେ । ଏଥିରେ ନିର୍ବାଚନ ମଣ୍ଡଳୀର ଶତାଧିକ ମହିଳା ଯୋଗଦାନ କରିଥିଲେ ।
Related Posts
ଜନ୍ମଦିନରେ ଅଙ୍ଗଦାନ ପାଇଁ ଚୁକ୍ତିବଦ୍ଧ ହେଲେ ଓଟିଡିସି ଅଧ୍ୟକ୍ଷା
17 April 2021