Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୫ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ
  • ||
  • ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ
  • ||

ଅନ୍ତରାଷ୍ଟ୍ରୀୟ ବ୍ୟାଘ୍ର ଦିବସ : ଅନଲାଇନ୍‌ରେ ନନ୍ଦନକାନନରେ ହେଉଛି ପାଳିତ

29/07/2021 at 11:25 AM

ବାରଙ୍ଗ ୨୯।୭: ଆଜି ଅନ୍ତଃରାଷ୍ଟ୍ରୀୟ ବ୍ୟାଘ୍ର ଦିବସ । ପ୍ରତିବର୍ଷ ଜନସଚେତନ କରିବା ଉଦ୍ଦେଶ୍ୟ ପାଇଁ ନନ୍ଦନକାନନରେ ପାଳନ କରାଯାଇଥାଏ । ବିଶ୍ବବ୍ୟାପୀ ବାଘ ସଂଖ୍ୟା କମିଯିବାକୁ ନେଇ ଚିନ୍ତା ପ୍ରକଟ କରାଯାଇ ବାଘମାନଙ୍କୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଜନସଚେତନ ସୃଷ୍ଟି କରିବା ପାଇଁ ୨୦୧୦ ମସିହାରେ ଋଷ ଦେଶର ସେଣ୍ଚପିଟର ସହରରେ ପ୍ରଥମେ ଅନ୍ତଃରାଷ୍ଟ୍ରୀୟ ବ୍ୟାଘ୍ର ଦିବସ ପାଳନ କରାଯାଇଥିଲା ।

ସେବେଠାରୁ ବିଶ୍ବବ୍ୟାପୀ ଏହି ଦିବସ ପାଳିତ ହେବା ସହିତ ନନ୍ଦନକାନନରେ ମଧ୍ୟ ଏହି ଦିବସ ଅତି ଆଡମ୍ବର ଭାବେ ପାଳିତ ହୋଇଥାଏ। କରୋନା କଟକଣା ଯୋଗୁଁ ଗତବର୍ଷଠାରୁ ଏହି ଦିବସକୁ ଅନଲାଇନ୍ ରେ ପାଳନ କରିବାକୁ ପଡୁଛି । ଗୁରୁବାର ଅନଲାଇନ୍ ଜରିଆରେ ଛାତ୍ରଛାତ୍ରୀଙ୍କୁ ଦୁଇ ସ୍ତରରେ ବିଭକ୍ତ କରି ସେମାନଙ୍କ ମଧ୍ୟରେ କୁଇଜ, ଚିତ୍ରାଙ୍କନ ଏବଂ ବକ୍ତୃତା ପ୍ରତିଯୋଗିତା କରାଯାଉଛି । 

   Related Posts